ଆଉ ଦିନଟେ ବଢିଲା କଟକ ବାଲିଯାତ୍ରା , ଏଥର ୧୬ ବଦଳରେ ସରିବ
କଟକ : ଦୀର୍ଘ ୨ ବର୍ଷ ପରେ କଟକବାସୀଙ୍କ ସହ ସାରା ଓଡିଶା ବାସୀ ବାଲିଯାତ୍ରାର ରଙ୍ଗୀନ ଆଲୋକରେ ହଜିଯାଇଥିବା ବେଳେ । ଏହାକୁ ନେଇ ବର୍ତ୍ତମାନ ଏକ ବଡ ଅଫ୍ଡେଟ୍ ଆସୁଛି । ଏଥର ୧୬ ତାରିଖ ପରିବର୍ତ୍ତେ ୧୭ ତାରିଖରେ ସରିବ ବାଲିଯାତ୍ରା । ଏନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଘୋଷଣା କରିଛନ୍ତି ।
୨ ବର୍ଷରୁ ବନ୍ଦ ପଡିଥିବା ଏହି ଐତିହାସିକ ବାଲିଯାତ୍ରା ମଧ୍ୟ ଏଥର ଲୋକମାନଙ୍କ ଦୃଷ୍ଟିଆକର୍ଷଣ ଖୁବ୍ କରିଛି । ଏଥର ଲୋକମାନଙ୍କ ନିମନ୍ତେ ନଦିରେ ବୋଟିଂର ସୁବିଧା ସହ ରେଷ୍ଟୁରାଣ୍ଟର ମଧ୍ୟ ବ୍ୟବସ୍ଥା କରାଯାଇଚି । ଅନେକ ଚାକଚମକର ଆଲୋକ ସହ ପୁରୁଣା ଢଙ୍ଗରେ ଝୁଡି, କୁଲା ଇତ୍ୟାଦିରେ ଆଲୋକର ସମାହାରକୁ ଲଗାଇ ସାଜସଜ୍ଜାଗୁଡିକ ଲୋକମାନଙ୍କ ମନକୁ ମୋହୁଛି । ତେବେ ଲୋକମାନଙ୍କର ଆଗ୍ରହ , ଉତ୍ସାହକୁ ଆଖି ଆଗରେ ରଖି ଯାତ୍ରାର ଅବଧିକୁ ୨ ଦିନ ବଢାଇବାକୁ ରାଜ୍ୟ ସରକାରଙ୍କୁ ଆଉ ୨ ଦିନ ବଢାଇବାକୁ ପ୍ରସ୍ତାବ ଦେଇଥିଲେ କଟକ ମହାନଗର ନିଗମ/ସିଏମସି ।
ଏନେଇ ସୋମବାର ସିଏମ୍ସିର ସ୍ୱତନ୍ତ୍ର ବରାଦି ବୈଠକରେ ଆଲୋଚନା ପରେ ନିଗମ ପକ୍ଷରୁ ସରକାରଙ୍କୁ ବିଧିବଦ୍ଧ ପ୍ରସ୍ତାବ ଦେଇ ଚିଠି ଲେଖାଯାଇଥିଲା । ଫଳରେ ବାଲିଯାତ୍ରା ଆଉ ଦୁଇଦିନ ବଢ଼ିବା ନେଇ ଆଶା ସଂଚାର ହୋଇଥିଲା । ହେଲେ ସରକାର ଦିନେ ବଢାଇବାକୁ ଦେଇଛନ୍ତି ଅନୁମୋଦନ ।