ଓଡିଶା

North Balasore: ଉତ୍ତର ବାଲେଶ୍ୱରକୁ ପୁଣି ବନ୍ୟା ଭୟ, ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା

ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା । ରାଜଘାଟଠାରେ ବିପଦ ସଙ୍କେତ ୧୦.୩୬ ମିଟର ଥିବାବେଳେ ସକାଳ ୬ଟା ସୁଦ୍ଧା ୧୧.୭୯ ମିଟରରେ ପ୍ରବାହିତ ହେଉଛି । ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ମଧ୍ୟରେ ଏବେ ସୁବର୍ଣ୍ଣରେଖାକୁ ନେଇ ଚିନ୍ତା ବଢ଼ିଛି। ଝାଡ଼ଖଣ୍ଡର ଚାନ୍ଦିଲ ଡ୍ୟାମ୍ ରୁ ପାଣି ଛଡ଼ାଯିବା ଫଳରେ ସୁବର୍ଣ୍ଣରେଖାର ଜଳସ୍ତର ଆହୁରି ବଢ଼ିବାର ଆଶଙ୍କା ରହିଛି । ଏହାର ସିଧାସଳଖ ପ୍ରଭାବ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ନଦୀକୂଳିଆ ଏବଂ ତଳିଆ ଅଞ୍ଚଳ ଉପରେ ପଡ଼ିପାରେ । ସୁବର୍ଣ୍ଣରେଖାର ଉପରମୁଣ୍ଡ ଝାଡ଼ଖଣ୍ଡରେ ରହିଥିବାରୁ ସେଠାରେ ବର୍ଷା ସହ ଚାନ୍ଦିଲି ଡ୍ୟାମ୍ ରୁ ଜଳ ନିଷ୍କାସନ ହେଲେ ଓଡ଼ିଶାରେ ନଦୀର ଜଳସ୍ତର ଦ୍ରୁତଗତିରେ ବଢିପାରେ। ଚାନ୍ଦିଲି ଡ୍ୟାମ୍ ରେ ଜଳପ୍ରବେଶ ବଢ଼ିଲେ ମୟୂରଭଞ୍ଜ ଓ ବାଲେଶ୍ୱର ଉପରେ ନଜର ରଖିବାକୁ କେନ୍ଦ୍ରୀୟ ଜଳ ଆୟୋଗ ପକ୍ଷରୁ କୁହାଯାଇଥିଲା । ବିଶେଷ କରି ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର, ବସ୍ତା, ବାଲିଆପାଳ ଓ ଭୋଗରାଇ ଅଞ୍ଚଳ ସୁବର୍ଣ୍ଣରେଖା ବନ୍ୟାରେ ବାରମ୍ବାର ପ୍ରଭାବିତ ହୋଇଥାଏ । ନଦୀର ପାଣି ବଢ଼ିଲେ ତଳିଆ ଗାଁ, ଚାଷଜମି ଓ ରାସ୍ତା ଜଳମଗ୍ନ ହେବାର ଆଶଙ୍କା ରହିଛି ।

ଗତବର୍ଷ ମଧ୍ୟ ଚାନ୍ଦିଲି ଡ୍ୟାମ୍ ରୁ ଜଳ ଛଡ଼ାଯିବା ପରେ ବସ୍ତା, ବାଲିଆପାଳ ଓ ଭୋଗରାଇର ବହୁ ଗାଁ ବନ୍ୟା ପ୍ରଭାବିତ ହୋଇଥିଲା । ମୟୂରଭଞ୍ଜର ସୁବର୍ଣ୍ଣରେଖା ଅବବାହିକା ଅଞ୍ଚଳରେ ମଧ୍ୟ ପାଣି ବଢ଼ିବାର ପ୍ରଭାବ ପଡ଼ିପାରେ । ଏହାପରେ ଏହି ବନ୍ୟାଜଳ ବାଲେଶ୍ୱର ଦେଇ ସମୁଦ୍ରକୁ ନିଷ୍କାସିତ ହେବ । ତେଣୁ ଉପରମୁଣ୍ଡରୁ ଆସୁଥିବା ପାଣିର ପରିମାଣ ଏବଂ ଆଗାମୀ ବର୍ଷା ହିଁ ସୁବର୍ଣ୍ଣରେଖାରେ ବନ୍ୟାର ତୀବ୍ରତା ନିର୍ଣ୍ଣୟ କରିବ । ଏବେ ସବୁଠାରୁ ବଡ଼ ଚିନ୍ତା ହେଉଛି ଚାନ୍ଦିଲି ଡ୍ୟାମ୍ । ଚାନ୍ଦିଲିରୁ ଛଡ଼ାଯାଇଥିବା ପାଣି ସହ ଉପରମୁଣ୍ଡର ଅତିରିକ୍ତ ବର୍ଷାଜଳ ଏକାସାଙ୍ଗରେ ସୁବର୍ଣ୍ଣରେଖାରେ ପହଞ୍ଚିଲେ ନଦୀର ଜଳସ୍ତର ବଢ଼ିପାରେ । ତେଣୁ ନଦୀକୂଳିଆ ଓ ତଳିଆ ଅଞ୍ଚଳର ଲୋକଙ୍କ ପାଇଁ ଆଗାମୀ କିଛି ଘଣ୍ଟା ଗୁରୁତ୍ୱପୂର୍ଣ୍ଣ ।

ସେହିପରି ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ଯୋଗୁ ବାଲିଆପାଳ ବ୍ଲକର ୯ରୁ ଊର୍ଦ୍ଧ୍ବ ପଞ୍ଚାୟତ ପ୍ରଭାବିତ। ରାଜଘାଟ ଠାରେ ବିପଦ ସଙ୍କେତ ୧୦.୩୬ ଥିବା ବେଳେ ଗତକାଲି ରାତି ୮ଯା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୧୧.୪୮ ମିଟରରେ ପ୍ରବାହିତ ହେଉଥିଲା । ଯାହାକୁ ନେଇ ଭୟଭୀତ ଅବସ୍ଥାରେ ନଦୀକୂଳିଆ ଲୋକ। ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ସାରା ରାଜି ଲୋକ ଉଜାଗର ହୋଇ ବସିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button