କ୍ରୀଡା

କାନପୁର ଟେଷ୍ଟ ମଝିରେ ବିସିସିଆଇର ବଡ଼ ପରିବର୍ତ୍ତନ; ଟିମ୍ ସ୍କ୍ବାଡ୍‌କୁ ୩ ଖେଳାଳି ବାଦ୍

କାନପୁର: କାନପୁରରେ ଭାରତ- ବାଂଲାଦେଶ ଅନ୍ତିମ ଟେଷ୍ଟ ଖେଳାଯାଉଛି । ଅଢ଼େଇ ଦିନ ବର୍ଷାରେ ଧୋଇଯିବା ପରେ ଡ୍ର’ ମୁହାଁ ହେଉଥିବା ମ୍ୟାଚ୍ରେ, ଜିତିବାର ଭରସା ଭରିଛି ଭାରତୀୟ ଦଳ । ପ୍ରଥମ ଇନିଂସରେ ଦୁର୍ଦ୍ଦଶ ବ୍ୟାଟି କରି ମାତ୍ର ୩୪ ଓଭରରେ ୨୮୫ ରନ କରି ଘୋଷଣା କରିଛି । ମ୍ୟାଚରେ ଭାରତୀୟ ଦଳର ବିଜୟ ଆଶା ବଢ଼ୁଥିବା ବେଳେ ଏପଟେ ମ୍ୟାଚ୍ ମଝିରେ ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତ୍ତନ କରି ବିସିସିଆଇ ।

ଟିମ୍ ସ୍କ୍ବାଡ୍ରୁ ୩ଜଣ ଖେଳାଳିକୁ ରିଲିଜ୍ କରିଛି ବୋର୍ଡ ।

କାନପୁର ମ୍ୟାଚ୍ ମଝିରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବ୍ୟାଟର ସର୍ଫରାଜ୍ ଖାନ୍ , ଓ୍ବିକେଟ୍ କିପର ଧ୍ରୁବ ଜୁରେଲ୍ ଏବଂ ବୋଲର ୟାଶ୍ ଦୟାଲଙ୍କୁ ୧୫ଜଣିଆ ସ୍କ୍ବାଡ୍ରୁ ରିଲିଜ୍ କରିଛି । ତେବେ ଏଠି ପ୍ରଶ୍ନ ଉଠିଛି ମ୍ୟାଚ୍ ମଝିରେ ଏଭଳି ପରିବର୍ତ୍ତନ କାହିଁକି । କାରଣ ଆଗକୁ ଇରାନୀ କପ୍ ଥିବାରୁ ଏହି ତିନି ଖେଳାଳିର ଦଳ ବାଦ୍ ଦିଆଯାଇଛି ।

ଅକ୍ଟୋବର ୧ରୁ ୫ ତାରିଖ ମଧ୍ୟରେ ଲକ୍ଷ୍ନୌର ଏକନା ଷ୍ଟାଡିୟମରେ ମୁମ୍ବାଇ ଏବଂ ରେଷ୍ଟ ଅଫ୍ ଇଣ୍ଡିଆ ମଧ୍ୟରେ ଇରାନୀ କପ୍ ମ୍ୟାଚ୍ ଖେଳାଯିବ । ଏଥିରେ ବିସିସିଆଇ ଖେଳାଳିଙ୍କୁ ରିଲିଜ୍ କରିବାକୁ ନିଷ୍ପତ୍ତି ନେଇଛି । ଏନେଇ ବିସିସିଆଇ ସୋସିଆଲ୍ ମିଡିଆ ଏକ୍ସରେ ଟ୍ବିଟ୍ କରି ଅପଡେଟ୍ କରିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button