ନୀତି

Vastu Tips- କିଏ କେତେ ବି ମାଗୁ ନା କାହିଁକି, ନିଜ ଘରର ଏହି 5 ଟି ଜିନିଷ କେବେ ବି କାହାକୁ ଦେବେ ନାହିଁ, ନହେଲେ ଭୋଗିବେ ଭୟଙ୍କର ପରିଣାମ

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଆମ ମାନଙ୍କୁ ଛୋଟ ବେଳୁ ହିଁ ଶିଖା ଯାଇଥାଏ କି ସବୁବେଳେ ଅନ୍ୟ ମାନଙ୍କୁ ସାହାଯ୍ୟ କରିବା ଦୁଃଖୀ ଦରିଦ୍ର୍ୟ ମାନଙ୍କୁ ସାହାଯ୍ୟ କରିବା । କିନ୍ତୁ ଭଗବାନ ବିଷ୍ଣୁ କହିଛନ୍ତି ଯେ କିଛି ଜିନିଷ ଅଛି ଯାହାକୁ କି ଭୁଲ ରେ ବି ଅନ୍ୟ ମାନଙ୍କୁ ଦେବା ଉଚିତ ନୁହେଁ । ତେବେ ସେହି କିଛି ଜିନିଷ ବିଷ୍ଣୁ ପୁରାଣ ରେ ବର୍ଣ୍ଣିତ ହୋଇଛି । ଏହି ଜିନିଷ ଗୁଡିକ ଦେବା ଦ୍ବାରା ମାତା ଲକ୍ଷ୍ମୀ ଘର ଛାଡ଼ି ଚାଲି ଯାଇଥାନ୍ତି । ଆଉ ଆମେ ମାନେ ବହୁତ ଭଲରେ ଜାଣିଛୁ କି ଆମ ଜୀବନରେ ମାତା ଲକ୍ଷ୍ମୀ ଙ୍କର ମହତ୍ତ୍ୱ କଣ ।

ମାତା ଲକ୍ଷ୍ମୀ ଆମ ଘର ଛାଡ଼ି ଚାଲିଗଲେ ଆମକୁ ବହୁତ ଅସୁବିଧା ର ସମ୍ମୁଖୀନ ହେବାକୁ ପଡିବ । ମାତା ଲକ୍ଷ୍ମୀ ଯିବା ଦ୍ବାରା ଆମ ଘରୁ ଧନ ସମ୍ପତ୍ତି , ସୁଖ ଶାନ୍ତି ସବୁ ଛାଡି ଚାଲି ଯାଇଥାଏ । ମାତା ଲକ୍ଷ୍ମୀ ଆସିବା ଦ୍ବାରା ଆମ ଘର ସୁଖ ସମୃଦ୍ଧି , ଧନ ସମ୍ପତ୍ତି ରେ ପୂର୍ଣ୍ଣ ହୋଇ ଯାଇଥାଏ ଏବଂ ତାଙ୍କ ଯିବା ଦ୍ବାରା ସବୁ ଚାଲି ଯାଇଥାଏ । ତେବେ ଚାଲନ୍ତୁ ସେହି ଜିନିଷ ଗୁଡିକ କଣ ଜାଣିବା ।

ନିଜ ପତ୍ନୀ ର ଆଭୂଷଣ । ଆପଣ ମାନେ ସମସ୍ତେ ଜାଣିଥିବେ ଅଳଙ୍କାର ରେ ମାତା ଲକ୍ଷ୍ମୀ ବାସ କରନ୍ତି । ଆପଣଙ୍କ ସ୍ତ୍ରୀ ର ଗହଣା ଆପଣଙ୍କ ସମୃଦ୍ଧି ର ଲକ୍ଷଣ ହୋଇଥାଏ । ତେଣୁ ଭୁଲ ରେ ବି ଆପଣ ଆପଣଙ୍କ ସ୍ତ୍ରୀ ଙ୍କ ଗହଣା କାହାକୁ ଦେବା ଉଚିତ ନୁହେଁ । ଖାସ କରି ମହିଳା ମାନେ ଆପଣ ଆପଣଙ୍କର ମଙ୍ଗଳସୁତ୍ର , ପାଉଁଜି , ଅଣ୍ଟା ବିଛା କାହାକୁ ବି ଭୁଲ ରେ ଦେବେ ନାହିଁ । ଆପଣ ଏହିସବୁ ଜିନିଷ ଦେବା ଦ୍ବାରା ଆପଣଙ୍କ ଘର ର ସୌଭାଗ୍ୟ ମଧ୍ୟ ଚାଲିଯାଇଥାଏ । ଯାହାଦ୍ୱାରା କି ମାତା ଲକ୍ଷ୍ମୀ ବହୁତ ଅସନ୍ତୁଷ୍ଟ ହୋଇଥାନ୍ତି ।

