କ୍ରୀଡା

୨୩ ବର୍ଷରୁ କମ ମହିଳା ଟି୨୦ ଟ୍ରଫି: ଓଡିଶା ଦଳ ଘୋଷିତ – Utkal Mail



ଭୁବନେଶ୍ୱର: ୨୩ ବର୍ଷରୁ କମ ମହିଳା ଟି୨୦ ଟ୍ରଫି ପାଇଁ ସୋମବାର ଓଡିଶା ଦଳ ଘୋଷଣା କରାଯାଇଛି । ଶୁଭ୍ରା ନିର୍ଝରଣୀ ସ୍ୱାଇଁଙ୍କୁ ଘୋଷିତ ୧୭ ଜଣିଆ ଦଳର ନେତୃତ୍ୱ ଦାୟିତ୍ୱ ପ୍ରଦାନ କରାଯାଇଛି । କାଦମ୍ବିନୀ ମାହାକୁଡ ଦଳର କୋଚ ଦାୟିତ୍ୱ ତୁଲାଇବେ । ଓଡିଶା ୧୨ ତାରିଖରେ ଜାମ୍ମୁ ଆଣ୍ଡ କଶ୍ମୀର ବିପକ୍ଷରେ କୋଲକାତାରେ ଅଭିଯାନ ଆରମ୍ଭ କରିବ । ଏହା ପରେ ୧୧ରେ ଅରୁଣାଚଳ ପ୍ରଦେଶକୁ, ୧୩ରେ ମୁମ୍ବାଇକୁ, ୧୫ରେ ହାଇଦ୍ରାବାଦକୁ, ୧୭ରେ ହରିୟାଣାକୁ, ୧୯ରେ କେରଳକୁ ଓ ୨୧ରେ ତ୍ରିପୁରାକୁ ଭେଟିବ । ଗଙ୍ଗୋତ୍ରୀ ବେହେରା ମ୍ୟାନେଜର ଦାୟିତ୍ୱ ତୁଲାଇବେ ।

ଓଡିଶା ଟିମ: ଅଲିପ୍ସା ବିଶ୍ୱାଳ, ଭବାନୀ ଧଡ, ଶୁଭ୍ରା ନିର୍ଝରଣୀ ସ୍ୱାଇଁ(ଅଧିନାୟିକା), ଜୋୟେସ ନାୟକ, କଳ୍ପନା ନାୟକ, କୁସୁମ ତିରେ, ମଧୂସ୍ମିତା ବେହେରା ଦଳେଇ, ମେଘାନା ପାଢ଼ୀ, ପୂଜାରିଣୀ ଦାସ, ରାନୀ କୁମାରୀ ପ୍ରସାଦ, ସାରଦା ମହାନନ୍ଦ, ଭାଗ୍ୟଶ୍ରୀ ରାଉତ, ସୁର୍ଯ୍ୟସ୍ନାତା ସ୍ୱାଇଁ, ସ୍ୱର୍ଣ୍ଣଲତା ନାୟକ, ତନ୍ମୟୀ ବେହେରା, ତିନୱି ରଞ୍ଜନା ଓ ତରନ୍ନା ପ୍ରଧାନ ।




Related Articles

Leave a Reply

Your email address will not be published. Required fields are marked *

Back to top button