ମନୋରଞ୍ଜନ

ବାପା କାହିଁକି ଜେଲ ଗଲେ ମା‘? ପୁଅ ମୁହଁରୁ ଏଭଳି ପ୍ରଶ୍ନ ଶୁଣି ଶିଳ୍ପା କ’ଣ କହିଥିଲେ ଜାଣନ୍ତୁ – Utkal Mail


ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ପାଇଁ ୨୦୨୧ ମସିହା ସେତେ ଭଲ ନଥିଲା। ‘ଆଡଲ୍ଟ ଫିଲ୍ମ ସ୍କାଣ୍ଡାଲ’ ମାମଲାରେ ରାଜ ଜେଲ ଯାଇଥିବାବେଳେ ସେତେବେଳେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଜେଲରୁ ବାହାରିବା ପରେ ରାଜ ସବୁବେଳେ ଗଣମାଧ୍ୟମରେ ମୁହଁ ଲୁଚାଇ ରଖୁଥିଲେ। ସେ କୌଣସି ସାର୍ବଜନୀନ କାର୍ଯ୍ୟକ୍ରମ ହେଉ କିମ୍ବା ବିମାନବନ୍ଦରକୁ ଯିବା ବେଳେ ମାସ୍କ ପିନ୍ଧି ମୁହଁ ଲୁଚାଇ ଯାଉଥିଲେ। ହେଲେ ନିଜର ବାୟୋପିକ୍ ୟୁଟି୬୯ର ଟ୍ରେଲର ରିଲିଜ୍ ହେବା ପରଠାରୁ ସେ ମାସ୍କ ପିନ୍ଧିବା ଛାଡ଼ିଛନ୍ତି।

ୟୁଟି ୬୯ରେ ଜେଲରେ ରାଜଙ୍କ ସହ କ’ଣ ସବୁ ଘଟିଥିଲା ତାହା ଦେଖିବାକୁ ପାଇବେ ଦର୍ଶକ। ତେବେ ରିଲିଜ୍ ପୂର୍ବରୁ ରାଜ୍ ନିଜ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ତାଙ୍କ ପୁଅ ବିହାନଙ୍କୁ କ’ଣ କହିଥିଲେ, ତାହା ଜଣାଇଛନ୍ତି। ସେ କହିଛନ୍ତି ଯେ, “ମୋ ଝିଅ ଅନଲାଇନରେ ନିଉଜ୍ ପଢ଼ିବାକୁ ବହୁତ ଛୋଟ। କିନ୍ତୁ ମୋ ପୁଅକୁ ବର୍ତ୍ତମାନ ୧୧ବର୍ଷ। ତାଙ୍କର ଆକାଉଣ୍ଟ ନଥିଲେ ବି ସେ ନିଜ ବନ୍ଧୁମାନଙ୍କଠାରୁ ମୋ ବିଷୟରେ ଶୁଣିଥିଲେ। ମୁଁ ତାଙ୍କର ହିରୋ। ସେ ମୋତେ ବିଶ୍ୱାସ କରନ୍ତି। ହଠାତ୍ ମୋତେ ଗିରଫ କରାଯିବା ପରେ ସେ କିଛି ବୁଝିପାରିନଥିଲେ। ବାପା କାହିଁକି ଜେଲ ଗଲେ ବୋଲି ବିହାନ, ଶିଳ୍ପାଙ୍କୁ ପଚାରିଥିଲେ। ଶିଳ୍ପା ସେହି ଉତ୍ତର ଦେଇଥିଲେ, ଯାହା ଜଣେ ୧୧ବର୍ଷ ବୟସ୍କଙ୍କୁ କହିବା ଉଚିତ୍। ତେବେ ଶିଳ୍ପା, ବିହାନଙ୍କୁ କ’ଣ କହିଥିଲେ, ତାହା ଜଣାଇନାହାନ୍ତି ରାଜ୍।




Related Articles

Leave a Reply

Your email address will not be published. Required fields are marked *

Back to top button