ଖେଳ ଚାଲିଥିବା ବେଳେ ଭାଇରାଲ ହେଲା ଡ୍ରେସିଂ ରୁମରୁ ବିରାଟଙ୍କ କିଟ – Utkal Mail
ଅହମଦାବାଦ: ଗୁଜରାଟର ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଆୟୋଜିତ ‘ଆଇସିସି’ କ୍ରିକେଟ୍ ବିଶ୍ବକପ୍୨୦୨୩ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ରେ ‘ଟସ୍’ ଜିଣିବା ପରେ ଭାରତୀୟ ଟିମ୍ର ଅଧିନାୟକ ରୋହିତ ଶର୍ମା ପ୍ରଥମେ ବୋଲିଙ୍ଗ୍ କରିବାକୁ ନିଷ୍ପତ୍ତି ନେଇ ପାକିସ୍ତାନକୁ ବ୍ୟାଟିଙ୍ଗ୍ ସୁଯୋଗ ଦେଇଛନ୍ତି।
‘ଟସ୍’ ଜିଣିବା ପରେ ଭାରତର ଅଧିନାୟକ ରୋହିତ ଶର୍ମା କହିଥିଲେ, ଆମେ ପ୍ରଥମେ ବୋଲିଙ୍ଗ୍ କରିବୁ, ଏଭଳି ଚମତ୍କାର ପରିବେଶରେ ଏହାଠାରୁ ଅଧିକ କିଛି କରିପାରିବୁ ନାହିଁ। ଆମ ଭିତରୁ ଅନେକ ନିଶ୍ଚୟ ଅସାଧାରଣ ଅନୁଭୂତି ହାସଲ କରିବେ। ଟ୍ରାକ୍ ଭଲ ଅଛି।’
ତେବେ ପଡ଼ିଆରେ ଖେଳ ଜୋରସୋର ଆରମ୍ଭ ହୋଇଥିବା ବେଳେ ଉଭୟ ଦେଶର କ୍ରିକେଟ ଓ ଚଳଚ୍ଚିତ୍ର ପ୍ରେମୀ ଉତ୍ସାହର ସହ ଖେଳ ଦେଖୁଛନ୍ତି। ଏହି ଖେଳ ଚାଲିଥିବା ବେଳେ ସୋସିଆଲ ମିଡିଆରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ର ଡ୍ରେସିଂ ରୁମରେ ଥିବା ବିରାଟଙ୍କ କିଟର ଫଟୋ ଭାଇରାଲ ହୋଇଛି। ଏହି ଫଟୋରେ ତିନିଟି ବ୍ୟାଟ, ହେଲମେଟ, ଗ୍ଲୋବସ ସମତେ ଖେଳ ସମୟରେ ବ୍ୟବହୃତ ଅନେକ ସାମଗ୍ରୀ ରହିଥିବା ଦେଖିବାକୁ ମିଳୁଛି।
ଏହି ଫଟୋକୁ ଇନଷ୍ଟାଗ୍ରାମରେ ସେୟାର କରାଯାଇ ଆଇସିସି ଫଟୋ କ୍ୟାପସନରେ ଲେଖିଛି, ‘କିଙ୍ଗ କି କିଟ’।
Virat Kohli’s kit is ready at the Narendra Modi Stadium. (ICC).
– Everyone is waiting for King Kohli madness…!!! pic.twitter.com/5PReKkp09M
— Mufaddal Vohra (@mufaddal_vohra) October 14, 2023