ମନୋରଞ୍ଜନ

ଦୀପାବଳିରେ ଘରେ ବନାନ୍ତୁ ଗୁଜରାଟର ସ୍ପେଶାଲ ମିଷ୍ଟାନ୍ନ ବାସୁନ୍ଦୀ, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ଗୁଜୁରାଟୀ ଖାଦ୍ୟର କ୍ରେଜ ସାରା ବିଶ୍ୱରେ ରହିଛି। ଏଣୁ ପ୍ରାୟ ସବୁ ସ୍ଥାନରେ ଗୁଜୁରାଟୀ ଖାଇବା ମିଳିଥାଏ। ଗୁଜରାଟ ଲୋକେ ଅଧିକ ମିଠା ଖାଇବାକୁ ପସନ୍ଦ କରିଥାନ୍ତି। ତେଣୁ ସେମାନଙ୍କ ଖାଦ୍ୟରେ ବିଭିନ୍ନ ପ୍ରକାରର ମିଠା ଦେଖିବାକୁ ମିଳିଥାଏ। ଆଜି ଆମେ ଆପଣଙ୍କୁ ଗୁଜୁରାଟର ସେହିଭଳି ଏକ ଲୋକପ୍ରିୟ ମିଷ୍ଟାନ୍ନ ବାସୁନ୍ଦୀ ବିଷୟରେ କହିବାକୁ ଯାଉଛୁ। ଏହା ଖାଇବାକୁ ରାବିଡ଼ି ଭଳି ଲାଗିଥାଏ। ବାଦାମ ଓ ପିସ୍ତାରେ ସଜିତ ଏହି ମଲାଇ ମିଠା ଆପଣ ଥରେ ଖାଇଲେ ଆଉ ଥରେ ଖାଇବାକୁ ନିହାତି ଇଚ୍ଛା କରିବେ। ଆସନ୍ତୁ ଜାଣିବା ବାସୁନ୍ଦୀର ପ୍ରସ୍ତୁତି ପ୍ରଣାଳୀ:

ଆବଶ୍ୟକୀୟ ସାମଗ୍ରୀ:

କ୍ଷୀର-1 ଲିଟର
ଚିନି-3/4କପ
ଅଳେଇଚ-1/2ଚାମଚ
ବାଦାମ-5/6ଟି
ପିସ୍ତା-5/6ଟି
କେଶର-ଅଧ ଚାମଚ

ପ୍ରସ୍ତୁତି ପ୍ରଣାଳୀ:

  1. ବାସୁନ୍ଦୀ ତିଆରି କରିବା ପାଇଁ ପ୍ରଥମେ ଗ୍ୟାସ୍ ରେ ଏକ ପାତ୍ର ବସାଇ କ୍ଷୀରକୁ ଫୁଟିବାକୁ ଦିଅନ୍ତୁ। କ୍ଷୀର ଫୁଟି ଫୁଟି ଅଧା ହୋଇଗଲେ ସେଥିରେ ଛୋଟ କଟା ବାଦାମ ଓ ପିସ୍ତାକୁ କାଟି ପକାନ୍ତୁ।
  2. ମଝିରେ ମଝିରେ କ୍ଷୀରକୁ ଚାମଚରେ ଘାଣ୍ଟୁ ଥାନ୍ତୁ। ନଚେତ କ୍ଷୀର ପୋଡିଯିବା ଆଶଙ୍କା ରହିଛି।
  3. ବର୍ତ୍ତମାନ ଏଥିରେ ଚିନି ପକାଇ 25 ମିନିଟ ପର୍ଯ୍ୟନ୍ତ ଫୁଟିବାକୁ ଦିଅନ୍ତୁ।
  4. କ୍ଷୀର ରାବିଡ଼ି ଭଳି ବହଳିଆ ହେବା ପର୍ଯ୍ୟନ୍ତ କମ ଆଞ୍ଚରେ ଫୁଟାନ୍ତୁ।
  5. ଏବେ ଏଥିରେ ଅଳେଇଚ ଗୁଣ୍ଡ ପକାଇ 20 ମିନିଟ ଫୁଟିବାକୁ ଛାଡି ଦିଅନ୍ତୁ। ବର୍ତ୍ତମାନ ଗ୍ୟାସ ବନ୍ଦ କରି ଏକ ପାତ୍ରରେ କାଢ଼ି ଥଣ୍ଡା କରିବା ପରେ ବାଦାମ,ପିସ୍ତା ଓ କେଶର ଦେଇ ସର୍ଭ କରନ୍ତୁ ବାସୁନ୍ଦୀ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button