ଦେଶ ବିଦେଶ
Himachal Pradesh Earthquake: ସକାଳୁ ସକାଳୁ ହିମାଚଳ ପ୍ରଦେଶରେ ଭୂକମ୍ପ ଝଟକା, ତୀବ୍ରତା ୪.୦

ଆଜି ସକାଳୁ ହିମାଚଳ ପ୍ରଦେଶରେ ତିନି ସେକେଣ୍ଡ ପାଇଁ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଯାହାର ତୀବ୍ରତା ୪.୦ ଥିବା ରିକ୍ଟର ସ୍କେଲରେ ମପାଯାଇଛି । ଏହି ଭୂକମ୍ପ ସକାଳ ପ୍ରାୟ ୫ଟା ୪୬ ମିନିଟରେ ଅନୁଭୂତ ହୋଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ଶିମଲାରୁ ପ୍ରାୟ ୬୬ କିଲୋମିଟର ପୂର୍ବ-ଦକ୍ଷିଣରେ ଭୂମିରୁ ୧୦ କିଲୋମିଟର ତଳେ ଥିବା ଜଣାପଡିଛି । ହଠାତ୍ ଭୂମିକମ୍ପ ଯୋଗୁଁ ଅନେକ ଲୋକ ଭୟଭୀତ ହୋଇ ଘରୁ ବାହାରି ଯାଇଥିଲେ । କିନ୍ତୁ ଏହି ଘଟଣାରେ କୌଣସି ଜୀବନହାନି କିମ୍ବା ସମ୍ପତ୍ତି କ୍ଷୟକ୍ଷତି ଘଟିନଥିବା ସୂଚନା ନାହିଁ ।
ଶିମଲା ବ୍ୟତୀତ, ସୋଲାନ, ସିରମୌର, ବିଳାସପୁର ଏବଂ ମଣ୍ଡିର ଅନେକ ଅଞ୍ଚଳରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି । ବର୍ତ୍ତମାନ କୌଣସି ଜୀବନ କିମ୍ବା ସମ୍ପତ୍ତି କ୍ଷତିର ରିପୋର୍ଟ ନାହିଁ । ଭୂକମ୍ପର କେନ୍ଦ୍ରସ୍ଥଳ ସିମଲାର ଦକ୍ଷିଣ-ପୂର୍ବରେ ଥିଲା ଏବଂ ଏହି ଭୂମିକମ୍ପ ଜୁବଲ-କୋଟଖାଇ ଅଞ୍ଚଳରେ ବୋଲି ଅନୁମାନ କରାଯାଉଛି । ଭୂମିକମ୍ପର ତୀବ୍ରତା ବୃଦ୍ଧି ପାଇବା ସହିତ କ୍ଷୟକ୍ଷତିର ଆଶଙ୍କା ବୃଦ୍ଧି ପାଏ ।



