କ୍ରାଇମ

ରାଜସ୍ଥାନ: ୮ ବର୍ଷୀୟା ବାଳିକାକୁ ଡ୍ରାଇଭର ଓ ତା’ ସାଙ୍ଗମାନେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ – Utkal Mail


ଜୟପୁର: ରାଜସ୍ଥାନର ଜୟପୁର ସହରର ଏକ ଘରୋଇ ସ୍କୁଲର ଜଣେ ୮ ବର୍ଷୀୟା ଛାତ୍ରୀକୁ ପିକନିକ୍ ସମୟରେ ଏକ ହୋଟେଲରେ ନିଶା ଦେଇ ସ୍କୁଲ ଭ୍ୟାନ୍ ଡ୍ରାଇଭର ଓ ତା’ ସାଙ୍ଗମାନେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମକାରୀମାନେ ଏହି ଘଟଣାର ଭିଡିଓ କ୍ଲିପ୍ ମଧ୍ୟ ପ୍ରସ୍ତୁତ କରି ନାବାଳିକା ଓ ତାଙ୍କ ୫ ବର୍ଷର ଭାଇକୁ ଛୁରି ଦେଖାଇ ସେମାନଙ୍କ ପିତାମାତାଙ୍କୁ କିଛି ନ କହିବାକୁ ଧମକ ଦେଇଥିଲେ। ଏ ନେଇ ନାବାଳିକାଙ୍କ ବାପା ଶୁକ୍ରବାର ଝୋଟୱାରା ଥାନାରେ ଅଭିଯୋଗ କରିବା ପରେ ସ୍କୁଲ ଭ୍ୟାନ୍ ଡ୍ରାଇଭର ଅବଦୁଲ ଅଜିଜ୍ (୫୦) ବିରୋଧରେ ପୋକ୍ସୋ ଆଇନ ଏବଂ ଆଇପିସିର ଧାରା ୩୨୮, ୫୦୬, ୩୭୬, ୩୭୬ଡିବି ଓ ୫୧୧ ଅନୁଯାୟୀ ମାମଲା ରୁଜୁ ହୋଇଛି। ପୀଡ଼ିତାଙ୍କ ବାପା ଏତଲାରେ କହିଛନ୍ତି ଯେ ଘଟଣା ବିଷୟରେ ସେ ସ୍କୁଲର ନିର୍ଦ୍ଦେଶକ ଓ ପ୍ରଧାନ ଶିକ୍ଷକଙ୍କୁ ଜଣାଇଥିଲେ ମଧ୍ୟ ସେମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ସ୍କୁଲ ଛାତ୍ରୀଙ୍କ ଡାକ୍ତରୀ ପରୀକ୍ଷା କରାଯିବା ପରେ ତଦନ୍ତ ଆରମ୍ଭ ହୋଇଛି। ଫେରାର ଥିବା ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୁଲିସ ଟିମ୍ ସକ୍ରିୟ ଭାବେ କାର୍ଯ୍ୟ କରୁଛି।




Related Articles

Leave a Reply

Your email address will not be published. Required fields are marked *

Back to top button