ନୀତି

ମାଆ କାନ୍ଦୁଥିବା ବେଳେ ‘ହଳଦୀ ଉତ୍ସବ’ରେ ନୃତ୍ୟ ପ୍ରଦର୍ଶନ କରି ଟ୍ରୋଲ୍‌ ହେଲେ କନ୍ୟା – Utkal Mail


ନୂଆଦିଲ୍ଳୀ: ନାଚ ଓ ଗୀତ ବିନା କୌଣସି ବି ବିବାହ ଅସଂପୂର୍ଣ୍ଣ। ଜୀବନର ସବୁଠାରୁ ବଡ଼ ଉତ୍ସବ ବିବାହକୁ ମନାଇବା ପାଇଁ ପରିବାର ଲୋକ, ବନ୍ଧୁ , ସଂପର୍କୀୟ ଗୀତ ଗାଇ ଓ ନୃତ୍ୟ ପ୍ରଦର୍ଶନ କରି ତାହାକୁ ଆହୁରି ରଂଗିନ କରିଥାନ୍ତି। ହେଲେ ଆଜିକାଲି ବିବାହରେ କେବଳ ବନ୍ଧୁ, ସଂପର୍କୀୟ ନୁହଁନ୍ତି; ନିଜେ ବର, କନ୍ୟା ନାଚିବାର ବି ଟ୍ରେଣ୍ଡ୍‌ ହୋଇଗଲାଣି। ଏପରି ଅନେକ ଭିଡିଓ ଆପଣ ପୂର୍ବରୁ ସୋସିଆଲ୍‌ ମିଡିଆରେ ଦେଖିଥିବେ।

ଆଜିକାଲି ବିବାହର ସବୁଠାରୁ ବିଶେଷ କଥା ହେଉଛି କନ୍ୟାଙ୍କ ନୃତ୍ୟ ପ୍ରଦର୍ଶନ। ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁ ଭିଡିଓରେ କନ୍ୟା ଜଣକ ନୃତ୍ୟ ପ୍ରଦର୍ଶନ କରୁ କରୁ ନିଜ ମାଆଙ୍କୁ ଦେଖି ଭାବପ୍ରବଣ ହୋଇ ପଡୁଛନ୍ତି।

 

କନ୍ୟା ଜଣକ ତାଙ୍କ ହଳଦୀ ଉତ୍ସବରେ ନାଚୁଥିବାର ଦେଖିବାକୁ ମିଳିଛି। ନାଚୁ ନାଚୁ ମାଆଙ୍କୁ ଦେଖି କାନ୍ଦି ପକାଉଛନ୍ତି। ତାଙ୍କ ମାଆ ବି ତାଙ୍କୁ ଧରି କାନ୍ଦୁଛନ୍ତି। ହେଲେ ତାହାରି ମଧ୍ୟରେ ବି କନ୍ୟା ନାଚିବା ବନ୍ଦ କରିନାହାନ୍ତି। ଯେଉଁଥିପାଇଁ ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ତାଙ୍କୁ ଖୁବ୍ ସମାଲୋଚନା କରୁଛନ୍ତି।

ବ୍ୟବହାରକାରୀମାନେ କନ୍ୟାଙ୍କୁ ଖୁବ୍‌ ‘ଫିଲ୍ମି ଟାଇପ୍‌’ ଝିଅ ବୋଲି କହି ସମାଲୋଚନା କରୁଛନ୍ତି। କେହି କେହି କହିଛନ୍ତି ‘କିଛି ବି ହୋଇଯାଉ ନାଚ ବନ୍ଦ ନହେବା ଉଚିତ’। କନ୍ୟାଙ୍କ ଭାବପ୍ରବଣତାକୁ ପୂରା ଦମ୍‌ରେ ମଜାକ୍‌ ଉଡ଼ାଇଛନ୍ତି ‘ଏକ୍ସ’ ବ୍ୟବହାରକାରୀ।




Related Articles

Leave a Reply

Your email address will not be published. Required fields are marked *

Back to top button