ଭାରତର ସବୁଠାରୁ ଭିନ୍ନ ଗାଁ । ଯେଉଁ ଗାଁର ମୁଖିଆ ଖାଏ ଭାରତରେ ହେଲେ ଶୋଇବା ପାଇଁ ଅନ୍ୟ ଦେଶକୁ ଅର୍ଥାତ୍ ମିଆଁମାର ଯାଇଥାଏ । ଅବିଶ୍ୱାସଯୋଗ୍ୟ ହେଲେ ବି ଏହା ସତ । ଭାରତର ଏହି ଗାଁ ପ୍ରକୃତିକ ସୌନ୍ଦର୍ଯ୍ୟରେ ଭରା ଓ ଖୁବ୍ ସୁନ୍ଦର । ହେଲେ ଏହାର ଚଳଣି ଭିନ୍ନ ଓ ଆଶ୍ଚଯ୍ୟ ଜନକ ।
ଏହି ଗାଁର ଅଧା ଅଂଶ ଭାରତରେ ଥିବାବେଳେ ଆଉ ଅଧା ମିଆଁମାରରେ ଅବସ୍ଥିତ । ଏହି ଗାଁର ନାଁ ହେଉଛି ଲୁଙ୍ଗୱା । ଏହା ନାଗାଲ୍ୟାଣ୍ଡର ମୋନ ଜିଲ୍ଲାରେ ଘନ ଜଙ୍ଗଲ ମଧ୍ୟରେ ଅବସ୍ଥିତ । ଏହା ଭାରତ ଓ ବଙ୍ଗଳାଦେଶ ସୀମାରେଖା ମଧ୍ୟରେ ଅବସ୍ଥିତ । ଏଠାରେ ‘କୋୟାକ’ ନାମରେ ଆଦିବାସୀ ବସବାସ କରନ୍ତି । ଏମାନେ ନିଜର ସ୍ଥାନ ଉପରେ କବ୍ଜା କରୁଥିବା ଲୋକର ମୁଣ୍ଡ କାଟି ଦେଇଥାଆନ୍ତି । ନିଜର ସ୍ଥାନ ବଜାୟ ରଖିବା ପାଇଁ ସଦା ସର୍ବଦା ସେମାନେ ପଡୋଶୀ ଗାଁ ସହିତ ଲଢେଇ କରିଥାନ୍ତି । ଏହି ଗାଁରେ ପରମ୍ପରା ଅନୁଯାୟୀ ଏମାନେ ଶତ୍ରୁର ମୁଣ୍ଡ କାଟି ଦେଇଥାନ୍ତି । ଏହା ଉପରେ ୧୯୪୦ ମସିହାରେ ପ୍ରତିବନ୍ଧକ ଲଗାଯାଇଥିଲା । ଏହାପୁର୍ବରୁ କୋୟାକ ଆଦିବାସୀ ନିଜ ଦକ୍ଷତା ଦେଖାଇ ଅନ୍ୟର ମୁଣ୍ଡ କାଟି ଦେଉଥିଲେ । ଏହି ଆଦିବାସୀମାନେ ପାହାଡର ଅଗ୍ରଭାଗରେ ବସବାସ କରିଥାନ୍ତି । ଯାହାଦ୍ୱାରା ଶତ୍ରୁକୁ ଏମାନେ ଦୂରରୁ ଦେଖିପାରିଥାନ୍ତି । କୁହାଯାଏ ୧୯୬୯ ପରଠାରୁ ଏଠାରେ ମୁଣ୍ଡକାଟ ହୋଇନାହିଁ ।
ଏଠାରେ କୋୟାକ ଆଦିବାସୀଙ୍କ ମଧ୍ୟରେ ଜଣେ ମୁଖିଆ ଥାଆନ୍ତି । ସେ କେତୋଟି ଗାଁର ମୁଖ୍ୟ ହୋଇଥାନ୍ତି । ସେ ଏକାଧିକ ପତ୍ନୀ ଗ୍ରହଣ କରିବା ପରମ୍ପରା ରହିଛି । ବର୍ତ୍ତମାନ ଏଠାରେ ଥିବା ମୁଖିଆଙ୍କର ୬୦ଜଣ ପତ୍ନୀ ଅଛନ୍ତି । ମୂଖିଆଙ୍କର ଘର ମଧ୍ୟ ଦେଇ ଭାରତ ଓ ମିଆଁମାର ସୀମାରେଖା ଯାଇଥିବାରୁ କୁହାଯାଏ କି ଏଠାର ମୁଖିଆ ଭାରତରେ ଖାଏ ଓ ମିଆଁମାରରେ ଶୋଇଥାଏ ।
ଏଠାରେ ଥିବା ସୀମାର ଖୁଣ୍ଟିରେ ଗୋଟିଏ ପାଖରେ ହିନ୍ଦୀ ଓ ଅନ୍ୟପାଖରେ ବର୍ମିଜ୍ ଭାଷାରେ ଲେଖା ହୋଇଥାଏ । ଏହି ଗାଁର ଲୋକମାନଙ୍କୁ ଦୁଇ ଦେଶର ନାଗରିକତା ମିଳିଥାଏ । ତେଣୁ ସେମାନେ ବିନା ପାସପୋର୍ଟ ଓ ଭିସାରେ ଦୁଇ ଦେଶ ମଧ୍ୟରେ ଯିବା ଆସିବା କରିଥାନ୍ତି ।
Back to top button