Kartik Aaryan Injury: ହସ୍ପିଟାଲରେ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍, ସୁଟିଂବେଳେ ଆଣ୍ଠୁରେ ଲାଗିଥିଲା ଆଘାତ
ବଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ସମ୍ପର୍କରେ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ତାଙ୍କର ଆଗାମୀ ଫିଲ୍ମ ସୁଟିଂ ସମୟରେ କାର୍ତ୍ତିକ ଆର୍ଯ୍ୟନ୍ ବଡ଼ ଦୁର୍ଘଟଣାର ଶୀକାର ହୋଇଛନ୍ତି । ଫିଲ୍ମର ଶେଷ ସିଡ୍ୟୁଲ୍ ସମୟରେ କଷ୍ଟକର ସିନ୍ କରୁଥିବାବେଳେ ତାଙ୍କ ଆଣ୍ଠୁରେ ଗମ୍ଭୀର ଆଘାତ ଲାଗିଥିଲା । ଯାହା ଦ୍ବାରା ଅଧାରେ ସୁଟିଂକୁ ବନ୍ଦ କରାଯାଇଥିଲା ।
କାର୍ତ୍ତିକ ଆର୍ଯ୍ୟନ୍ ଦ୍ବିତୀୟ ଥର ପାଇଁ ନିର୍ଦ୍ଦେଶକ କବୀର ଖାନଙ୍କ ସହ ତାଙ୍କର ନୂଆ ସ୍ପୋର୍ଟସ୍ ଡ୍ରାମା ଫିଲ୍ମରେ କାମ କରୁଥିଲେ । ଫିଲ୍ମର ଶେଷ ସିଡ୍ୟୁଲ୍ ସୁଟିଂ ମୁମ୍ବାଇରେ ଚାଲିଥିଲା । ସେହି ସମୟରେ ତାଙ୍କ ଆଣ୍ଠୁରେ ଗଭୀର ଆଘାତ ଲାଗିଥିଲା । ଯାହା ପରେ ତୁରନ୍ତ ତାଙ୍କୁ ମୁମ୍ବାଇ ଫୋର୍ଟିସ୍ ରହେଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ଡାକ୍ତର ତାଙ୍କୁ ଅପରେସନ ପାଇଁ ପରାମର୍ଶ ଦେଇଛନ୍ତି । ଖୁବ୍ ଶୀଘ୍ର ଅପରେସନ୍ କରାଯିବ ବୋଲି ଆଶା କରାଯାଉଛି । କିଛି ଦିନର ବେଡ୍ ରେଷ୍ଟ ନେଇ ସୁସ୍ଥ ହେବା ପରେ ସେ ପୁଣି କାମ ଆରମ୍ଭ କରିବେ ।
ସୁସ୍ଥ ହେବା ପରେ ତାଙ୍କର ପୁରୁଣା କାମ ଶୀଘ୍ର ଶେଷ କରିବେ । କାର୍ତ୍ତିକ ଅନୁରାଗ ବସୁଙ୍କ ଆଗାମୀ ଫିଲ୍ମରେ କାମ କରିବେ ବୋଲି ଆଶା କରାଯାଉଛି । ବର୍ତ୍ତମାନ ତାଙ୍କ ଫ୍ୟାନ୍ସ ଏବଂ ସମଗ୍ର ବଲିଉଡ୍ ତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି ।

