ଓଡିଶା
ବଜେଟ ୨୦୨୪ରେ ଓଡ଼ିଶାକୁ ଅବହେଳା କକ୍ଷତ୍ୟାଗ କଲା ବିଜେଡ଼ି ..

ଆଜି ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍ ଉପସ୍ଥାପନ କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଏହି ବଜେଟ୍ ଉପସ୍ଥାପନ କରୁଛନ୍ତି। । ଏଥିରେ ଅନ୍ୟ ରାଜ୍ୟ ମାନଙ୍କ ଅନୁଦାନ ମିଳିଥିବା ବେଳେ ଓଡ଼ିଶାକୁ ଅବହେଳା କରାଯାଇଛି । ଯାହାକୁ ନେଇ କକ୍ଷତ୍ୟାଗ କରିଛି ବିଜେଡି।
ଏଥିସହ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ନ ମିଳିବାରୁ ମଧ୍ୟ ଅସନ୍ତୋଷ ପ୍ରକାଶ କରି କକ୍ଷତ୍ୟାଗ କରିଛି ବିଜୁ ଜନତା ଦଳ। ଏନେଇ ରାଜ୍ୟ ସଭା ଏମପି ସସ୍ମିତ ପାତ୍ର କେନ୍ଦ୍ର ସରକାରଙ୍କ ଜୋରଦାର ବର୍ଷିଛନ୍ତି । ସେ କହିଛନ୍ତି, ଆନ୍ଧ୍ର ଓ ବିହାରକୁ ସ୍ବତନ୍ତ୍ର ଅନୁଦାନ ମିଳିଛି।କିନ୍ତୁ ଓଡ଼ିଶା କଥା ବିଚାରକୁ ନିଆ ଯାଇନି। ୨୧ରୁ ୨୦ ଭାଜପା ଏମପି ଜିତିବା ଓଡ଼ିଶା ପାଇଁ ଦଣ୍ଡ ସଦୃଶ୍ୟ। ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମିଳିବା ନେଇ ଆମେ ଦୀର୍ଘ ଦିନ ହେବ ଦାବି କରିଆସୁଛି। ହେଲେ ଏହାକୁ ଅଣଦେଖା କରାଯାଇଛି। ସେଥିପାଇଁ ଆମେ ଏହାକୁ ଜୋରଦାର ବିରୋଧ କରୁଛୁ।