ମନୋରଞ୍ଜନ

ତାଲାବନ୍ଦରେ ଘରେ ବନାଇ ଖାଆନ୍ତୁ ବଜାର ଭଳି ଟେଷ୍ଟି ସ୍ପାଇସି ଚାଓମିନ

ଲକଡାଉନ ଜାରି ରହିଛି ସମସ୍ତେ ନିଜ ଘରେ କିଛି ନା କିଛି ସ୍ପେଶାଲ ବନାଉଛନ୍ତି। ଏମିତିରେ ଅନେକ ଲୋକ ମାର୍କେଟର ସ୍ପାଇସି ଚାଓମିନକୁ ବହୁତ ମନେ ପକାଉଥିବେ। କିନ୍ତୁ କଣ ଆପଣ ଜାଣିଛନ୍ତି ଘରେ ବି ଆପଣ ବଜାର ଭଳି ଟେଷ୍ଟି ଚାଓମିନ ବନାଇ ପାରିବେ। ଆସନ୍ତୁ ଜାଣିବା ଘରେ କେମିତି ପ୍ରସ୍ତୁତ କରିବା ବଜାର ଭଳି ଚାଓମିନ।

ଆବଶ୍ୟକ ସାମଗ୍ରୀ

-୨୦୦ ଗ୍ରାମ ଚାଓମିନ
-୫ କପ ପାଣି
-1 ଚାମଚ ଲୁଣ
-ଦୁଇ ଚାମଚ ତେଲ
-ଏକ ଚାମଚ ଅଦା ରସୁଣ ପେଷ୍ଟ
-୧ ଟି ସ୍ପୁନ ଲାଲ ଲଙ୍କା ପାଉଡର
-୧/୪ କପ ପିଆଜ (କଟା ହୋଇଥିବା)
-୧/୨ ଚାମଚ ସୋୟା ସସ୍
-ଆବଶ୍ୟକ ଅନୁସାରେ ଲୁଣ
-ଅଳ୍ପ ବନ୍ଧା କୋବି
-ଭିନେଗାର ଗୋଟେ ଚାମଚ
-୧ ଟେବୁଲ ଚାମଚ ଚିଲି ସସ୍
-ଏକ କପ କଟା ସିମଲା ଲଙ୍କା
-ଗୋଟିଏ କଞ୍ଚା ଲଙ୍କା
-ଏକ ଟେବୁଲ ଚାମଚ ଟମାଟୋ ସସ୍
-୧/୨ ଚାମଚ ଗୋଲମରିଚ ପାଉଡର

ପ୍ରସ୍ତୁତି ପ୍ରଣାଳୀ

ଭେଜିଟେବୁଲ ଚାଓମିନ ବନାଇବା ପାଇଁ ଏକ ବଡ କଡେଇରେ ତେଲ ଗରମ କରନ୍ତୁ। ଏଥିରେ ରସୁଣ, ଅଦା ରସୁଣ ପେଷ୍ଟ ଏବଂ ପିଆଜ ପକାଇ ଚଲାନ୍ତୁ। ଧ୍ୟାନ ରଖନ୍ତୁ ଯେପରି ପରିବା ତଳୁ ଲାଗିନଯାଏ।

ଏବେ ଏଥିରେ ବନ୍ଧା କୋବି, କଞ୍ଚା ଲଙ୍କା ସହିତ ଗାଜର ପକାଇ ଭଲଭାବେ ଚଲାନ୍ତୁ।

ଏହାପରେ ଏଥିରେ ସିଝା ଚାଓମିନ ପକାଇ ଚାମଚରେ ଚଲାନ୍ତୁ। ଏଥିରେ ଲୁଣ, ଗୋଲମରିଚ ପାଉଡର, ଟମାଟୋ ସସ୍, ଚିଲି ସସ୍, ସୋୟା ସସ୍ ଏବଂ ଭିନେଗାର ପକାଇ ଭଲଭାବେ ମିଶାଇ ଦିଅନ୍ତୁ।

-ଏହି ମିଶ୍ରଣକୁ ଭଲଭାବେ ମିକ୍ସ କରି ପ୍ଲେଟକୁ ବାହାର କରନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ଟେଷ୍ଟି ଭେଜ ଚାଓମିନ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button