ଦେଶ ବିଦେଶ

ରୁଷୀୟ ସେନାଙ୍କ ଛତ୍ରଭଙ୍ଗ, ୟୁକ୍ରେନ ନିୟନ୍ତ୍ରଣକୁ ଫେରିଲା ଖେରସନ ସହର

କିଭ୍: ରୁଷୀୟ ସେନା ୟୁକ୍ରେନର ଖେରସନରୁ ଛତ୍ରଭଙ୍ଗ ଦେଇଛନ୍ତି । ଏହି ସହରକୁ ୟୁକ୍ରେନ ପୁଣି ନିଜ ନିୟନ୍ତ୍ରଣକୁ ନେଇଛି । ଏହାକୁ ଏକ ଐତିହାସିକ ଦିନ ଭାବରେ ଅଭିହିତ କରିଛନ୍ତି ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି । ଏକ ଟିଭି ସମ୍ବୋଧନରେ କହିଛନ୍ତି ଯେ ‘ଆମେ ଦେଶର ଦକ୍ଷିଣ ଭାଗକୁ ଫେରାଇ ଆଣିଛୁ, ଆମେ ଖେରସନଙ୍କୁ ଫେରାଇ ଆଣିଛୁ। ଜେଲେନସ୍କି କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଆମର ସେନାବାହିନୀ ଖେରସନ ସହରର ବାହାରେ ଅଛନ୍ତି ଏବଂ ଆମେ ସହରରେ ପ୍ରବେଶ କରିବାକୁ ଅତି ନିକଟତର ହୋଇସାରିଛୁ । କିନ୍ତୁ ସହରରେ ପୂର୍ବରୁ ସେନାର ଏକ ସ୍ୱତନ୍ତ୍ର ଦଳ ଉପସ୍ଥିତ ଅଛନ୍ତି ।

ଏକ ଭାଇରାଲ ଭିଡିଓ ଫୁଟେଜରେ ଖେରସନ ସହରର ସେଣ୍ଟ୍ରାଲ ସ୍କ୍ବାୟରରେ ବହୁ ଲୋକ ଆନନ୍ଦରେ ବିଜୟ ସ୍ଲୋଗାନ ଦେବା ସହ ୟୁକ୍ରେନ ସୈନିକମାନଙ୍କ ସହ ସେଲଫି ନେଉଥିବା ଦେଖିବାକୁ ମିଳୁଛି । ଭିଡିଓରେ ଦୁଇଜଣ ପୁରୁଷ ଜଣେ ମହିଳା କନଷ୍ଟେବଳଙ୍କୁ କାନ୍ଧରେ ଉଠାଇ ଉପରକୁ ଫିଙ୍ଗୁଛନ୍ତି। କିଛି ବାସିନ୍ଦା ନିଜକୁ ୟୁକ୍ରେନ ପତାକା ରେ ଗୁଡ଼ାଇ ରଖିଥିବା ବେଳେଆଉ ଜଣେ ଲୋକ ଆନନ୍ଦରେ କାନ୍ଦୁଥିବା ଦେଖିବାକୁ ମିଳୁଛି ।

ରୁଷ କହିଛି ଯେ ଜଣେ ବି ସୈନିକଙ୍କୁ ହରାଇବା ବିନା ଆମେ ୩୦,୦୦ ସୈନିକଙ୍କୁ ପ୍ରତ୍ୟାହାର କରି ନେଇଛୁ । କିନ୍ତୁ ୟୁକ୍ରେନର ଲୋକମାନେ ସେୟାର କରିଥିବା ଏକ ଫଟୋରେ ରୁଷର ସୈନିକମାନେ ସେମାନଙ୍କ ୟୁନିଫର୍ମ ଏବଂ ଅସ୍ତ୍ରଶସ୍ତ୍ର ଛାଡି ଖସିଯିବାକୁ ଚେଷ୍ଟା କଲାବେଳେ ନିପ୍ରୋ ନଦୀରେ ବୁଡ଼ି ଯାଉଛନ୍ତି। ତେବେ ୟୁକ୍ରେନର ନିପ୍ରୋ ନଦୀ ନିକଟରେ ବନ୍ୟା ପରିସ୍ଥିତି ସେନା ପ୍ରତ୍ୟାହାରର କାରଣ ବୋଲି କହିଛି ରୁଷ ।

Related Articles

Leave a Reply

Your email address will not be published. Required fields are marked *

Back to top button