ଦ୍ୱିତୀୟ ରେ ଝାଡୁ । ଆପଣ ଶୁଣିଥିବେ କି ଝାଡୁ କାହାକୁ ଦେବା ଉଚିତ ନୁହେଁ । କାରଣ ଝାଡୁ ମାତା ଲକ୍ଷ୍ମୀ ଙ୍କର ପ୍ରତୀକ ହୋଇଥାଏ । ଝାଡୁ ରେ ଘର ର ସୁଖ ସମୃଦ୍ଧି ଆଦି ରହିଥାଏ । ଏହା ଘର ର ନକରାତ୍ମକ ଶକ୍ତି କୁ ଦୂର କରିଥାଏ । ତେଣୁ ଝାଡୁ ଦେବା ଦ୍ବାରା ଆପଣଙ୍କ ଘରୁ ସୁଖ ଶାନ୍ତି ସବୁ ଦୂରେଇ ଯାଇଥାଏ । ଝାଡୁ ସ୍ୱଚ୍ଛତା ର ସଂକେତ ହୋଇଥାଏ।

ତୃତୀୟ ରେ ସନ୍ଧ୍ୟା ବେଳେ କେବେବି ଭୁଲ ରେ ଦହି , ଚିନି , କ୍ଷୀର , ଅଟା ଆଦି ସଫା ଜିନିଷ କାହାକୁ ଦେବେ ନାହିଁ । କାରଣ ଧଳା ଜିନିଷ ରେ ବହୁତ ଜଲଦି ଖରାପ ନଜର ପଡି ଯାଇଥାଏ । ତେଣୁ ଆପଣ ସନ୍ଧ୍ୟା ବେଳେ କେବେବି ଏହାକୁ ଅନ୍ୟ କାହାକୁ ଦେବେ ନାହିଁ । ଯଦି ବହୁତ ଅଵଶ୍ୟକତା ଅଛି ତେବେ ଆପଣ ବାହାରୁ କିଣିକି ଦେଇ ପାରିବେ ହେଲେ ନିଜ ଘରୁ କେବେ ଦିଅନ୍ତୁ ନାହିଁ ।

ଚତୁର୍ଥ ରେ ଟଙ୍କା ଆପଣ ଆପଣଙ୍କ ପାଖରେ ରଖିଥିବା ଟଙ୍କା କାହାକୁ ବି ଦେବେ ନାହିଁ । କାରଣ ଆପଣଙ୍କ ସଞ୍ଚିତ ଟଙ୍କା ରେ ମାତା ଲକ୍ଷ୍ମୀ ବାସ କରିଥାନ୍ତି । ତେଣୁ ଆପଣ ଟଙ୍କା ଏବଂ ସ୍ତ୍ରୀ ଙ୍କ ଗହଣା ଦେବା ଉଚିତ ନୁହେଁ ।

ପଞ୍ଚମ ରେ ହେଲା ଆପଣଙ୍କ ରୋଷେଇ ଘର ର ବେଲନା ବାଡ଼ି ଲୁହା ଜିନିଷ ଆଦି କେବେ ଦେବା ଉଚିତ ନୁହେଁ । ଏହା ଦେବା ଦ୍ବାରା ଘରେ ନକାରତ୍ମକ ଶକ୍ତି ପ୍ରବେଶ କରିଥାଏ । ମାତା ଲକ୍ଷ୍ମୀ ଅନ୍ନପୂର୍ଣ୍ଣା ଦେବୀ ରୂପରେ ପରିଚିତ ତେଣୁ ସବୁବେଳେ ଖାଇବା ଆଗରୁ ମାତା ଲକ୍ଷ୍ମୀ ଙ୍କର ଧନ୍ୟବାଦ କରିବା ଉଚିତ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button