କ୍ରାଇମ

୩୫୦ଟଙ୍କା ନଦେବାରୁ ୬୦ଥର ଛୁରୀ ଭୁସି ହତ୍ୟା କରିବା ପରେ ଖୁସିରେ ନାଚିଲା ଚୋର – Utkal Mail


ନୂଆଦିଲ୍ଲୀ: ୩୫୦ଟଙ୍କା ନଦେବାରୁ ୬୦ଥର ଛୁରୀ ଭୁସି ହତ୍ୟା କରିବା ପରେ ଖୁସିରେ ନାଚିଲା ଚୋର। ଦିଲ୍ଲୀରେ ଏଭଳି ହୃଦୟ ଥରା ଘଟଣା ଘଟିଥିବା ଜଣାପଡ଼ିଛି। ୩୫୦ ଟଙ୍କା ଚୋରି କରିବା ପାଇଁ ଉଦ୍ୟମ କରୁଥିବା ଚୋରକୁ ପୀଡ଼ିତ ଅଟକାଇବାରୁ ଅଭିଯୁକ୍ତ ଏଭଳି ନିର୍ମମ ଭାବେ ହତ୍ୟା କରିଥିବା ସାମ୍ନାକୁ ଆସିଛି। ଏବେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ହତ୍ୟା କରିବା ସମୟରେ ନାବାଳକ ଅଭିଯୁକ୍ତ ନିଶାଗ୍ରସ୍ତ ଥିବା ସାମ୍ନାକୁ ଆସିଛି।

ନାବାଳକ ବୋଲି ପରିଚୟ ନଦେଇ ପୁଲିସ କହିଛି ଯେ, ମଙ୍ଗଳବାର ରାତି ୧୧.୧୫ରେ ପୀଡ଼ିତ ଦିଲ୍ଲୀର ଜନତା ମଜଦୁର କଲୋନୀ ଦେଇ ଯାଉଥିବା ବେଳେ ୧୬ବର୍ଷୀୟ ଅଭିଯୁକ୍ତ ତାଙ୍କୁ ଅଟକାଇ ଟଙ୍କା ମାଗିଥିଲା। ପାଖରେ ୩୫୦ଟଙ୍କା ଥିବା ଦେଖି ଅଭିଯୁକ୍ତ ଏହାକୁ ଛଡ଼ାଇବାକୁ ଚେଷ୍ଟା କରିଥିଲା। ପୀଡ଼ିତ ନଦେବାରୁ ରାଗରେ ଅଭିଯୁକ୍ତ ପ୍ରଥମେ ପୀଡ଼ିତଙ୍କ ତଣ୍ଟି ଚିପି ତାଙ୍କୁ ହତ୍ୟା କରିବା ସହ ପରେ ଛୁରୀ ବାହାର କରି ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା। ବ୍ୟବଚ୍ଛେଦରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ୬୦ଥର ପୀଡ଼ିତଙ୍କ ମୁହଁ ଓ ଆଖିକୁ ଆକ୍ରମଣ କରିଛି।

କଲୋନୀରେ ଲାଗିଥିବା ସିସିଟିଭିରେ ଏହି ହୃଦୟଥରା ଘଟଣା କଏଦ ହୋଇଥିବା ବେଳେ ଅଭିଯୁକ୍ତ ହତ୍ୟା କରିବା ପରେ ଖୁସିରେ ନାଚିଥିବା ଦେଖିବାକୁ ମିଳିଛି। ହତ୍ୟା ପରେ ୩୫୦ଟଙ୍କା ନେଇ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ପୀଡ଼ିତଙ୍କୁ ଡାକ୍ତରଖାନା ନିଆଯାଇଥିଲା, ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମଙ୍ଗଳବାର ଘଟଣା ଘଟିବା ପରେ ବୁଧବାର ଅଭିଯୁକ୍ତକୁ ଗିରଫ କରିଛି ପୁଲିସ।




Related Articles

Leave a Reply

Your email address will not be published. Required fields are marked *

Back to top button