ମନୋରଞ୍ଜନ

ମହେଶ୍ ବାବୁଙ୍କୁ ପୁଣି ଝଟ୍‌କା : ମା’ଙ୍କ ବିୟୋଗ ପରେ ଏବେ ବାପା ହୃଦ୍‌ଘାତର ଶିକାର

ନୂଆଦିଲ୍ଲୀ : ନିକଟରେ ମହେଶଙ୍କ ମାଁ ତାଙ୍କୁ ଏକୁଟିଆ ସବୁଦିନ ପାଇଁ ଛାଡି ଚାଲିଯାଇଥିବା ବେଳେ ପୁଣି ଏକ ଦୁଃଖର ବାଦଲ ଘେରିଯାଇଛି ମହେଶଙ୍କ ପରିବାର ଉପରେ । ସାଉଥ ସୁପରଷ୍ଟାର୍ ମହେଶ ବାବୁଙ୍କ ବାପା କୃଷ୍ଣ ଗୁରୁତର। ରବିବାର ବିଳମ୍ବିତ ରାତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ହାଇଦ୍ରାବାଦର କଣ୍ଟିନେଣ୍ଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ରିପୋର୍ଟ ମୁତାବକ, ମହେଶ ବାବୁଙ୍କ ବାପାଙ୍କୁ ହୃଦଘାତ ହୋଇଛି। ହାର୍ଟ ଆଟାକ୍ ଆସିବା ପରେ ସେ ଚେତା ଶୂନ୍ୟ ହୋଇପଡିଥିଲେ। ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଛି।ହସ୍ପିଟାଲ ତରଫରୁ ଜାରି ରିପୋର୍ଟରେ କୁହାଯାଇଛି, କୃଷ୍ଣଙ୍କୁ ହସ୍ପିଟାଲ ଆଣିବା ପରେ ୨୦ ମିନିଟ୍ ଯାଏଁ ସିପିଆର୍ ଦିଆଯାଇଥିଲା। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି । ଏନେଇ ମହେଶ ବାବୁ ଦୁଃଖରେ ଭାଙ୍ଗିପଡିଥିବା ବେଳେ , ତାଙ୍କ ନିକଟକୁ ଛୁଟି ଆସିଛି ହଜାର ହଜାର ପ୍ରସଂସକଙ୍କ ସହାନଭୂତି ।

ମହେଶ ବାବୁଙ୍କ ବାପା କୃଷ୍ଣ ଟଲିଉଡ ଇଣ୍ଡଷ୍ଟ୍ରିର ଜଣେ ବଡ ଷ୍ଟାର୍। ସେ ନିଜ କ୍ୟାରିୟର୍ରେ ୩୦୦ରୁ ମଧ୍ୟ ଅଧିକ ଫିଲ୍ମରେ କାମ କରିଛନ୍ତି। ୭୯ ବର୍ଷୀୟ କୃଷ୍ଣଙ୍କୁ ତେଲୁଗୁ ଫିଲ୍ମର ପ୍ରଥମ ସୁପରଷ୍ଟାର୍ ବୋଲି କୁହାଯାଇଛି। ୨୦୧୬ରେ ଆସିଥିବା ଫିଲ୍ମ ଶ୍ରୀ ଶ୍ରୀରେ ତାଙ୍କୁ ଶେଷଥର ପାଇଁ ବଡ ପରଦାରେ ଦେଖିବାକୁ ମିଳିଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button