କ୍ରୀଡା

ଖରାପ ପ୍ରଦର୍ଶନ ପାଇଁ ଟ୍ରୋଲ ହେଉଥିବା କ୍ରିକେଟରଙ୍କୁ ପସନ୍ଦ କରୁଥିବା କହିଲେ ସଲମାନ – Utkal Mail


ମୁମ୍ବାଇ: ଆଜି ଗୁଜରାଟର ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ‘ଆଇସିସି’ କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ରେ ଭାରତ-ପାକିସ୍ତାନ ମୁହାଁମୁହିଁ ହୋଇଥିଲେ। ‘ଟସ୍‌’ ଜିଣିବା ପରେ ଭାରତୀୟ ଟିମ୍‌ର ଅଧିନାୟକ ରୋହିତ ଶର୍ମା ପ୍ରଥମେ ବୋଲିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ପାକିସ୍ତାନକୁ ବ୍ୟାଟିଙ୍ଗ୍‌ କରିବାର ସୁଯୋଗ ମିଳିଥିଲା। ପାକିସ୍ତାନ ପାଖରେ ଭଲ ସୁଯୋଗ ଥାଇ ବି ସେ ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲା। ଏହା ସହ ଭଲ ପ୍ରଦର୍ଶନ କରି ବିଜୟୀ ହୋଇଥିଲା ଭାରତ।

ଏହି ସମୟରେ ବିଭିନ୍ନ ସେଲିବ୍ରିଟି ମ୍ୟାଚ୍ ଦେଖିବାକୁ ପହଞ୍ଚିଥିବା ବେଳେ ବଲିଉଡର ଟାଇଗର ସଲମାନ ଖାନ ମଧ୍ୟ ମ୍ୟାଚ୍ ଦେଖିବାକୁ ପହଞ୍ଚିଥିଲେ। ସଲମାନ ଖାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ଟାଇଗର ୩ର ପ୍ରଚାର ପାଇଁ ଷ୍ଟାର ସ୍ପୋର୍ଟସ ଚ୍ୟାନେଲର ଷ୍ଟୁଡିଓରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କୁ ଭାରତୀୟ କ୍ରିକେଟର ହରଭଜନ ସିଂ ଏବଂ ମହମ୍ମଦ କୈଫଙ୍କ ସହ ଦେଖିବାକୁ ମିଳିଥିଲା। ଦୁହିଁଙ୍କୁ ସାକ୍ଷାତକାର ଦେଇ ଅଭିନେତା ତାଙ୍କର ପ୍ରିୟ ଖେଳାଳିଙ୍କ ନାମ ପ୍ରକାଶ କରିଥିଲେ। କ୍ରିକେଟର ବିରାଟ କୋହଲି କି ରୋହିତ ଶର୍ମା ନୁହନ୍ତି ସଲମାନ କେ.ଏଲ୍ ରାହୁଲଙ୍କ ନାମ ନେଇଥିଲେ।  ସଲମାନ କହିଥିଲେ ଯେ, ସେ କେ.ଏଲ୍ ରାହୁଲଙ୍କୁ ବହୁତ ପସନ୍ଦ କରନ୍ତି। କ୍ରିକେଟରଙ୍କ ପ୍ରଶଂସା କରି ସଲମାନ କହିଥିଲେ, “କେ.ଏଲ୍ ରାହୁଲ ମୋର ପ୍ରିୟ। ସେ ପ୍ରତ୍ୟେକ ପରିସ୍ଥିତିରେ ନିଜ ଉପରେ ଥିବା ଚାପକୁ ଭଲ ଭାବରେ ସମ୍ଭାଳି ନିଅନ୍ତି।”




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button