ଜୀବନଶୈଳୀ

ଏହି ଗଛର ୭ ଟି ପତ୍ର ଆଣି ଏହି ସ୍ଥାନରେ ରଖିଦିଅନ୍ତୁ, ଧନ ସମ୍ପତ୍ତି, ପ୍ରେମ ସମ୍ମାନ ସବୁକିଛି ବଢିବ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ବୃକ୍ଷର ୭ ଟି ପତ୍ର ଆଣି ରଖିଦିଅନ୍ତୁ ଏହି ସ୍ଥାନରେ ଧନ ସମ୍ପତ୍ତି ପ୍ରେମ ସମ୍ମାନ ବଢିବ।

ବନ୍ଧୁଗଣ ମନୁଷ୍ୟ ମାତ୍ରେ ହିଁ ଧନ ଚାହିଁଥାଏ। ମାତ୍ର ପ୍ରଚୁର ଧନ ଆଗମନ ଫଳରେ ଯେକୌଣସି ବ୍ୟକ୍ତିକୁ ଧନୀ ଭାବରେ ଗଣାଯିବ ଏହା ଭ୍ରମାତ୍ମକ। ଧନର ପ୍ରଚୁର୍ୟ୍ଯତା ଥାଇ ମଧ୍ୟ ଯେଉଁ ବ୍ୟକ୍ତି କୌଣସି କଠିନ ରୋଗରୁ ପଡି କିଛି ଖାଦ୍ୟ ଖାଇପାରେ ନାହିଁ ଡାକ୍ତର ମାନଙ୍କ ବାରଣ ସ୍ୱତେ ତ ସେ କ୍ଷେତ୍ରରେ ଧନର କୌଣସି ମୂଲ୍ୟ ରହିନଥାଏ କିମ୍ବା ଯଦି କୌଣସି ଧନୀ ବ୍ୟକ୍ତିର ପିଲା ମାନେ ଯଦି ଅମଣିଷ ହୁଅନ୍ତି ଯେଉଁମାନେକି ସେମାନେ ଧନର ଉତ୍ତରାଧିକାରୀ ହେବେ ଯଦି ସେମାନେ କୁସଙ୍ଗରେ ପଡି ସେହି ଧନକୁ ଅପବ୍ୟୟ କରନ୍ତି ସେହି କ୍ଷେତ୍ରରେ ମଧ୍ୟ ତାକୁ ଧନୀ ବ୍ୟକ୍ତି କୁହାଯିବ ନାହିଁ।

ଧନ ଉପାର୍ଜନ କରୁଥିବା ବ୍ୟକ୍ତିଟି ନିଜେ ସେ ପୁଣି ନିଶା ପାଣି କରି ପଇସା ଗୁଡିକୁ ଯେଉଁ ଭଳି ସେ ଆଣୁଥିବ ସେହିପରି ସେମାନେ ଉଢ଼ାଉଥିବ ତ ସେ ମଧ୍ୟ ଧନୀ ବ୍ୟକ୍ତି ଭାବେ ଗଣା ହୁଏନି। ଧନୀ ବ୍ୟକ୍ତି ସେହିମାନେ ଯେଉଁମାନଙ୍କର କି ପାଖରେ ଧନର ପ୍ରାଚୁର୍ଯ୍ୟତା ଥାଏ ତା ସହିତ ମାନସିକ ସୁଖ ଶାନ୍ତି ଥାଏ,ପାରିବାରିକ ସୁଖ ଶାନ୍ତି ଥାଏ। ସାମାଜିକ ସୁସମ୍ପର୍କ ଥାଏ। ସମସ୍ତଙ୍କ ପାଖରେ ଏକ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ମଧ୍ୟ ଥାଏ। ଏସବୁ ବେଳେବେଳେ ସମ୍ଭବ ହୁଏନାହିଁ। କାନ ଥିଲେ ସୁନା ନଥାଏ ସୁନା ଥିଲେ କାନ ନଥାଏ।

