ମନୋରଞ୍ଜନ

ସଠିକ ଜବାବ ଦେବା ସତ୍ବେ ବି ‘କୋଟିପତି’ ହୋଇ ପାରିଲେ ନାହିଁ ଏହି ବ୍ୟକ୍ତି, ତଥାପି ବି ରଚିଲେ ଇତିହାସ, ଜାଣନ୍ତୁ

ଟେଲୀବିଜନର ମୋସ୍ଟ ପପୁଲାର କ୍ୱିଜ ଶୋ ‘କୌନ ବନେଗା କରୋଡ଼ପତି ୧୧’ ବର୍ତ୍ତମାନ ଦିନରେ ଦର୍ଶକମାନଙ୍କ ମଧ୍ୟରେ ନିଜର ଜାଗା କରିବାରେ ସଫଳ ହୋଇଛି । ଶୋ ବର୍ତ୍ତମାନ ଏକ ଏମିତି ମୋଡ ଉପରେ ପହଞ୍ଚି ଯାଇଛି, ଯେଉଁଠି ତାହାର ଲୋକ ପ୍ରିୟତା ଦିନକୁ ଦିନ ବଢିବାରେ ଲାଗିଛି । ଶୋରେ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ରୁ ବଢି ଗୋଟିଏ କଂଟେସ୍ଟେଂ ଅଂଶ ଗ୍ରହଣ କରୁଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବି କେହି ୫୦ ଲକ୍ଷରୁ ବି ଅଧିକ ରାଶି ଜିତି ପାରି ନାହାନ୍ତି ।

ଏହା ମଧ୍ୟରେ ୧ କୋଟି ଟଙ୍କା ଜିତିବାର ଇତିହାସ ହେଉ ହେଉ ଅଟକି ଗଲା । କହିବାକୁ ଗଲେ ୧୯ ବର୍ଷର ହିମାଂଶୁ ଧୁରିୟା ୧ କୋଟି ଟଙ୍କା ଜିତୁ ଜିତୁ ରହିଗଲେ, ସେ ସଠିକ ଜବାବ ଦେଲେ କିନ୍ତୁ ତାହା ସତ୍ବେ ବି ସେ କୋଟିପତି ହୋଇ ପାରିଲେ ନାହିଁ ।

ପୁରା ଗେମକୁ ବହୁତ ବୁଦ୍ଧିମାନର ସହ ଖେଳିଲେ

ରାୟ ବରେଲୀରେ ରହୁଥିବା ହିମାଂଶୁ ଧୁରିୟା ହଟ ଶୀଟ ଉପରେ ବସୁ ବସୁ ନିଜର ପ୍ରଥମ ପ୍ରଶ୍ନରେ ଲାଇଫଲାଇନ ବ୍ୟବାହର କରି ଥିଲେ, ଯାହା ପରେ କାହାକୁ ବି ଲାଗି ନ ଥିଲା କି ସେ ଏତେ ଆଗକୁ ଖେଳି ପାରିବେ । କିନ୍ତୁ ଏହା ପରେ ସେ ନିଜର ଜ୍ଞାନର ପ୍ରୟୋଗ କରି ଅନ୍ୟ ଏକ ଇତିହାସ ରଚି ଦେଲେ । କହିବାକୁ ଗଲେ ହିମାଂଶୁ ୨୫ ଲକ୍ଷ ଟଙ୍କାର ପ୍ରଶ୍ନ ଭିତରେ ନିଜର ସମସ୍ତ ଲାଇଫ ଲାଇନ ବ୍ୟବହାର କରି ନେଇଥିଲେ । କିନ୍ତୁ ପରେ ୨୫ ରୁ ୫୦ ଲକ୍ଷ ଟଙ୍କାର ପ୍ରଶ୍ନକୁ ସେ ବିନା କୌଣସି ଲାଇଫ ଲାଇନ ଦ୍ଵାରା ସଠିକ ଉତ୍ତର ଦେଲେ ।

୧ କୋଟି ଟଙ୍କା ଜିତୁ ଜିତୁ ରହିଗଲେ ହିମାଂଶୁ

୫୦ ଲକ୍ଷ ଟଙ୍କାର ସଠିକ ଜବାବ ଦେବା ପରେ ହିମାଂଶୁ ଧୁରିୟାଙ୍କ ପାଖରେ କୌଣସି ଲାଇଫ ଲାଇନ ବଞ୍ଚି ନ ଥିଲା । ଯେଉଁ କାରଣରୁ ତାଙ୍କ ପାଖରେ ଯେତେବେଳେ ୧ କୋଟି ତାଙ୍କର ପ୍ରଶ୍ନ ଆସିଲା ତେବେ ସେ ଗେମ ଛାଡି ଦେଲେ । କହିବାକୁ ଗଲେ ହିମାଂଶୁ ସଠିକ ଜବାବକୁ ନେଇ ଅଳ୍ପ ଦୁବିଧାରେ ଥିଲେ । ଯେଉଁ କାରଣରୁ ସେ ରିସ୍କ ନେବା ପାଇଁ ଚାହୁଁ ନ ଥିଲେ ଓ ଗେମକୁ ଛାଡି ଦେଲେ ।

କିନ୍ତୁ ଯେତେବେଳେ ତାଙ୍କୁ ପଚରା ଗଲା କି ଏହାର ଜବାବ ତାଙ୍କୁ କଣ ଲାଗୁଛି । ତେବେ ସେ ଅନ୍ଦାଜ ଲଗାଇଲେ ଓ ତାଙ୍କର ଅନ୍ଦାଜ ସଠିକ ଥିଲା, କିନ୍ତୁ ତାଙ୍କୁ ୧ କୋଟି ଟଙ୍କା ମିଳିଲା ନାହିଁ । କାରଣ ସେ ଗେମ ଛାଡି ଦେଇଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button