ଓଡିଶା

Girlfriend Stages Protest. ପ୍ରେମିକର ଘର ଆଗରେ ପ୍ରେମିକାଙ୍କ ଧାରଣା, ଘରେ ତାଲା ଠୁଙ୍କି ପୁଅ ଘର ଲୋକ ଛୁ

ପ୍ରେମିକର ଘର ଆଗରେ ପ୍ରେମିକାଙ୍କ ଧାରଣା । ଘରେ ତାଲା ଠୁଙ୍କି ପ୍ରେମିକଙ୍କ ପରିବାର ଲୋକ ଛୁ । ଗଞ୍ଜାମରେ ଏହି କାହାଣୀର ଆଉ ଏକ ସିକୁଏଲ । ଗଞ୍ଜାମ ଜଗନ୍ନାଥପ୍ରସାଦ ଅଞ୍ଚଳର ଘଟଣା । ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ପଟାଧାର ଗାଁରେ ପ୍ରେମକ ଘର ଆଗରେ ଧାରଣା ଦେଇଛନ୍ତି ପ୍ରେମିକା । ପ୍ରେମିକା ରାମକାଳୀ ସାହୁଙ୍କ ଘର ଛତିଶଗଡ଼ରେ । ପ୍ରେମିକ ଆଶିଷ ସାହୁଙ୍କ ଘର ଆଗରେ ସେ ଧାରଣା ଦେଇଛନ୍ତି ।

ଅଭିଯୋଗ ଅନୁଯାୟୀ, ହାଇଦ୍ରାବାଦରେ ଏକ କମ୍ପାନୀ ରେ ରାମକାଳୀ ମହିଳା ସୁରକ୍ଷା କର୍ମୀ ଭାବେ କାମ କରୁଥିଲେ । ସେହି କମ୍ପାନୀରେ ସହକାରୀ ସୁରକ୍ଷା ଅଧିକାରୀ ଭାବେ କାମ କରୁଥିଲେ ଗଂଜାମ ଜଗନ୍ନାଥପ୍ରସାଦ ପଟାଧାର ଗାଁର ଆଶିଷ ସାହୁ । ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଲା ପ୍ରେମ ସମ୍ପର୍କ । ହାଇଦ୍ରାବାଦରେ ଲିଭ୍ ଇନ୍ ସଂପର୍କରେ ରହୁଥିଲେ । ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ଆଶିଷ । କିନ୍ତୁ ଗାଁରୁ ଆସୁଛି କହି ଆଉ ଫେରି ନଥିଲେ। ଗତ ମାର୍ଚ୍ଚ ମାସରେ ତାଙ୍କର ଅନ୍ୟତ୍ର ବିବାହ ହୋଇଥିଲା । ହ୍ଵାଟସଆପ ଷ୍ଟାଟସ୍ ରୁ ଫଟୋ ଦେଖି ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ । ନ୍ୟାୟ ନମିଳିବାରୁ ଆଶିଷଙ୍କ ଗାଁକୁ ଆସି ତାଙ୍କ ଘର ଆଗରେ ଧାରଣା ଦେଇଛନ୍ତି । ମାଗିଛନ୍ତି ନ୍ୟାୟ । ଅନ୍ୟପଟେ ପ୍ରେମିକ ଆଶିଷଙ୍କ ଘରେ ତାଲା ଝୁଲୁଛି । ଘରେ ତାଲା ପକାଇ ସମସ୍ତ ସଦସ୍ୟ ଫେରାର ହୋଇ ଯାଇଛନ୍ତି । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା ଜଗନ୍ନାଥ ପ୍ରସାଦ ଥାନା ପୋଲିସ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button