ଦେଶ ବିଦେଶ

ଭ୍ରଷ୍ଟ ଲୋକଙ୍କ ପାଇଁ ଦେଶ ନଷ୍ଟ ହେଉଛି: ଏସସି

ନୂଆଦିଲ୍ଲୀ: ଭ୍ରଷ୍ଟ ଲୋକମାନେ ଦେଶକୁ ତଳିତଳାନ୍ତ କରୁଛନ୍ତି। ଅର୍ଥ ବଳରେ ଭ୍ରଷ୍ଟାଚାରୀ ଖସିଯିବାରେ ସଫଳ ହୋଉଛନ୍ତି। ଏକ ଯାଚିକାର ଶୁଣାଣି କାଳରେ ସୁପ୍ରିମକୋର୍ଟ ଏପରି କ୍ଷୋଭକ୍ତି ପ୍ରକାଶ କରିଛନ୍ତି। ଭୀମାକୋରେଗାଁଓ ହିଂସା ମାମଲାର ଅଭିଯୁକ୍ତ ଗୌତମ ନବଲଖାଙ୍କ ଯାଚିକାର ଶୁଣାଣି କାଳରେ କୋର୍ଟ ଏପରି କହିଛନ୍ତି। ସେ ନ୍ୟାୟିକ ହାଜତ ବଦଳରେ ନିଜ ଘରେ ନଜରବନ୍ଦ କରିବାକୁ କୋର୍ଟଙ୍କୁ ଅପିଲ କରିଛନ୍ତି।

ଏହି ଯାଚିକା ଉପରେ ନାସନାଲ ଇଭେଷ୍ଟିଗେଟିଂ ଏଜେନ୍ସ (ଏନଆଇଏ) ପକ୍ଷରୁ କୋର୍ଟଙ୍କୁ ଜଣାଇଥିଲା କି, ନବଲଖା ପରି ଲୋକ ଦେଶକୁ ନଷ୍ଟ କରିବାକୁ ଚାହୁଁଛନ୍ତି।  ଜଷ୍ଟିସ କେଏମ ଜୋସେଫ ଓ ହୃଷିକେଶ ରାୟଙ୍କ ଖଣ୍ଡପୀଠ କହିଛନ୍ତି କି, ଦେଶକୁ ଭ୍ରଷ୍ଟ ଲୋକମାନେ ନଷ୍ଟ କରୁଛନ୍ତି। ଯେଉଁ ଅଫିସକୁ ବି ଯିବେ ଏହି ଭ୍ରଷ୍ଟ ମାନେ ରହିଛନ୍ତି। ଏମାନଙ୍କ ବିରୋଧରେ କିଏ କାର୍ଯ୍ୟାନୁଷ୍ଠାନ ନେଉଛି।

ସୁପ୍ରିମକୋର୍ଟ କହିଛନ୍ତି, ବିଧାୟକଙ୍କୁ କୋଟି କୋଟି ଟଙ୍କା ଦିଆଯାଇ କିଣାଯାଉଛି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ନାହିଁ। ତେଲେଙ୍ଗାନାରେ ସତ୍ତାଧାରୀ ଟିଆରଏସର ଜଣେ ବିଧାୟକ ଭିଡିଓ ଜାରି କରି କିପରି ବିଜେପି କୋଟି କୋଟି ଟଙ୍କା ଭେଟି ଦେଇଛି ତାର ଉଲ୍ଲେଖ କରିଛନ୍ତି ସର୍ବୋଚ୍ଚ କୋର୍ଟ।

ଆଡିସିନାଲ ସଲିସିଟର ଜେନେରାଲ ଏସ ବି ରାଜୁ  ନବଲଖାଙ୍କ ପରି ଲୋକମାନଙ୍କୁ ବିପଦଜନକ ବୋଲି କହିବା ପରେ ସୁପ୍ରିମ କୋର୍ଟ  ଏପରି ବୟାନ ଦେଇଛନ୍ତି। ଏହା ବ୍ୟତୀତ ରାଜୁଙ୍କୁ ନବଲଖାଙ୍କ ଯାଚିକା ଉପରେ ପ୍ରଶ୍ନ କରିଛନ୍ତି କି, ନବଲଖାଙ୍କୁ ଯଦି ଗୃହବନ୍ଦୀ କରାଯାଏ ତେବେ କି ସର୍ତ୍ତ ଲାଗୁ ହେବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button