ଓଡିଶା

ପୁଣି କାଳ ସାଜିଲା ମୁକୁଳା ଡ୍ରେନ୍, ୪ ଘଣ୍ଟା ପରେ ମିଳିଲା ନିଖୋଜ ନାବାଳକଙ୍କ ମୃତଦେହ

ବ୍ରହ୍ମପୁର: ନାଳରେ ଭାସିଯାଇ ନିଖୋଜ ହୋଇଥିବା ନାବାଳକର ମୃତଦେହ ଉଦ୍ଧାର । ୪ ଘଣ୍ଟା ପରେ ମିଳିଲା ମୃତଦେହ । ମୁକୁଳା ଡ୍ରେନରେ ପଡି ବ୍ରହ୍ମପୁରର ୧୦ ବର୍ଷର ନାବାଳକ ସାଇରାମ ପାତ୍ର ନିଖୋଜ ହୋଇଥିଲେ । ଲକ୍ଷ୍ମୀ ନୃସିଂହ ସାହି ୧୪ନମ୍ବର ଗଳିର ଶେଷ ମୁଣ୍ଡରେ ଥିବା ନାଳରୁ ସାଇରାମଙ୍କ ମୃତଦେହ ଉଦ୍ଧାର ହୋଇଛି ।

ଗତକାଲି ରାତି ୮ଟା ବେଳେ ସାଇକେଲ ଚଳାଇ ଆସୁଥିବା ବେଳେ ମୁକୁଳା ନାଳରେ ଭାସିଯାଇ ନିଖୋଜ ହୋଇଥିଲେ ସାଇରାମ ।

ପ୍ରବଳ ବର୍ଷା ଯୋଗୁଁ ରାସ୍ତା ସହ ନାଳ ବୁଡ଼ି ଯାଇଥିଲା । ପାଣିର ପ୍ରଖର ସ୍ରୋତରେ ଭାସି ଯାଇଥିଲା ନାବାଳକ । ନିକଟରେ ଥିବା କିଛି ଯୁବକ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ। ପରେ କେବଳ ତାଙ୍କ ସାଇକେଲ ଟି ହିଁ ମିଳିଥିଲା। ସ୍ଥାନୀୟ ଲୋକେ ବିଏମସି ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ଓ ବି ଏମ୍ ସିର ଉପସ୍ଥିତିରେ ଦୀର୍ଘ ୪ଘଣ୍ଟା ଧରି ଖୋଜାଖୋଜି ପରେ ପିଲାଟିର ମୃତଦେହ ଉଦ୍ଧାର ହୋଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button