ଓଡିଶା

ରେଳଫାଟକ ଡାଇଭର୍ସନ ରାସ୍ତା ବଢ଼େଇଛି ଲୋକଙ୍କ ଦୁର୍ଦଶା

ନ୍ଧମୁଣ୍ଡା: ବିଶ୍ରା ମୁଖ୍ୟ ରାସ୍ତାରେ ଥିବା କୁକଡ଼ା ରେଳଫାଟକରେ ନିର୍ମାଣ ହେଉଥିବା ଓଭର ବ୍ରିଜ ଏବେ ଲୋକଙ୍କର ଦୁର୍ଦଶାର କାରଣ ସାଜିଛି। ନିର୍ମାଣ ଏଜେନ୍ସିର ମାନମାନି ଯୋଗୁ ପ୍ରତିଦିନ ହଜାର ହଜାର ଲୋକେ ଜୀବନ ସହ ସଂଘର୍ଷ କରୁଥିବା ଦେଖିବାକୁ ମିଳୁଛି। ବ୍ରିଜ ନିର୍ମାଣକାରୀ ସଂସ୍ଥା ସନ୍ତୋଷପୁର ପଞ୍ଚାୟତ କାର୍ଯ୍ୟାଳୟରୁ କୁକୁଡ଼ା ରେଳଫାଟକ ଯାଏ ପକ୍କା ରାସ୍ତାକୁ ଖୋଳି ଏକ ମାଟିଆ ରାସ୍ତା ତିଆରି କରିଥିଲେ।

ଯାହା ବର୍ଷା ଦିନରେ ସଂପୂର୍ଣ୍ଣ କାଦୁଅରେ ପରିଣତ ହୋଇଛି। ଯେଉଁଥିରେ ଗାଡ଼ି ଚାଳକମାନେ ପ୍ରତିଦିନ ଦୁର୍ଘଟଣାର ଶୀକାର ହେଉଛନ୍ତି। ଏହା ସହିତ ବଡ଼ ଗାଡ଼ିଗୁଡ଼ିକ ମଧ୍ୟ ଏହି କାଦୁଅ ରାସ୍ତାରେ ଥିବା ଖାଲରେ ଅଟକି ଯାଉଛି। ଯେଉଁଥି ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି।

ଲୋକଙ୍କୁ କହିବା ଅନୁସାରେ ନିର୍ମାଣକାରୀ ସଂସ୍ଥା ଦ୍ୱାରା ବର୍ଷା ଦିନ ଆସିବା ପୂର୍ବେ ଏହି ମାଟି ରାସ୍ତାଟିକୁ ପିଚୁ କରିବା ଉଚିତ ଥିଲା। କିନ୍ତୁ ଠିକା ସଂସ୍ଥା ମନମୁଖୀ କାର୍ଯ୍ୟ ଯୋଗୁ ଲୋ‌କେ ପ୍ରତିଦିନ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପଶ୍ଚିମବଙ୍ଗ, ବିହାର ଏବଂ ଝାଡ଼ଖଣ୍ଡ ରାଜ୍ୟ ସହିତ ସଂଯୋଗ ହେତୁ ଏହି ରାସ୍ତାରେ ଯାନବାହାନର ଚାପ ବହୁତ ଅଧିକ ରହିଛି। ଏହାଛଡ଼ା ଏହି ମାର୍ଗ ଦେଇ ବିଶ୍ରା ଅଞ୍ଚଳର ବ୍ଲକ୍ ଅଫିସ, ହସ୍ପିଟାଲ୍, ତହସିଲ କାର୍ଯ୍ୟାଳୟ, ପୁଲିସ୍ ଷ୍ଟେସନ୍ ଏବଂ ରେଳଷ୍ଟେସନକୁ ଯିବାକୁ ପଡ଼ି ଥାଏ। ମାତ୍ର ଏହି କାଦୁଆ ରାସ୍ତା ଦେଇ ଲୋକଙ୍କୁ ଯିବାଆସିବା ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। କିନ୍ତୁ ଲୋକଙ୍କ ଏହି ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି। ଯାହାଫଳରେ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button