ଓଡିଶା

landslide : ଯୋଡ଼ାରେ ଭୟଙ୍କର ଭୂସ୍ଖଳନ, ଲଗାଣ ବର୍ଷାରେ ଖସିଲା ମାଟି ଅତଡ଼ା

ଯୋଡ଼ାରେ ଭୟଙ୍କର ଭୂସ୍ଖଳନ । ଖସିଲା ମାଟି ଅତଡ଼ା । ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ କେନ୍ଦୁଝର ରୁଗୁଡ଼ି ଥାନା ଅନ୍ତର୍ଗତ NH 520 ବାରବାଙ୍କ ଘାଟିରେ ଭୂସ୍ଖଳନ । ଗତ ରାତିରେ ରାଜପଥରେ ଗୋଟିଏ ପାର୍ଶ୍ୱର ଅଧା ଭାଗରେ ଧସି ପଡ଼ିଛି ମାଟି ଅତଡ଼ା । ଫଳରେ ଗାଡ଼ି ମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଛି । ଭଦ୍ରାସାହି ପଟୁ ରାଜାମୁଣ୍ଡା ଦିଗକୁ ଯାତ୍ରା କରୁଥିବା ଲୋକଙ୍କୁ ସତର୍କତା ଅବଲମ୍ବନ ପାଇଁ କେନ୍ଦୁଝର ପୋଲିସ ପରାମର୍ଶ ଦେଇଛି ।

ସେପଟେ ବଡ଼ବିଲ ସହରରେ ପ୍ରବଳ ବର୍ଷା ହୋଇଛି । ଏଥି ଯୋଗୁଁ ବଡ଼ବିଲ ସହରର ପ୍ରମୁଖ ରାସ୍ତା ମାନଙ୍କରେ ପାଣି ଲହଡ଼ି ମାରୁଥିବା ଦେଖିବାକୁ ମିଳିଛି। ସେହିପରି ଡ୍ରେନେଜ୍ ମାଧ୍ୟମରେ ଜଳ ନିଷ୍କାସନ ହୋଇନପାରି ଡେଲି ମାର୍କେଟ ସମେତ ସହରର ବିଭିନ୍ନ ୱାର୍ଡରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button