ବ୍ୟବସାୟ
ଅକ୍ଟୋବରରେ ୧୮୩ ନିୟୁତ କିଗ୍ରା ଚା’ ଉତ୍ପାଦନ – Utkal Mail
ନୂଆଦିଲ୍ଲୀ: ଚଳିତବର୍ଷ ଅକ୍ଟୋବର ମାସରେ ଦେଶରେ ୧୮୨.୮୪ ନିୟୁତ କିଗ୍ରା ଚା’ ଉତ୍ପାଦନ ହୋଇଛି। ଗତବର୍ଷ ଅକ୍ଟୋବର ତୁଳନାରେ ଚା’ ଉତ୍ପାଦନ ୧୨.୦୬ ପ୍ରତିଶତ ବୃଦ୍ଧି ଘଟିଛି। ଚା’ ବୋର୍ଡର ତଥ୍ୟ ଅନୁଯାୟୀ ଅକ୍ଟୋବରରେ ପଶ୍ଚିମବଙ୍ଗରେ ୫୪.୯୮ ନିୟୁତ କିଗ୍ରା ଚା’ ଉତ୍ପାଦନ ହୋଇଛି ଯାହାକି ଗତବର୍ଷ ଅକ୍ଟୋବରରେ ୪୯.୭୫ ନିୟୁତ କ୍ରିଗା ଥିଲା। ଦେଶର ସର୍ବବୃହତ୍ ଚା’ ଉତ୍ପାଦନକାରୀ ରାଜ୍ୟ ଆସାମରେ ଅକ୍ଟୋବରରେ ୧୦୪.୨୬ ନିୟୁତ ଟନ୍ ଚା’ ଉତ୍ପାଦନ ହୋଇଛି। ଗତବର୍ଷ ଅକ୍ଟୋବରରେ ଆସାମ ୯୦.୭୨ ନିୟୁତ କ୍ରିଗା ଚା’ ଉତ୍ପାଦନ କରିଥିଲା। ଅନ୍ୟପକ୍ଷରେ ଦକ୍ଷିଣ ଭାରତରେ ଅକ୍ଟୋବରରେ ଚା’ ଉତ୍ପାଦନ ଅକ୍ଟୋବରରେ ସାମାନ୍ୟ ହ୍ରାସ ପାଇ ୧୮.୮୯ ନିୟୁତ କିଗ୍ରା ରହିଛି। ଗତବର୍ଷ ଅକ୍ଟୋବରରେ ଏସବୁ ରାଜ୍ୟରେ ଚା’ ଉତ୍ପାଦନ ୧୮.୯୨ ନିୟୁତ କିଗ୍ରା ରହିଥିଲା।