ବ୍ୟବସାୟ

ହ୍ବାଟ୍‌ସଆପ୍‌ ବ୍ୟବହାରକାରୀଙ୍କୁ ମିଳିବାକୁ ଯାଉଛି ଏହି ନୂଆ ଫିଚର୍‌ – Utkal Mail


ମୁମ୍ବାଇ: ସାରା ବିଶ୍ବର ଲୋକ ମେସେଜିଂ ଆପ୍‌ ହ୍ବାଟ୍‌ସଆପ୍‌ ବ୍ୟବହାର କରନ୍ତି। ଏହି କାରଣରୁ ସମୟ ସମୟରେ ଏଥିରେ ଅନେକ ଉନ୍ନତି କରାଯାଇଥାଏ। ଗ୍ରାହକଙ୍କ ସୁବିଧାକୁ ଦୃ‌ଷ୍ଟିରେ ରଖି କମ୍ପାନି ବିଭିନ୍ନ ସମୟରେ ବିଭିନ୍ନ ପରିବର୍ତ୍ତନ ଆଣୁଛି। ଆଜି ଆମେ କମ୍ପାନି ନିକଟରେ କରିଥିବା ଏକ ପରିବର୍ତ୍ତନ ବିଷୟରେ କହିବାକୁ ଯାଉଛି।

ଜାଣିବାକୁ ମିଳିଛି ଯେ ବର୍ତ୍ତମାନ ଡେସ୍କଟପ୍ ଏବଂ ୱେବ୍ ଭର୍ସନରେ ‘ଭିୟୁ ୱାନ୍‌ସ’ ଅପ୍‌ସନ୍‌ ଦୃଶ୍ୟମାନ ହେବ। ଯଦିଓ ଏହି ଫିଚର୍‌ ପୂର୍ବରୁ ବି ଉପଭୋକ୍ତାମାନଙ୍କ ପାଇଁ ପୂର୍ବରୁ ଉପଲବ୍ଧ ଥିଲା, କିନ୍ତୁ କିଛି ସୁରକ୍ଷା କାରଣରୁ ଏହାକୁ ହଟାଇ ଦିଆଯାଇଥିଲା।

ଆପଣ ଜାଣନ୍ତି ଯେ କମ୍ପାନି କିଛି ମାସ ପୂର୍ବରୁ ହିଁ ‘ଡିଲିଟେଡ୍‌ ମେସେଜ୍‌’ ଫିଚର୍‌ ଲଞ୍ଚ୍‌ କରିଥିଲା। ଯାହାଫଳରେ କାହାକୁ ଭୁଲ୍‌ରେ ପଠାଇଥିବା ମେସେଜ୍‌କୁ ଆମେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଡିଲିଟ କରିବାର ସୁଯୋଗ ପାଉଛେ।

ଏବେ ବ୍ୟବହାରକାରୀମାନେ ‘ଭିୟୁ ୱାନ୍‌ସ’ ଅପ୍‌ସନ୍‌ର ବି ମଜା ନେଇପାରିବେ। ଏହାକୁ କେବଳ କିଛି ବଛା ବଛା ବ୍ୟବହାରକାରୀଙ୍କ ପାଇଁ ବାହାର କରାଯାଇଛି। ଏହା କେବଳ ଲାଲେଷ୍ଟ୍‌ ଆପ୍‌ ଭର୍ସନରେ ଉପଲବ୍ଧ ହେବ।

ତେଣୁ ପ୍ରଥମେ ନିଶ୍ଚିତ ହୁଅନ୍ତୁ ଯେ ଆପଣ ହ୍ବାଟ୍‌ସଆପ୍‌ର ଲାଟେଷ୍ଟ୍‌ ଭର୍ସନ ଡାଉନଲୋଡ୍ କରିଛନ୍ତି ନା ନାହିଁ। ଆପଣ ଜାଣନ୍ତି ଯେ ଗ୍ରାହକଙ୍କ ପାଇଁ କମ୍ପାନି କିଛି ଦିନ ଅନ୍ତରରେ କୌଣସି ନା କୌଣସି ମଜାଦାର୍‌ ଫିଚର୍ ନେଇକି ଆସିଥାଏ। ଏହି ଫଚର୍‌ ମଧ୍ୟ ସମସ୍ତଙ୍କୁ ବେଶ୍‌ ପସନ୍ଦ ଆସିବ ବୋଲି ଆଶା କରାଯାଉଛି।




Related Articles

Leave a Reply

Your email address will not be published. Required fields are marked *

Back to top button