ଶେଷ ହେଲା ୧୯ତମ ଏସୀୟ କ୍ରୀଡା : ୧୦୭ ପଦକ ସହ ଭାରତର ଶ୍ରେଷ୍ଠ ପ୍ରଦର୍ଶନ – Utkal Mail
ନୂଆଦିଲ୍ଲୀ : ଚୀନର ହାଙ୍ଗଝୁଠାରେ ଅନୁଷ୍ଠିତ ୧୯ତମ ଏସୀୟ କ୍ରୀଡ଼ା ଶେଷ ହୋଇଛି । ଆସନ୍ତା କାଲି ଅର୍ଥାତ ଅକ୍ଟୋବର ୮ରେ ଏହାର ରଙ୍ଗାରଙ୍ଗ ଉଦଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏସୀୟ କ୍ରୀଡ଼ା ଇତିହାସରେ ଏହା ସବୁଠାରୁ ବଡ଼ ଆୟୋଜନ ବୋଲି କୁହାଯାଉଛି । ଏପରିକି ପ୍ରତିଯୋଗିତା ସଂଖ୍ୟା ଓ ଅଂଶଗ୍ରହଣ କରିଥିବା କ୍ରୀଡ଼ାବିତଙ୍କ ସଂଖ୍ୟା ଦୃଷ୍ଟିରୁ ଏହା ଅଲିମ୍ପିକ୍ସଠାରୁ ବି ବଡ଼ ବୋଲି କୁହାଯାଉଛି । କାରଣ ଟୋକିଓ ଅଲମ୍ପିକ୍ସରେ ୧୧ ହଜାର ଆଥଲେଟ୍ ଅଂଶଗ୍ରହଣ କରିଥିବାବେଳେ ହାଙ୍ଗଝୁ ଏସୀୟ କ୍ରୀଡ଼ାରେ ୧୨୫୦୦ ଆଥଲେଟ ଅଂଶଗ୍ରହଣ କରିଥିଲେ । ସେହିପରି ଟୋକିଓ ଅଲମ୍ପିକ୍ସରେ ୩୩ଟି କ୍ରୀଡ଼ା ଥିବାବେଳେ ଏହି ଏସୀୟ କ୍ରୀଡ଼ାରେ ୪୦ଟି କ୍ରୀଡ଼ା ରହିଛି।
ଏହି ଏସୀୟ କ୍ରୀଡ଼ାରେ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି। ଶନିବାର ୧୪ତମ ଦିନ ଅର୍ଥାତ୍ ଶନିବାର ଭାରତୀୟ ଆଥଲେଟମାନେ ୬ ସ୍ୱର୍ଣ୍ଣ ସହ ମୋଟ ୧୨ଟି ପଦକ ଜିତିଛନ୍ତି। ୨୮ ସ୍ୱର୍ଣ୍ଣ, ୩୮ ରୌପ୍ୟ ଓ ୪୧ କାଂସ୍ୟ ସହ ଭାରତ ମୋଟ ୧୦୭ ପଦକ ଜିତି ତାଲିକାର ଚତୁର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରିଛି। ଶେଷ ଦିନରେ ଭାରତର ପୁରୁଷ କ୍ରିକେଟ ଦଳ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ କବାଡିରେ ଭାରତୀୟ ପୁରୁଷ ଓ ମହିଳା ଦଳ ଚାମ୍ପିୟନ ହୋଇଥିଲେ। ବ୍ୟାଡ୍ ମିଣ୍ଟନରେ ଭାରତ ପୁରୁଷ ଡବଲ୍ସ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ତୀରନ୍ଦାଜିର ପୁରୁଷ ଓ ମହିଳା ବ୍ୟକ୍ତିଗତ ଇଭେଣ୍ଟରେ ଭାରତୀୟ ତୀରନ୍ଦାଜମାନେ ସ୍ୱର୍ଣ୍ଣ ଲକ୍ଷ୍ୟ ରଖିଛନ୍ତି।