ଓଡିଶା
Bike crashes into divider: ଭାରସାମ୍ୟ ହରାଇ ଡିଭାଇଡ଼ରରେ ପିଟିହେଲା ବାଇକ, ଜଣେ ମୃତ

ଭାରସାମ୍ୟ ହରାଇ ଡିଭାଇଡ଼ରରେ ପିଟିହେଲା ବାଇକ । ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ । ଆନନ୍ଦପୁର ଘସିପୁରା ଥାନା ଗୋହିରା ନିକଟରେ ଘଟିଛି ଦୁର୍ଘଟଣା । ମୃତକ ହେଲେ ଶାଳପଡା ଗାଁର ଜୟଦେବ ଦାଶ । ବିରଗୋବିନ୍ଦପୁରର ଏକ ହୋଟେଲରେ ରାତ୍ରି ଭୋଜନ ସାରି ଫେରୁଥିବା ବେଳେ ଗୋହିରା ନିକଟରେ ଭାରସାମ୍ୟ ହରାଇ ଡିଭାଇଡରକୁ ପିଟିହେଲା । ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ସେହିପରି ଗତକାଲି ରାୟଗଡ଼ା ଜିଲ୍ଲା ପୁଟାସିଂ ଥାନା ଅନ୍ତର୍ଗତ ଟଳନା ଘାଟିରେ ଭାରସାମ୍ୟ ହରାଇ ଓଲଟିପଡି ଥିଲା ଶ୍ରମିକ ବୋଝୋଇ ମେକ୍ସ ପିକ୍ଅପ୍ । ସେହି ମେକ୍ସ ପିକ୍ଅପରେ ୨୫ ରୁ ଅଧିକ ଶ୍ରମିକ ଥିଲେ । ଶ୍ରମିକମାନେ ଚାଷ ଜମିରେ ଧାନ ରୁଆ ପାଇଁ ଶଗଡା ଗାଁରୁ ପଦ୍ମପୁର ବ୍ଲକର ଡୋକାଶିକାଲା ଗାଁ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।



