ସ୍ୱାସ୍ଥ୍ୟ

ଔଷଧଠାରୁ କମ୍‌ ନୁହେଁ ମୂଳା, ପ୍ରତିଦିନ ଖାଦ୍ୟରେ କରନ୍ତୁ ସାମିଲ, ଦୂର ହୋଇଯିବ ଏହି ୪ଟି ରୋଗ

ଶୀତ ଋତୁରେ ଏମିତି କିଛି ଖାଦ୍ୟ ରହିଥାଏ, ଯାହା ଔଷଧଠାରୁ କୌଣସି ଗୁଣରେ କମ୍‌ ହୋଇ ନ ଥାଏ। ଶୀତଦିନେ ଆମର ଇମ୍ୟୁନ୍‌ ସିଷ୍ଟମ୍‌ ଦୁର୍ବଳ ହୋଇଯାଇଥାଏ, ଯଦ୍ଦ୍ଵାରା ଆମେ ବିଭିନ୍ନ ରୋଗର ଶିକାର ହୋଇଥାଉ। ତେଣୁ ଜରୁରୀ ଯେ ଏହି ଦିନେ ନିଜର ଖାଦ୍ୟପେୟ ପ୍ରତି ଠିକ୍‌ ଧ୍ୟାନ ଦେବା। ଆପଣଙ୍କ ପାଇଁ ମୂଳ ସେବନ କରିବା ବହୁତ ଲାଭଦାୟକ ହୋଇପାରିବ। ଆସନ୍ତୁ ଜାଣିବା ମୂଳା ଖାଇଲେ କେଉଁ ରୋଗ ଆମ ପାଖ ମାଡ଼ିବନି।

aa34

୧. ଥଣ୍ଡା-କାଶ ପାଇଁ ଲାଭଦାୟକ

ମୂଳାରେ ଆଣ୍ଟି କଞ୍ଜେଷ୍ଟିଭ୍‌ ଗୁଣ ଭରି ରହିଥାଏ। ଏଥିପାଇଁ ଥଣ୍ଡା, କାଶ ଆରମ୍ଭ ହେଲା ମାତ୍ରେ ଆପଣ ନିଜ ଡାଏଟ୍‌ରେ ମୂଳା ସାମିଲ କରନ୍ତୁ। ଏଥିରେ କଫ ମଧ୍ୟ ଦୂର ହୋଇଯାଇଥାଏ।

୨. କୋଷ୍ଠକାଠିନ୍ୟ

ମୂଳାରେ ଫାଇବର ତତ୍ତ୍ୱ ଅଧିକ ମାତ୍ରାରେ ରହିଥାଏ, ଯାହା କୋଷ୍ଠକାଠିନ୍ୟ ପାଇଁ ବହୁତ ଲାଭଦାୟକ। ଏହା ଖାଦ୍ୟନଳୀର ନିମ୍ନ ଭାଗକୁ ସୁସ୍ଥ ରଖିଥାଏ। ମୂଳା ସେବନ କରିବା ଦ୍ୱାରା ପାଚନ କ୍ରିୟା ଠିକ୍‌ ରହିଥାଏ। ଏହା କିଡ୍‌ନୀ ପାଇଁ ମଧ୍ୟ ବହୁତ ଫଳପ୍ରଦ। କେବଳ ଏତିକି ନୁହେଁ, ମୂଳା ଶରୀରରୁ ବିଷାକ୍ତ ତତ୍ତ୍ୱ ବାହାର କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

a553

୩. ରକ୍ତଚାପ ଠିକ୍‌ ରହିଥାଏ

ମୂଳାରେ ହାଇପରଣ୍ଟେସିଭ୍‌ ଗୁଣ ରହିଛି। ଏହାଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ ରହିଥାଏ। ମୂଳାରେ ଭରପୂର ମାତ୍ରାରେ ପୋଟାସିୟମ୍‌ ମିଳିଥାଏ, ଯାହାକି ଶରୀରରେ ସୋଡିୟମ୍‌, ପୋଟାସିୟମ୍‌ର ଅନୁପାତକୁ ବାଲାନ୍ସ କରିବାରେ ସାହାଯ୍ୟ କରିଥାଏ। ଏହା ରକ୍ତଚାପକୁ ବଢ଼ିବାକୁ ଦେଇ ନ ଥାଏ।

୪. ଇନ୍‌ସୁଲିନ

ମୂଳାରେ ମହଜୁଦ୍‌ ଥିବା ତତ୍ତ୍ୱ ଇନ୍‌ସୁଲିନକୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ। ମୂଳାକୁ ସେବନ କରିବା ଦ୍ୱାରା ସୁଗର ଲେବଲ୍‌ ନିୟନ୍ତ୍ରିତ ରହିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button