ବ୍ୟବସାୟ

ମହଙ୍ଗା ସୁନା ପଛର କାରଣ ଦୁର୍ବଳ ଟଙ୍କା – Utkal Mail


ନୂଆଦିଲ୍ଲୀ: ଭାରତୀୟମାନେ ବିବାହ ଋତୁରେ ଅଧିକ ସୁନା ଗହଣା କିଣିଥାନ୍ତି। ଚଳିତ ବର୍ଷ ଦେଶରେ ୩୮ ଲକ୍ଷରୁ ଅଧିକ ବିବାହ ହେବାକୁ ଯାଉଥିବା ବେଳେ ହଠାତ ସୁନା ଦାମ୍‌ରେ ବୃଦ୍ଧି ଲୋକମାନଙ୍କୁ ଚିନ୍ତାରେ ପକାଇ ଦେଇଛି। ସୁନାର ୧୦ ଗ୍ରାମ ପିଛା ଦାମ୍ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମ୍‌ସିଏକ୍ସ)ରେ ୬୩,୫୦୦ ଟଙ୍କାରେ ପହଞ୍ଚିଥିଲା। ଦେଶ ଭିତରେ ସୁନା ମହଙ୍ଗା ହେଉଥିବାରୁ ଦୁର୍ବଳ ଟଙ୍କାକୁ ଦାୟୀ କରାଯାଇଛି।ଗତ କିଛି ମାସ ହେଲାଣି ଡଲାର ତୁଳନାରେ ଟଙ୍କା ମୂଲ୍ୟ ୮୨-୮୩ ଟଙ୍କା ସ୍ତରରେ ରହିଛି। ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେ‌ଲେ ଆମଦାନି କରାଯାଉଥିବା ସୁନା ଲାଗି ଅଧିକ ଗଣିବାକୁ ପଡ଼ିଥାଏ।

ଯେହେତୁ ଆନ୍ତର୍ଜାତିକ ବଜାରରେ ଡଲାରରେ ସୁନା କାରବାର ହେଉଛି ତେଣୁ ସମାନ ପରିମାଣର ସୁନା କିଣିବା ଲାଗି ଅଧିକ ଟଙ୍କା ଗଣିବାକୁ ପଡ଼ୁଛି। ନିକଟରେ ଆନ୍ତର୍ଜାତିକ ବଜାରରେ ସୁନାର ଆଉନ୍ସ ପିଛା ଦାମ୍ ୨୦୭୫ ଡଲାରକୁ ବୃଦ୍ଧି ପାଇଥିଲା। ଗତ ୧୨ ମାସ ଭିତରେ ସୁନା ମୂଲ୍ୟରେ ୨୮ ପ୍ରତିଶତ ବୃଦ୍ଧି ଘଟିଛି। ଆମେରିକୀୟ ଡଲାର ଓ ସୁନା ଦାମ୍ ଭିତରେ ସିଧାସଳଖ ସମ୍ପର୍କ ରହିଛି। ଡଲାର ଦୁର୍ବଳ ହେଲେ ସୁନା ମହଙ୍ଗା ହୁଏ।




Related Articles

Leave a Reply

Your email address will not be published. Required fields are marked *

Back to top button