ବ୍ୟବସାୟ

‘ଫ୍ଲିପକାର୍ଟ ବିଗ୍ ବିଲିୟନ ଡେ ସେଲ୍‌’ରୁ ଖୁବ୍ ଶସ୍ତାରେ କିଣନ୍ତୁ ଆଇଫୋନ୍‌ ୧୪ ପ୍ରୋ ଫୋନ୍‌ – Utkal Mail


ମୁମ୍ବାଇ: ଯଦି ଆପଣ ଆଇଫୋନ୍ ୧୪ ପ୍ରୋ କିଣିବାକୁ ଯୋଜନା କରୁଛନ୍ତି, ତେବେ ଫ୍ଲିପକାର୍ଟରେ ଚାଲିଥିବା ‘ଫ୍ଲିପକାର୍ଟ ବିଗ୍ ବିଲିୟନ ଡେ ସେଲ୍‌’ରେ ଏହା ଉପରେ ଖୁବ୍‌ ରିହାତି ଦିଆଯାଉଛି। ଇ-କମର୍ସ ସାଇଟ୍ ଫ୍ଲିପକାର୍ଟ ମୂଲ୍ୟ ହ୍ରାସ ସହ ବ୍ୟାଙ୍କ ଅଫର ଏବଂ ଏକ୍ସଚେଞ୍ଜ୍‌ ଅଫର ବି ଦେଉଛି। ଆଇଫୋନ୍ ୧୪ ପ୍ରୋ ଉପରେ ଉପଲବ୍ଧ ରିହାତି ବିଷୟରେ ଏଠାରେ ଆମେ ଆପଣଙ୍କୁ ବିସ୍ତୃତ ଭାବରେ କହୁଛୁ।

ମୂଲ୍ୟ ବିଷୟରେ କହିବାକୁ ଗଲେ, ଆଇଫୋନ୍ ୧୪ ପ୍ରୋ ର ୧୨୮ ଜିବି ଷ୍ଟୋରେଜ୍ ଭାରିଆଣ୍ଟ ୧,୦୩,୯୯୯ ଟଙ୍କାରେ ଇ-କମର୍ସ ସାଇଟ୍ ଫ୍ଲିପକାର୍ଟରେ ଆପଣଙ୍କୁ ମିଳିଯିବ। ଆଇସିଆଇସିଆଇ ବ୍ୟାଙ୍କ କିମ୍ବା ଆକ୍ସିସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡ ଏବଂ କ୍ରେଡିଟ୍ କାର୍ଡ ଇଏମ୍‌ଆଇ କାରବାରରେ ୩୦୦୦ ଟଙ୍କା ରିହାତି ମିଳିପାରିବ, ଯାହା ପରେ ଏହାର ମୂଲ୍ୟ ୧,୦୦,୯୯୯ ଟଙ୍କା ହୋଇଯିବ।

ଆଇଫୋନ୍ ।୪ ପ୍ରୋରେ ୬.୧୦ ଇଞ୍ଚ ସୁପର ରେଟିନା ଏକ୍ସଡିଆର୍‌ ଡିସପ୍ଲେ ଅଛି, ଯାହାର ରିଜୋଲ୍ୟୁସନ ୧୧୭୯ଏକ୍ସ୨୫୫୬ ପିକ୍ସେଲ। ଏହି ଆଇଫୋନରେ ହେକ୍ସା କୋର ଆପଲ୍ ଏ୧୬ ବାୟୋନିକ୍ ପ୍ରୋସେସର୍ ଉପଲବ୍ଧ। କ୍ୟାମେରା ସେଟଅପ୍ ବିଷୟରେ କହିବାକୁ ଗଲେ, ଏହି ଆଇଫୋନର ସାମ୍ନାରେ ୧୨ ମେଗାପିକ୍ସେଲ ସେଲଫି କ୍ୟାମେରା ଅଛି। ପଛରେ ଏହାର ୪୮ ମେଗାପିକ୍ସେଲ ପ୍ରଥମ କ୍ୟାମେରା, ୧୨ ମେଗାପିକ୍ସେଲ ଦ୍ୱିତୀୟ କ୍ୟାମେରା ଏବଂ ୧୨ ମେଗାପିକ୍ସେଲ ତୃତୀୟ କ୍ୟାମେରା ଅଛି। ଏହି ଫୋନରେ ୬ ଜିବି ରାମ୍‌ ଏବଂ ୧୨୮ ଜିବି ଷ୍ଟୋରେଜ୍ ଅଛି।  ଏହି ଆଇଫୋନ୍ ଆଇଓଏସ୍‌ ୧୭ ରେ କାମ କରେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button