ବ୍ୟବସାୟ

୭୫ ଲକ୍ଷ ହ୍ବାଟ୍‌ସଆପ୍ ଆକାଉଣ୍ଟ୍‌ ନିଷିଦ୍ଧ: ଆଣିଲା ଗୋପନ କୋଡ୍ ସୁବିଧା – Utkal Mail


ନୂଆଦିଲ୍ଲୀ: ମାର୍କ ଜୁକରବର୍ଗଙ୍କ ସଂସ୍ଥା ମେଟା ଅଧୀନରେ ପରିଚାଳିତ ହେଉଥିବା ମୋବାଇଲ୍ ମେସେଜିଂ ଆପ୍ ହ୍ବାଟସ୍‌ଆପ୍ ଚଳିତ ବର୍ଷ ଅକ୍ଟୋବରରେ ଭାରତରେ ରେକର୍ଡ ୭୫ ଲକ୍ଷ ୪୮ ହଜାର ଆକା‌ଉଣ୍ଟ ନିଷିଦ୍ଧ କରିଛି। ସେଥିରୁ ୧୯ ଲକ୍ଷ ୧୯ ହଜାର ଆକାଉଣ୍ଟକୁ କଂପାନି ନିଜ ଆଡ଼ୁ ପଦକ୍ଷେପ ଗ୍ରହଣ କରି ବନ୍ଦ କରିଛି। କୌଣସି ଗ୍ରାହକ ଅଭିଯୋଗ କରିବା ପୂର୍ବରୁ କଂପାନି ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି। ଭା‌ରତରେ ହ୍ବାଟସ୍‌ଆପ୍‌ର ୫୦ କୋଟିରୁ ଅଧିକ ବ୍ୟବହାରକାରୀ ରହିଛନ୍ତି। ଅକ୍ଟୋବରରେ କଂପାନି ୯୦୬୩ଟି ଅଭିଯୋଗ ହାସଲ କରିଥିଲା। ସେଥିରୁ ମାତ୍ର ୧୨ଟି ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଆଇଟି ନିୟମ ୨୦୨୧ ଆଧାରରେ ସାମାଜିକ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ପ୍ରତି ମା‌ସରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଜାରି କରୁଛନ୍ତି।

ଗ୍ରାହକଙ୍କ ଅଭିଯୋଗର ପରିଚାଳନା କରିବା ଲାଗି ହ୍ବାଟସ୍‌ଆପ୍ ପକ୍ଷରୁ ନିକଟରେ ଅଭିଯୋଗ ଆପିଲିଟ କମିଟି (ଜିଏସି) ଗଠନ କରାଯାଇଥିଲା। ସାମାଜିକ ଗଣମାଧ୍ୟମ ବିରୋଧରେ ବ୍ୟବହାରକାରୀମାନେ କରୁଥିବା ଅଭିଯୋଗର ତାହା ସମୀକ୍ଷା କରୁଛି। କଂପାନି ପକ୍ଷରୁ କୁହାଯାଇଛି ଯେ ଆମ ପ୍ଲାଟଫର୍ମରେ ମେସେଜଗୁଡ଼ିକୁ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍‌ସନ୍ ଅନ୍ତର୍ଭୁକ୍ତ। ଏହା‌ ବ୍ୟତୀତ ଇଞ୍ଜିନିୟର, ଡାଟା ସାଇଣ୍ଟିଷ୍ଟ, ଆନାଲିଷ୍ଟ, ଗବେଷକ ଓ ଆଇନ ବିଶେଷଜ୍ଞମାନଙ୍କ ଏକ ଟିମ୍ ରହିଛି ଯାହା ଅନଲାଇନ ସୁରକ୍ଷାକୁ ନିଶ୍ଚିତ କରିବା ଦିଗରେ କାମ କରୁଛି। ଇତି ମଧ୍ୟରେ ହ୍ବାଟସ୍‌ଆପ୍ ପକ୍ଷରୁ ଏକ ସିକ୍ରେଟ (ଗୋପାନ) କୋଡ୍ ସୁବିଧା ଆରମ୍ଭ କରାଯାଇଛି ଯାହା ବ୍ୟକ୍ତିଗତ ବାର୍ତାଳାପକୁ ସୁରକ୍ଷା ପ୍ରଦାନ କରିବ। ନିଜର ବ୍ୟକ୍ତିଗତ ଚାଟ୍‌କୁ ସୁରକ୍ଷିତ ରଖିବା ଲାଗି ବ୍ୟବହାରକାରୀମା‌ନେ ଏବେ ପାସ୍‌ୱାର୍ଡ ଦେଇପାରିବେ। ଚାଟ୍‌କୁ ସିଧାସଳଖ ଲକ୍ କରିହେବ। ଲକ୍‌ କରିବାକୁ ଚାହୁଥିବା ଚାଟ୍‌କୁ ଲମ୍ବା ସମୟ ଚାପି ଧରିଲେ ଲକ୍ କରିବା ବିକଳ୍ପ ଆସିବ।




Related Articles

Leave a Reply

Your email address will not be published. Required fields are marked *

Back to top button