ଏହି ସମସ୍ୟା ଆପଣଙ୍କର ଗ୍ରହଦୋଷ ପାଇଁ ହୋଇଥାଏ। ପୂର୍ବ ଜନ୍ମର କର୍ମ ପାଇଁ ହୋଇଥାଏ। ଜୀବନରେ ନକରାତ୍ମକ ଶକ୍ତିର ପ୍ରଭାବ ଯୋଗୁ ହୋଇଥାଏ। ଏହିସବୁ କୁ ଖଣ୍ଡନ କରିବା ପାଇଁ ଜୀବନରେ ଧନକୁ ଯେଉଁଭଳି ଆମନ୍ତ୍ରିତ କରିଥାଏ ସେହିଭଳି ଭାବରେ ସୁଖ ଶାନ୍ତି ବଜାୟ ରଖିବା ପାଇଁ ଆଜି ଏକ ଅତ୍ୟନ୍ତ ଖୁବ ସୁନ୍ଦର ଉପାୟ ଆମେ ଆପଣଙ୍କୁ ଜଣେଇବୁ। ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ପାଖକୁ ଧନ ଆସିବା ସହିତ ଏକ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ସୁଖ ଶାନ୍ତି ସମୃଦ୍ଧି ସାମାଜିକ ସୁସମ୍ପର୍କ ସବୁ କିଛି ପ୍ରାପ୍ତି ହେବ। ମା ଲକ୍ଷ୍ମୀ ଆପଣଙ୍କ ପାଖରେ ସର୍ବଦା ବାସ କରିବେ। ତେବେ ଆସନ୍ତୁ ଜାଣିବା ସେହି ଉପାୟଟି କଣ।

ଏହି ଉପାୟଟି ପାଇଁ ଆବଶ୍ୟକତା ପଡିବ ଅଶୋକ ବୃକ୍ଷ। ଅଶୋକ ଯିଏକି ଶୋକ ରହିତ। ଶୋକ ଅର୍ଥାତ ସେହି ବୃକ୍ଷକୁ ଛୁଏଁ ନାହିଁ। ଯେଉଁ ବ୍ୟକ୍ତି ଏହି ଅଶୋକ ବୃକ୍ଷଟିକୁ ନିଜ ଗୃହର ଐଶ୍ଵଣ୍ୟ କୋଣରେ ଲଗେଇ ତାର ଯତ୍ନ ନେଇଥାଏ ବ୍ୟକ୍ତିର ଘର ଉପରକୁ କୌଣସି ବିପତି ଆସେନାହିଁ। ଏହି କୋଣ କହିଲେ ଆପଣଙ୍କର ଉତ୍ତର-ପୂର୍ବ ସୋଲଗ୍ନ କୋଣ। ଏହି ଐଶ୍ଵଣ୍ୟ କୋଣରେ ଯଦି କୌଣସି ବ୍ୟକ୍ତିଙ୍କର ଗୃହରେ ଲଗାଇବା ପାଇଁ ଜାଗା ନଥାଏ ତେବେ ତାକୁ ଉତ୍ତର କିମ୍ବା ପୂର୍ବ ଦିଗରେ ଲଗେଇ ପାରିବେ। ଏହି ଗଛ ମୂଳରେ ଦୈନିକ ଧୂପ ଦୀପବି ପ୍ରଦାନ କରିବାର ଅଛି।

