ଦେଶ ବିଦେଶ

ବିନା ହେଲମେଟରେ ବାଇକ ଚଳାଇଲେ ଅଧୀର: ନିୟମ ଭାଙ୍ଗିବା ନେଇ ଦେଲେ ସଫେଇ – Utkal Mail


କୋଲକାତା: ଲୋକସଭାରେ ବିରୋଧୀଦଳର ନେତା ଅଧୀର ରଂଜନ ଚୌଧୁରୀ ଅନେକ ସମୟରେ ବିବାଦ ବା ହେଡଲାଇନରେ ରହିଥା’ନ୍ତି। ପଶ୍ଚିମବଙ୍ଗର ବେରହମପୁର ଆସନରୁ ଲୋକସଭା ସାଂସଦ ଥିବା ଅଧୀର ରଞ୍ଜନ ବିନା ହେଲମେଟରେ ବାଇକ୍ ଚଲାଇବାର ଏକ ଭିଡିଓ ଭାଇରାଲ ହୋଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଭାଇରାଲ ହୋଇଥିବା ଏହି ଭିଡିଓରେ କଂଗ୍ରେସ ନେତା କର୍ମୀଙ୍କ ସହ ରାସ୍ତାରେ ବାଇକ୍ ଚଳାଉଥିବାର ନଜର ଆସିଛନ୍ତି। ଆଉ ବାଇକ ଚଳାଇବା ସମୟରେ ସେ ହେଲମେଟ ପିନ୍ଧି ନଥିବାର ଦେଖିବାକୁ ମିଳିଛି |

ଏନେଇ ସୋସିଆଲ ମିଡିଆରେ ୟୁଜର୍ସ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ଏହି ଭାଇରାଲ ଭିଡିଓକୁ ନେଇ ଅଧୀର କହିଛନ୍ତି ଯେ ଯଦି ପୁଲିସ ମୋତେ ଦଣ୍ଡ ଦିଏ ତେବେ କୌଣସି ଅସୁବିଧା ନାହିଁ, କିନ୍ତୁ ମୁଁ ବାଇକ୍ ଚଳାଉଥିବା ସ୍ଥାନରେ କେହି ନଥିଲେ। ଦୀର୍ଘ ଦିନ ପରେ ଯେଉଁଠାରେ ମୁଁ ବିନା ହେଲମେଟରେ ବାଇକ ଚଳାଉଥିଲି ସେହି ସ୍ଥାନ ମୋର ସ୍ମୃତି ସହିତ ଜଡିତ ଥିଲା। ଉଲ୍ଲେଖ ଥାଉ କି ୨୦୨୨ ମସିହାରେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ମଧ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଷୟରେ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ, ଯାହାକୁ ନେଇ ଅନେକ ଲୋକ ସମାଲୋଚନା କରିଥିଲେ | ଏହାପରେ ସେ ଏକ ଚିଠି ମଧ୍ୟ ଲେଖି ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ମାଗିଥିଲେ ।




Related Articles

Leave a Reply

Your email address will not be published. Required fields are marked *

Back to top button