କ୍ରୀଡା

ବିଶ୍ୱକପ ଫାଇନାଲ ଫାଇଟ୍: ଭାରତକୁ ୪ର୍ଥ ଝଟକା, ବିରାଟ ଆଉଟ ପରେ ଷ୍ଟାଡିୟମରେ ନୀରବତା – Utkal Mail



ଅହମଦାବାଦ: ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟଡିୟମରେ ଚାଲିଛି ବିଶ୍ୱକପର ଫାଇନାଲ ମ୍ୟାଚ୍। ଭାରତ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ରୋହିତ ଶର୍ମା ଦଳକୁ ବିସ୍ଫୋରକ ଆରମ୍ଭ ଦେଇଥିଲେ ମଧ୍ୟ ଗିଲ୍‌ ଓ ଆୟର ଦଳକୁ ନିରାଶ କରି ପାଭିଲିୟନ ଫେରିଛନ୍ତି। ସେପଟେ ରୋହିତ ମଧ୍ୟ ଅର୍ଦ୍ଧଶତକ କରିବା ପୂର୍ବରୁ ୪୭ ରନ୍‌ରେ ଆଉଟ୍‌ ହୋଇଯାଇଛନ୍ତି। ରତର ଇନଫର୍ମ ବ୍ୟାଟର ବିରାଟ କୋହଲି ୫୪ ରନ କରି ଆଜି ଆଉଟ ହୋଇଛନ୍ତି।

ଅଷ୍ଟ୍ରେଲିଆର ଅଧିନାୟକ ପାଟ କମିନ୍ସଙ୍କ ବଲକୁ ସେ ଥାର୍ଡ ମ୍ୟାନ ଅଞ୍ଚଳରେ ଖେଳିବାକୁ ଚେଷ୍ଟା କରୁଥିଲେ। ହେଲେ ବଲ ଇନସାଇଡ୍‌ ଏଡଜ ହୋଇ ସିଧା ୱିକେଟରେ ମାଡ଼ ହୋଇଛି। ପଞ୍ଚମ ୱିକେଟରେ ରାହୁଲଙ୍କ ସହ ଯୋଗ ଦେଲେ ଜାଡେଜା। ବିରାଟ ଆଉଟ ହେବା ସହ ଭାରତକୁ ୧୭୩ ରନରେ ୪ର୍ଥ ଝଟକା ଲାଗିଛି। ଭାରତର ବ୍ୟାଟିଂ ବିପର୍ଯ୍ୟୟ ଦେଖିବା ପରେ ପ୍ରଶଂସକମାନେ ଚିନ୍ତାରେ ଅଛନ୍ତି  ବିରାଟ ଆଉଟ ହେବା ପରେ ପୂରା ନରେନ୍ଦ୍ର ମୋଦି ଷ୍ଟାଡିୟମ ସ୍ତବ୍ଧ ହୋଇଯାଇଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button