ନୀତି

ବିବାହ ପାଇଁ ୭୫ବର୍ଷର ବୃଦ୍ଧ ବରଯାତ୍ରୀ ଧରି ବାହାରିବା ସମୟରେ ଏକ ଫୋନ କଲ କଲା ନିରାଶ – Utkal Mail


ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାନ୍ଦାରେ ଜଣେ ୭୫ବର୍ଷର ବୃଦ୍ଧଙ୍କ ବିବାହ ସ୍ଥିର ହୋଇଥିଲା। ବରଯାତ୍ରୀ ଧରି ବୃଦ୍ଧ ବିବାହ ପାଇଁ ଯିବେ ବୋଲି ଧୁମଧାମରେ ବାହାରିଥିଲେ। କିନ୍ତୁ ଏକ ଫୋନ କଲ ଆସି ସବୁ ଆଶାକୁ ପାଣି ‌ଫୋଟକା ଭଳି ମେଳାଇ ଦେଇଥିଲା।

ଏମିତି ଏକ ଘଟଣା ନରୈନି ତହସିଲର ରିସୋରା ଗ୍ରାମରୁ ସାମ୍ନାକୁ ଆସିଛି। ଏହି ଗ୍ରାମରେ ବସବାସ କରୁଥିବା ଜଣେ ବୃଦ୍ଧ ଗତ ରବିବାର ବରବେଶରେ ସଜେଇ ହୋଇ ବରଯାତ୍ରୀ ଧରି କନ୍ୟା ଘରକୁ ବିବାହ ପାଇଁ ଯିବାକୁ ପ୍ରସ୍ତୁତ ହେଉଥିଲେ।

ଏହି ସମୟରେ ବରଯାତ୍ରୀ ଖୁସିରେ ନାଚୁଥିବା ବେଳେ ବରଙ୍କ ପାଖକୁ ବଧୂଙ୍କ କଲ ଆସିଥିଲା। ଆଉ ବଧୂ କହିଥିଲେ ‘ବରଯାତ୍ରୀ ନେଇ ଆସ ନାହିଁ । ମୁଁ ଏବେ ବିବାହ କରି ପାରିବି ନାହିଁ। ମୋର ଭୁଲ ହୋଇଯାଇଛି।’

ଏକଥା ଶୁଣିବା ପରେ ବର ସ୍ତବ୍ଧ ହୋଇଯାଇଥିଲେ। ଆଉ ଏ ଖବର ସେ ବରଯାତ୍ରୀଙ୍କ ସମେତ ପରିବାରଲୋକଙ୍କୁ ଦେଇଥିଲେ। ବିବାହ ଭାଙ୍ଗିଯିବା ଖବର ଶୁଣି ବୃଦ୍ଧଙ୍କ ପରିବାରଲୋକେ ଦୁଃଖରେ ଭାଙ୍ଗି ପଡ଼ିଥିଲେ।

ବୃଦ୍ଧଙ୍କ ପରିବାରଲୋକଙ୍କ କହିବାନୁସାରେ, ବୃଦ୍ଧବାପାଙ୍କ ପତ୍ନୀଙ୍କ ୨୦ବର୍ଷ ହେବ ମୃତ୍ୟୁ ହୋଇଯାଇଛି। ପତ୍ନୀଙ୍କ ମୃତ୍ୟୁ ପରେ ବୃଦ୍ଧ ଏକା ହୋଇଯାଇଥିଲେ। କିଛିଦିନ ତଳେ ଏକ ବିବାହରେ ତାଙ୍କର ଜଣେ ମହିଳାଙ୍କ ସହିତ ଚିହ୍ନାପରିଚୟ ହୋଇଥିଲା। ଉକ୍ତ ମହିଳା ଜଣକ ବୃଦ୍ଧଙ୍କୁ ବିବାହ ପାଇଁ କହିଥିଲେ। ଆମେ ବି ଭାବୁଥିଲୁ ଯାହା ହେଉ ବାପାଙ୍କ ବିବାହ ହୋଇଗଲେ ସମୟ କାଟିବାକୁ ତାଙ୍କୁ ସାଥୀ ମିଳିଯିବ। ଏହାପରେ ବିବାହ ତାରିଖ ସ୍ଥିର ହେଲା। ବରଯାତ୍ରୀ ଧରି ଆମେ ବାହାରିବା ସମୟରେ କନ୍ୟା ଏ ବିବାହ ପାଇଁ ମନା କରି ଦେଇଥିଲେ।’




Related Articles

Leave a Reply

Your email address will not be published. Required fields are marked *

Back to top button