ଦେଶ ବିଦେଶ
ପାଲେଷ୍ଟାଇନ ସମର୍ଥନରେ ରାଲି: ହମାସ୍କୁ ଆତଙ୍କବାଦୀ ସଂଗଠନ କହି ଅଡ଼ୁଆରେ ଥରୁର – Utkal Mail
ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ଲୋକସଭା ସାଂସଦ ଶଶି ଥରୁର ବଡ଼ ଅଡ଼ୁଆରେ ପଡ଼ି ଯାଇଛନ୍ତି। ପାଲେଷ୍ଟିନୀୟଙ୍କୁ ସମର୍ଥନ କରି ଗୁରୁବାର ଆଇୟୁଏମଏଲ (ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ୍) ଦ୍ବାରା ହୋଇଥିବା ଏକ ରାଲିରେ ଭାଷଣ ଦେବା ସମୟରେ ଥରୁର ହମାସ୍କୁ ଆତଙ୍କବାଦୀ ସଂଗଠନ ଏବଂ ଆକ୍ରମଣକାରୀଙ୍କୁ ଆତଙ୍କବାଦୀ କହି ଅକଳରେ ପଡ଼ି ଯାଇଛନ୍ତି। ଏଥିପାଇଁ ଥରୁରଙ୍କୁ ହମାସ ସମର୍ଥିତ ଗୋଷ୍ଠୀ ଏବଂ କିଛି ବାମ କାର୍ଯ୍ୟକର୍ତ୍ତାଙ୍କ ଦ୍ବାରା କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି। ସିପିଏମ୍ ନେତା ଏମ୍ ସ୍ବରାଜ କହିଛନ୍ତି, ଥରୁର ଆଇୟୁଏମ୍ଏଲ ଖର୍ଚ୍ଚରେ ଇସ୍ରାଏଲ ସମର୍ଥନରେ ବୈଠକ କରିଛନ୍ତି। ତେବେ କଡ଼ା ସମାଲୋଚନାର ଶିକାର ହେବାପରେ ଥରୁର ଆଜି କହିଛନ୍ତି, ପାଲେଷ୍ଟାଇନ ସମର୍ଥିତ ରାଲିରେ ତାଙ୍କ ଟିପ୍ପଣୀକୁ ନେଇ ଯେଉଁ ବିବାଦ ହୋଇଛି ତାକୁ ନେଇ ସେ ଦ୍ବନ୍ଦ୍ବରେ ଅଛନ୍ତି।