ଏହି ଅଶୋକ ବୃକ୍ଷର ଏକ ଚମତ୍କାର ବିଧି ଆମେ ଆପଣଙ୍କୁ ଜଣେଇବୁ। ଏହା ଫଳରେ କୌଣସି ବ୍ୟକ୍ତି ପାଖକୁ ଧନ ଯେଉଁ ଭଳି ଭାବରେ ଆସିବ ମାନସିକ ସୁଖ ଶାନ୍ତି ସେହିଭଳି ଭାବରେ ଆସିବ ଏବଂ ତାର ପିଲାମାନେ ମଧ୍ୟ ମଣିଷ ପରି ମଣିଷ ହେବେ। ଏହି ଅଶୋକ ଗଛ ମୂଳରେ ମା ସୀତା ମଧ୍ୟ ଯେତେବେଳେ ରାବଣ ହରଣ କରିକି ନେଇଥିଲେ ସେତେବେଳେ ସେ ଲଙ୍କାରେ ରହିଥିଲେ। ସୀତାଙ୍କ ଉପରେ ଯେଉଁ ଦୁଃଖ ବିତିଥିଲା ସେହି ଦୁଃଖକୁ ଅଶୋକ ଗଛ ହିଁ ଗ୍ରହଣ କରିଥିଲା। ଏହି ଗଛ ଏକ ତାନ୍ତ୍ରିକ ବୃକ୍ଷ ଏବଂ ଅତ୍ୟନ୍ତ ମହାନ ବୃକ୍ଷ। ଏହା ଉପରେ ଅନେକ ଦେବା ଦେବୀଙ୍କର ଆଶୀର୍ବାଦ ଏହି ଗଛରେ ଭରିକି ରହିଛି। ଏହି ଗଛରେ ଅନେକ ଅଦୃଶ୍ୟ ଶକ୍ତି ବାସ କରନ୍ତି। ଏହି କ୍ରିୟାଟିକି ଯେକୌଣସି ଗୁରୁବାର କିମ୍ବା ଶୁକ୍ରବାର କିମ୍ବା ରବିବାର ଦିନ କରିବେ।

ସେଥିପାଇଁ ଆପଣ ଏକ ଶୁଭ ସମୟ ମଧ୍ୟ ଦରକାର। ଆପଣ ଶୁଭ ସମୟରେ କଲେ ଆହୁରି ଶକ୍ତିଶାଳୀ ହେବ। ବୃକ୍ଷକୁ କୌଣସି ନିମନ୍ତ୍ରଣର ଆବଶ୍ୟକ ନାହିଁ। କେବଳ ବୃକ୍ଷକୁ ପୂର୍ବ ପଟରୁ ପ୍ରଣାମ କରି ୭ ଗୋଟି ପତ୍ରକୁ ସଂଗ୍ରହ କରିବେ। ଏହି ୭ ଅଙ୍କ ଏକ ବିଶେଷ ଅଙ୍କ। ଏହି ୭ ଅଙ୍କରେ ଅନେକ ଚମତ୍କାର ଲୁଚିକି ରହିଛି। ଏହି ଅଶୋକ ଗଛର ୭ ଟି ପତ୍ର ଆଣନ୍ତୁ। ଯେକୌଣସି ଶୁଭ ମୁହୂର୍ତ୍ତରେ ଗୁରୁବାର ହେଉ ଶୁକ୍ରବାର ହେଉ କିମ୍ବା ରବିବାର ଦିନ ହେଉ ଏହି ପତ୍ର ୭ ଟି ଆଣିବେ।

ଏହାକୁ ଗଙ୍ଗା ଜଳରେ ଧୌତ କରିକି ଧୂପ ଦୀପ ପ୍ରଦାନ କରି ଲାଲ କପଡ଼ାରେ ବାନ୍ଧି କି ଆପଣ ନିଜ ଗୃହରେ ଧନ ଭଣ୍ଡାରରେ ହେଉ କିମ୍ବା ଦୋକାନର କ୍ୟାସ ବକ୍ସ ହେଉ ସେଇଠି ରଖିବେ। ତାର ପର ଦିନ ଆପଣ ଏହାକୁ ନେଇକି କୌଣସି ପ୍ରଭାହିତ ଜଳରେ ପ୍ରବାହ କରିଦେବେ। ସେ ନଦୀ ହେଉ କିମ୍ବା ନାଳ ହେଉ। ଆପଣ ଏହି କ୍ରିୟାଟିକୁ ଲଗାତାର କେତେ ଗୋଟି ସପ୍ତାହ କରନ୍ତୁ ଦେଖିବେ ଆପଣଙ୍କ ଜୀବନରେ ଧନ ଆସିବା ସହିତ ଜୀବନରେ ଧୀରେ ଧୀରେ ଶୋକ ଅଶାନ୍ତି ଏସବୁ ଦୂର ହେବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button