ଜୀବନଶୈଳୀ

ଘରେ ଲଗାନ୍ତୁ ନାହିଁ ଏହି ଗଛ ,ନହେଲେ ହୋଇଯିବେ ପୁରାପୁରି କାଙ୍ଗାଳ..

ଆମେ ଘରଟିଏ କଲାବେଳେ ବାସ୍ତୁଶାସ୍ତ୍ର ଠାରୁ ଆରମ୍ଭ କରି ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେଇଥାନ୍ତି । ଘରେ ସୁଖ ଶାନ୍ତି ସହ ଧନଲାଭ ଆଦି ଦିଗ ପ୍ରତି ଆମେ ବେଶ୍ ଯତ୍ନବାନ ହୋଇଥାନ୍ତି । କିନ୍ତୁ ତଥାପି ଆମ ଘରେ ନକରାତ୍ମକ ଶକ୍ତିର ପ୍ରଭାବ ପଡ଼ିଥାଏ । ଏହା ପଛରେ ରହିଛି ଅନେକ କାରଣ । ଘର ଆଖପାଖରେ ଥିବା ଜିନିଷ ଓ ଗଛ ମଧ୍ୟ ଏହାର କାରଣ ହୋଇପାରନ୍ତି । ଏମିତି କିଛି ଗଛ ଅଛି, ଯାହାକି ଘର ଆଖପାଖରେ ରହିଲେ ଆପଣଙ୍କ ଦାରିଦ୍ର୍ୟତା ବଢିଚାଲିବ । ତେବେ ଆସନ୍ତୁ ଜାଣିବା କେଉଁ ଗଛ ଘର ପାଖରେ ରହି ଆପଣଙ୍କୁ ଗରିବ କରିଦେବ..

ଖଜୁରୀ ଗଛ– ଖଜୁରୀ ଗଛ କିଛି ରାଶିର ଲୋକଙ୍କ ପାଇଁ ଅଶୁଭ ସାବ୍ୟସ୍ତ ହୋଇଥାଏ । ଏହି ଗଛ ଯେଉଁ ଘରର ଆଖପାଖରେ ରହିଥାଏ, ସେହି ଘରେ ଆର୍ଥିକ ଅଭାବ ଦେଖାଦେଇଥାଏ । ଏହି ଗଛକୁ କେବେବି ଘରର ବଗିଚାରେ ଲଗାନ୍ତୁ ନାହିଁ । ଆପଣଙ୍କ ଘରେ ଏହି ଗଛ ରହିଲେ, ଆପଣଙ୍କୁ ବହୁତ ଆର୍ଥିକ ଅଭାବର ସାମ୍ନା କରିବାକୁ ପଡିପାରେ ।

ବାଉଁଶ ଗଛ-ବାଉଁଶ ଗଛକୁ ଅତ୍ୟନ୍ତ ଶୁଭ ମାନାଯାଇଥାଏ । କିନ୍ତୁ ବାଉଁଶ ଗଛ ଘର ସାମ୍ନାରେ କେବେବି ଲଗାନ୍ତୁ ନାହିଁ । ହିନ୍ଦୁ ଧର୍ମ ଅନୁସାରେ କୌଣସି ବ୍ୟକ୍ତିର ମୃତ୍ୟୁ ପରେ ତାର ଆତ୍ମା ବାଉଁଶ ଗଛରେ ରହିଯାଏ ବୋଲି କୁହାଯାଏ । ଏହି ଗଛ ଘର ସାମ୍ନାରେ ରହିଲେ, ଘର ଭିତରକୁ ନକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ । ଏହାସହିତ ଘରେ ସର୍ବଦା ଆର୍ଥିକ ସଙ୍କଟ ଦେଖା ଦେଇଥାଏ । ପରିବାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଭାବନା ସୃଷ୍ଟି ହୋଇଥାଏ । ଏଥିପାଇଁ ବାଉଁଶ ଗଛ ଘର ସାମ୍ନାରେ ଲଗାନ୍ତୁ ନାହିଁ ।

ନାଶପାତି ଗଛ –ନାଶପାତି ଗଛ ନିଜ ବଗିଚାରେ ଲଗାନ୍ତୁ ନାହିଁ । ଏହି ଗଛ ଘରର ବଗିଚାରେ ରହିଲେ, ଆପଣଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡିପାରେ ଏବଂ ଏହା ଆପଣଙ୍କ ଘର ପାଇଁ ଅଶୁଭ ଅଟେ । ଏହାସହିତ ଆପଣଙ୍କ ଘରର ଉନ୍ନତିରେ ବାଧା ଉତ୍ପନ୍ନ ହୋଇଥାଏ । ତେଣୁ ଏହି ଗଛ କେବେବି ଘରେ ଲଗାନ୍ତୁ ନାହିଁ । “ଭୁଲରେ ବି ଶୋଇବା ଘରେ ରଖନ୍ତୁ ନାହିଁ ଏହି ସବୁ ଜିନିଷ, ହୋଇଯିବେ କାଙ୍ଗାଳ” ।

ତେନ୍ତୁଳି ଗଛ
ତେନ୍ତୁଳି ଗଛର ଛାଇ ମଧ୍ୟ ଘର ଉପରେ ପଡ଼ିବା ଅଶୁଭ ବୋଲି କୁହାଯାଏ। ଘରର ଆଖପାଖରେ ମଧ୍ୟ ତେନ୍ତୁଳି ଗଛ ରହିଲେ ଅଶୁଭ ବୋଲି କୁହାଯାଏ। ଘରେ ନକାରାତ୍ମକ ଉର୍ଜା ବଢ଼େ। ତେବେ ଯଦି ଏହି ଗଛ ଗୁଡ଼ିକ ଆପଣଙ୍କ ଘରେ କିମ୍ବା ଆଖପାଖରେ ଥାଏ, ତାହେଲେ ଶୀଘ୍ର ସେଗୁଡ଼ିକ ହଟାଇ ଦିଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button