ମନୋରଞ୍ଜନ

ଫେସିଆଲ ପାଇଁ ନାହିଁ ସମୟ ? ତେବେ ୨ ଟଙ୍କାର ଏହି ଜିନିଷରୁ ପାଆନ୍ତୁ ସୁନା ଭଳି ଚମକ

ଦିପାବଳୀ ପାଖେଇ ଆସୁଛି। ଦୀପର ଏହି ପର୍ବରେ ନିଶ୍ଚତ ଭାବେ ଆପଣଙ୍କୁ ପାର୍ଟୀର ନିମନ୍ତ୍ରଣ ଆସିବାକୁ ଲାଗିବଣି। ଏଥିପାଇଁ ଆପଣଙ୍କୁ ଡ୍ରେସ ଏବଂ ମେକଅପର ଟେନସନ ହେବାକୁ ଲାଗିଥାଏ। ବହୁତ ଲୋକ ଏମିତି ଅଛନ୍ତି ଯେଉଁମାନଙ୍କୁ ଫେସିଆଲ କରିବାକୁ ଥାଏ କିନ୍ତୁ ବ୍ୟସ୍ତବହୁଳ ଜୀବନ ଭିତରେ ଏହା ପାଇଁ ସମୟ କାଢ଼ିବା ମୁସକିଲ୍ ହେଉଥିବ। ଯଦି ଆପଣଙ୍କ ସହିତ ମଧ୍ୟ ଏମିତି ହେଉଥାଏ ତେବେ ଚିନ୍ତା କରିବା ଆବଶ୍ୟକ ନାହିଁ। କାରଣ ଆଜି ଆମେ ଜଣାଇବାକୁ ଯାଉଛୁ କେମିତି ଘରେ ରହି ଆପଣ ନିଜର ତ୍ବଚାକୁ ଚମକାଇ ପାରିବେ।

ଘରେ ରହି ନିଜର ତ୍ବଚାକୁ ଚମକାଇବା ପାଇଁ ଆପଣଙ୍କୁ ଦରକାର ପଡିବ କେବଳ କଫି। ଯାହା ବଜାରରେ ଦୁଇ ଟଙ୍କାରେ ଛୋଟ ପାଉଜରେ ମିଳୁଛି। ଆପଣଙ୍କ ତ୍ବଚାର ଚମକ କମିଯିବା କିମ୍ବା ଟ୍ୟାନ ହୋଇଯାଇଥିଲେ ଏହା ଚୁଟକିରେ ତ୍ବଚା ସମ୍ବଦ୍ଦୀୟ ସବୁ ସମସ୍ୟା ଦୂର ହୋଇଯିବ। ଆସନ୍ତୁ ଜାଣିବା କେମିତି କରିବେ କଫିର ବ୍ୟବହାର ।

cofee

ସାମଗ୍ରୀ

୨ ଚାମଚ କଫି ପାଉଡର

୧ ଚାମଚ ଚିନି

ଅଧା ଚାମଚ ନଡିଆ ତେଲ

ପ୍ରସ୍ତୁତି

ସର୍ବପ୍ରଥମେ କଫି ପାଉଡର,ଚିନି ଏବଂ ନଡିଆ ତେଲକୁ ମିଶାଇ ଦିଅନ୍ତୁ। ଏହା ପ୍ରସ୍ତୁତ ହୋଇଗଲା ପରେ ଏହି ମିଶ୍ରଣକୁ ଚେହେରାରେ ଲଗାନ୍ତୁ । ୫ ରୁ ୧୦ ମିନିଟ ପର୍ଯ୍ଯନ୍ତ ଏହାକୁ ତ୍ବଚାରେ ଲଗାଇ ରଖନ୍ତୁ। ବର୍ତ୍ତମାନ ହାଲକା ଭାବରେ ଏହାକୁ ସ୍କ୍ରବ କରନ୍ତୁ। ଏହାପରେ ଏକ ସଫା କପଡାରେ ପୋଛି ଦିଅନ୍ତୁ। ଭଲ ରେଜଲ୍ଟ ପାଇବା ପାଇଁ ସପ୍ତାହରେ ଦୁଇରୁ ତିନି ଥର ଏମିତି କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button