ନୀତି

ସ୍ବର୍ଗ ପାଇଁ ଡାକବାକ୍ସ : ପର ପାରିରେ ଥିବା ପ୍ରିୟଜନଙ୍କ ଠିକଣାକୁ ଚିଠି ! – Utkal Mail


ଆମେ ଯାହାଙ୍କୁ ଭଲ ପାଉ, ସେମାନଙ୍କୁ ହରାଇବା ଭାରି କଷ୍ଟଦାୟକ ହୋଇଥାଏ। ବେଳେ ବେଳେ ମନ ହୁଏ- ତାଙ୍କ ସହ କଥା ହୋଇପାରନ୍ତେ କି ଅବା ଜୀବନର ଗୁରୁତ୍ବପୂର୍ଣ୍ଣ ଘଟଣା ବାବଦରେ ତାଙ୍କୁ କହି ପାରୁଥା’ନ୍ତେ କି! ଏପରି ଏକ ଦ୍ବନ୍ଦ୍ବର ସମାଧାନ ପାଇଁ ବ୍ରିଟେନ୍‌ର ଜଣେ କିଶୋରୀ ଏକ ଆକର୍ଷଣୀୟ ଯୋଜନା ପ୍ରସ୍ତୁତ କରିଛନ୍ତି। ମାଟିଲ୍‌ଡା ହ୍ୟାଣ୍ଡି ନାମ୍ନୀ ଏହି ୧୦ ବର୍ଷର ବାଳିକା ଜଣକ ନିଜର ପରଲୋକଗତ ଜେଜେବାପାଙ୍କୁ ଚିଠି ପଠାଇବା ଲାଗି ‘ସ୍ବର୍ଗ ପାଇଁ ଡାକବାକ୍ସ’ ନାମରେ ଏକ ଅଭିନବ ପରିକଳ୍ପନା ଆରମ୍ଭ କରିଥିଲେ। ଏହାର ଫଳସ୍ବରୂପ ନିଜର ପରିବାର ଓ ବନ୍ଧୁଙ୍କୁ ହରାଇ ଶୋକରେ ଥିବା ଲୋକଙ୍କ ପାଇଁ ଏଭଳି ଅନେକ ଡାକବାକ୍ସ ସୃଷ୍ଟି ହୋଇପାରିଛି।

ହ୍ୟାଣ୍ଡିଙ୍କ ମାଆ ଲିଅନ୍ନେ ଗତ ବର୍ଷ ନଟିଂହାମ୍‌ର ଗେଡଲିଂ କବରସ୍ଥଳକୁ ଯାଇ କିଛି ଶୋକାକୁଳ ସମ୍ପର୍କୀୟଙ୍କୁ ହ୍ୟାଣ୍ଡିଙ୍କ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ ଏବଂ ସେମାନେ ଏଥିରେ ଆଗ୍ରହ ପ୍ରକାଶ କରି ଧଳା ଓ ସୁନା ରଙ୍ଗର ଡାକବାକ୍ସ ସ୍ଥାପନ କରିଥିଲେ। ଏବେ ଇଂଲାଣ୍ଡ, ସ୍କଟ୍‌ଲାଣ୍ଡ୍‌ ଓ ୱେଲ୍‌ସରେ ଏଭଳି ୪୦ରୁ ଅଧିକ ଡାକବାକ୍ସ ରହିଥିବା ଜଣାଯାଇଛି। ‘ସ୍ବର୍ଗ ପାଇଁ ଡାକବାକ୍ସ’ କେବଳ ପିଲାମାନଙ୍କ ମଧ୍ୟରେ ସୀମିତ ହୋଇ ରହିନାହିଁ। ଯେଉଁମାନେ ନିଜ ପ୍ରିୟଜନ ପାଖକୁ ଖ୍ରୀଷ୍ଟମାସ କାର୍ଡ ପଠାଇବାକୁ ଭୁଲିଯାଆନ୍ତି, ସେମାନେ ମଧ୍ୟ ଏହାକୁ ଆପଣେଇଛନ୍ତି। ସାମାଜିକ ଗଣମାଧ୍ୟମରେ ହ୍ୟାଣ୍ଡିଙ୍କର ଏହି ଉଦ୍ୟମକୁ ପ୍ରଶଂସା କରାଯାଇଛି। ଶୋକସନ୍ତପ୍ତ ବ୍ୟକ୍ତିଙ୍କ ମନକୁ ହାଲକା କରିବା ପାଇଁ ଏହା ଏକ ଉପଚାର ସଦୃଶ ବୋଲି ଅନେକ ମତ ଦେଇଛନ୍ତି।




Related Articles

Leave a Reply

Your email address will not be published. Required fields are marked *

Back to top button