ସ୍ୱାସ୍ଥ୍ୟ

ଫୁସଫୁସରେ ଜମା କଫ, ଧୂଆଁ, ଆବର୍ଜନା ବାହାର କରିବାର ସହଜ ଉପାୟ

ବନ୍ଧୁଗଣ ଆଜିର ସମୟରେ ଏୟାର କ୍ଵାଲିଟିର ଅବସ୍ଥା ପ୍ରାୟତଃ ସମସ୍ତେ ଜାଣିଛନ୍ତି । କେବେଳ ମେଟ୍ରୋ ସିଟି ନୁହେଁ ବରଂ ଛୋଟ ବଡ ସହର ଓ ଗାଁରେ ଏୟାର କ୍ଵାଲିଟି ବହୁତ ଖରାପ ହୋଇ ଗଲାଣି । ଏହି କାରଣରୁ ଭାରତରେ ଅନେକ ଲୋକଙ୍କୁ ବ୍ରିଥିଙ୍ଗ ସମସ୍ଯା ଓ ଅନେକ ପ୍ରକାରର ଫୁସଫୁସ ଜନିତ ସମସ୍ଯା ଦେଖା ଯାଉଛି ।

ଆଜି ଆମେ ଆପଣଙ୍କୁ କହିବୁ ଏକ ନ୍ୟାଚୁରାଲ, ହର୍ବାଲ ଟି ବା ଚାହା ବିଷୟରେ ଯାହା ଆପଣଙ୍କ ଘରେ ମିଳୁଥିବା ସାମଗ୍ରୀ ସାହଯ୍ୟରେ ଆପଣ ବନାଇ ପାରିବେ । ଏହି ଟି ଆପଣଙ୍କ ଫୁସଫୁସକୁ ସଫା ରଖିବା ସହ କାପାସିଟି ବଢାଇବ, ଜମା ହୋଇଥିବା କଫ ଆଦି କୁ କ୍ଲିୟର କରିବ । ଏହି ରେମେଡି ତିଆରି କରିବା ଆବଶ୍ୟକ ଅଦା, ଲେମ୍ବୁ, ଯଷ୍ଟି ମଧୁ, ବଡ ଗୁଜୁରାତି ବା ଅଳେଇଚ ଓ ମହୁ ।

ଏହି 5ଟି ସାମଗ୍ରୀ ଦ୍ଵାରା ଆପଣ ଏହି ରେମେଡି ବନାଇବେ । ଏଥିରେ ବ୍ୟବହୃତତ ହେଉଥିବା ଅଦା ଆମ କଫ କୁ ଦୂର କରିବାରେ କାମ କରିଥାଏ ଏବଂ ନିଶ୍ଵାସ ନେବାରେ ସାହାଜ୍ଯ କରିଥାଏ । ଯଷ୍ଟି ମଧୁରେ ଆଣ୍ଟି ଭାଇରାଲ ଓ ବ୍ୟାକ୍ଟେରିୟାଲ ତତ୍ତ୍ଵ ମିଳିଥାଏ । ଆମ ଫୁସ୍ଫୁସରେ ଜମା ଥିବା କଫକୁ ପତଳା କରି କାଢିବାରେ ସାହାଜ୍ୟ କରେ ।

ଏହା ଏୟାର ୱୀଥ କୁ ରିଲାକ୍ସ କରେ ଯାହା ଦ୍ଵାରା ଆସ୍ଥମା ଭଳି ସମସ୍ଯା ଦୂର ହୋଇଥାଏ । ଲେମ୍ବୁରେ ଭିଟାମିନ-ସି ମିଳିଥାଏ ଯାହା ଇମ୍ୟୁନିଟି କୁ ବୁଷ୍ଟ କରିଥାଏ । ବଡ ଅଳେଇଚ ଗଳାର ସଂକ୍ରମଣ କମ କରିବା ସହ କାସ, କଫ ଦୂର କରିଥାଏ । ମହୁ ଜମିଥିବା କଫ କୁ ପତଳା କରି କାଢିବାରେ ସାହାଜ୍ଯ କରିଥାଏ । ମହୁ ରେ ଆଣ୍ଟି ବ୍ୟାକ୍ଟେରିୟାଲ ତତ୍ତ୍ଵ ମିଳିଥାଏ ଯାହା ଫୁସଫୁସ କୁ ସୁସ୍ଥ ରଖିଥାଏ ।

ଏହି ରେମେଡି ତିଆରି କରିବା ପାଇଁ ଦେଢ କପ ପାଣି ନିଅନ୍ତୁ । ପାଣି ଫୁଟିବା ପରେ ଏଥିରେ ଏକ ଚାମଚ କଟା ଅଦା ପକାନ୍ତୁ । ଏହା ପରେ ଏକ ଇଞ୍ଚ ଲମ୍ବର ଗୋଟିଏ ଯଷ୍ଟି ମଧୁ ପକାନ୍ତୁ । ତା ପରେ ବଡ ଅଳେଇଚ ପକାନ୍ତୁ । ଏହାକୁ 5 ରୁ 7 ମିନିଟ ଯାଏଁ ଫୁଟାନ୍ତୁ । ଏହା ପରେ ଏହି ପାଣିକୁ ଛାଣି ଦିଅନ୍ତୁ । ଏଥିରେ ଏକ ଚାମଚ ଲେମ୍ବୁ ରସ ଆଡ କରନ୍ତୁ । ଏହା ପରେ ଏକ ଚାମଚ ମହୁ ଆଡ କରନ୍ତୁ ।

ଏହି ଚାହା କୁ ଆପଣ ଉଷୁମ ଉଷୁମ ସେବନ କରି ପାରିବେ । ଦିନକୁ 2 ଥର ଏହାର ସେବନ କରନ୍ତୁ । ସକାଳେ ବା ସନ୍ଧ୍ୟା ରେ କିମ୍ବା ଆପଣଙ୍କୁ ଯେବେ ବି ସମୟ ମିଳିବ ଆପଣ ଏହି ଚାହା କୁ ବନାଇ ସେବନ କରି ପାରିବେ । ଏଥିରୁ ଆପଣଙ୍କର ଫୁସଫୁସ ସୁସ୍ଥ ରହିବା ସହ ଜମା ଥିବା କଫ ଦୂର ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ହେଲଥ ଟିପ୍ସ ଟି କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମ ରେ ନିହାତି ଜଣାନ୍ତୁ, ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button