ମନୋରଞ୍ଜନ

ଦୀପାବଳି ପାର୍ଟିରେ ତମନ୍ନା ଭାଟିଆ-ବିଜୟ ବର୍ମାଙ୍କ ରୋମାଣ୍ଟିକ ଏଣ୍ଟ୍ରି, ଆପଣ ଦେଖିଲେଣି କି? – Utkal Mail



ମୁମ୍ବାଇ: ନିକଟରେ ବି-ଟାଉନରେ ଅଭିନେତ୍ରୀ ତମନ୍ନା ଭାଟିଆ ଏବଂ ବିଜୟ ବର୍ମାଙ୍କ ସମ୍ପର୍କକୁ ନେଇ ଖୁବ୍‌ ଆଲୋଚନା ଚାଲିଥିଲା। କିନ୍ତୁ ବିଜୟ ବର୍ମା ନିଜ ପ୍ରେମକୁ ଖୋଲାଖୋଲି ଭାବରେ ପ୍ରକାଶ କରିବା ପରେ ଫ୍ୟାନ୍ସଙ୍କ ପ୍ରିୟ ଯୋଡି଼ ପାଲଟିଛନ୍ତି। ସମ୍ପ୍ରତି ବି-ଟାଉନର ନୂଆ ପ୍ରେମୀଯୁଗଳ ତମନ୍ନା ଭାଟିଆ ଏବଂ ବିଜୟ ବର୍ମାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ଘରେ ଆୟୋଜିତ ଦୀପାବଳି ପାର୍ଟିରେ ତାରକାଙ୍କ ସମାବେଶ ହୋଇଥିଲା। ଇଣ୍ଡଷ୍ଟ୍ରିର ସମସ୍ତ ବଡ ବ୍ୟକ୍ତିତ୍ୱ ଏହି ପାର୍ଟିରେ ଯୋଗଦେଇଥିଲେ।

ଏହି ସମୟରେ, ଯେଉଁମାନେ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥିଲେ, ସେମାନେ ହେଉଛନ୍ତି ବିଜୟ ଏବଂ ତମନ୍ନା। ଦୁହେଁ ପାର୍ଟିରେ ରୋମାଣ୍ଟିକ ଏଣ୍ଟ୍ରି କରିଥିଲେ। ଏହାପରେ ସମାନଙ୍କ ସମ୍ପର୍କକୁ ନେଇ ଜାରି ରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଥିଲା। ବର୍ତ୍ତମାନ ଯେଉଁ ଭିଡିଓରେ ସାମ୍ନାକୁ ଆସିଛି, ସେଥିରେ ଏହି ପ୍ରେମୀଯୁଗଳ ପରସ୍ପରର ହାତ ଧରି ପାର୍ଟିରେ ପ୍ରବେଶ କରିଥିଲେ। ଦୀପାବଳି ପାର୍ଟିକୁ ଉପଭୋଗ କରିବା ପାଇଁ ଦୁହେଁ ପାରମ୍ପରିକ ଶୈଳୀର ପୋଷାକ ପିନ୍ଧି ଆସିଥିଲେ। ତମନ୍ନା ଏକ ସୁନ୍ଦର ଲେହେଙ୍ଗା ପିନ୍ଧିଥିଲେ। ବିଜୟ ବର୍ମା ମଧ୍ୟ ଏକ କଳା ପୋଷାକରେ ବହୁତ ସୁନ୍ଦର ଦେଖାଯାଉଥିଲେ।

କିନ୍ତୁ ସବୁଠାରୁ ବିଶେଷ କଥା ହେଲା ଦୁହେଁ ପରସ୍ପରର ହାତ ଧରି ପୁରା ସମୟ ବୁଲୁଥିବାର ନଜର ଆସିଥିଲେ। ଏହି ସମୟରେ, ସେମାନଙ୍କର କେମେଷ୍ଟ୍ରି ସ୍ପଷ୍ଟ ଦେଖାଯାଉଥିଲା। ଦୁହେଁ ଏକାଠି ବହୁତ ସୁନ୍ଦର ଏବଂ ବହୁତ ଖୁସି ଦେଖାଯାଉଥିଲେ। ଗଣମାଧ୍ୟମ ପାଇଁ ସେମାନେ ଏକାଠି ପୋଜ ଦେଇଥିଲେ। ଏହି ଭିଡିଓକୁ ନେଇ ବିଭିନ୍ନ ୟୁଜର ଭିନ୍ନ ଭିନ୍ନ ମତ ଦେବାରେ ଲାଗିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button