କ୍ରୀଡା

ପାକିସ୍ତାନ ଟିମର ଟ୍ୟାଲେଣ୍ଟ ନଥିବା କହିଲେ ସୋଏବ୍, କଲେ ଭାରତୀୟ ଟିମର ପ୍ରଶଂସା – Utkal Mail


ଅହମଦାବାଦ: ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଇସିସି ବିଶ୍ବକପର ସବୁଠାରୁ ହାଇପ୍ରୋଫାଇଲ ମ୍ୟାଚ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ପାକିସ୍ତାନ ବ୍ୟାଟ୍ସମ୍ୟାନମାନେ ଆରମ୍ଭରୁ ସତର୍କତାର ସହ ଖେଳି ଏକ ବଡ଼ ସ୍କୋର ଆଡକୁ ଆଗାଉ ଥିବା ବେଳେ ଭାରତୀୟ ବୋଲରମାନେ ଘାତକ ବୋଲିଂ କରି ପାକିସ୍ତାନର ବ୍ୟାଟିଂ ବିପର୍ଯ୍ୟୟ କରାଇଥିଲେ। ଫଳରେ ପାକିସ୍ତାନ ମାତ୍ର ୧୯୧ ରନରେ ଅଲଆଉଟ ହୋଇଯାଇଥିଲା ।

ଏବେ ନିଜ ଦେଶର ଟିମ୍ ଭଲ ପ୍ରଦର୍ଶନ କରିନଥିବାରୁ ନିରାଶ ହୋଇଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର। ଏକ୍ସରେ ନିଜର ଭିଡିଓ ସେୟାର କରି ପାକିସ୍ତାନ ଟିମର ଟ୍ୟାଲେଣ୍ଟ ନଥିବା କହିଛନ୍ତି ସୋଏବ। ଏହା ସହ ସୋଏବ ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମାଙ୍କ ପ୍ରଶଂସା କରିଥିବା ଭିଡିଓରେ ଦେଖାଯାଇଛି। ସେ କହିଛନ୍ତି ଯେ, ଜବରଦସ୍ତ ମ୍ୟାଚ୍ ଆପଣମାନେ ଦେଖୁଛନ୍ତି। ପାକ୍ ଟିମକୁ ଖେଳିବାର ଭଲ ପ୍ଲାଟଫର୍ମ ମିଳିଲା। ହେଲେ ପାକ୍ ଟିମ ଫାଇଦା ଉଠାଇ ପାରିଲା ନାହିଁ। ପାକିସ୍ତାନ ପାଖରେ ଅଧିକ ସ୍କୋର କରିବାର ଟ୍ୟାଲେଣ୍ଟ ନଥିଲା। ଏତେ ଭଲ ସୁଯୋଗ ପାଇ ପାକ୍ ଭଲ ଖେଳିପାରିନଥିବା ଦେଖି ଦୁଃଖ ଲାଗୁଛି। ଅନ୍ୟପକ୍ଷରେ ଭାରତ ବହୁତ ଭଲ ପ୍ରଦର୍ଶନ କରିଛି। ରୋହିତଙ୍କ ଅଧିନାୟକତ୍ବରେ ଭାରତୀୟ ଟିମ୍ ଭଲ ପ୍ରଦର୍ଶନ କରିଛି।




Related Articles

Leave a Reply

Your email address will not be published. Required fields are marked *

Back to top button