ଦେଶ ବିଦେଶ

ଅନଲାଇନ ଲୁଡୁ ଖେଳି ହେଲା ପ୍ରେମ, ପାକିସ୍ତାନ ଝିଅ ସହ ହିନ୍ଦୁସ୍ତାନର ପୁଅ… ଆଉ ତା ପରେ ଯାହା ହେଲା ଜାଣି ବିଶ୍ଵାସ ହେବନି

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ କିଛି ସମୟ ହେବ ସୋସିଆଲ ମିଡିଆରେ ଏମିତି ଏକ ଲଭ ଷ୍ଟୋରି ସମାନ କୁ ଆସିଛି ଯାହାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । ଏ ପ୍ରେମ କାହାଣୀ ନିଆରା ଆଉ ଭିନ୍ନ ଧରଣର । ଏମିତି ଲେଖା ହେଲା ନୂଆ ଲଭ ଷ୍ଟୋରି । ଲଭ ଇସ୍କ ଆଉ ମୋହବତ । ଭିନ୍ନ ଏହାର ଉନ୍ମାଦନା । ନିଆରା ଏହାର ମହକ ଆଉ ଚମକ । ଦିଲ ର ଲଡୁ ଭଳି ଏହି ଇସ୍କ ଯିଏ କରିଛି ସେ ଜାଣିଛି ।

ପ୍ରେମ କେତେ ସୁଖ ଦିଏ ଆଉ କେତେ ଦୁଖ ଦିଏ ଆଉ ପ୍ରେମର ପରିଭାଷା ବି ଅନେକ ରହିଛି । ଶବ୍ଦ କମ ପଡିବ ଏହାକୁ ବ୍ୟାଖ୍ୟା କରିବାକୁ । ପ୍ରେମ କେତେବେଳେ ବି କାହାକୁ କାହା ସହ ହୋଇଯିବ କେଉଁଠି ବୋଲି ହୋଇଯିବ କେହି ବି ଜାଣି ନ ଥାନ୍ତି । ଠିକ ସେମିତି ଜଣେ ପାକିସ୍ତାନୀ ଝିଅ ଜଣେ ହିନ୍ଦୁସ୍ତାନୀ ପୁଅର ପ୍ରେମରେ ପଡିଛନ୍ତି ।

କେବଳ ପ୍ରେମରେ ପଡି ନାହାନ୍ତି ଏହି ଦୁଇ ପ୍ରେମୀ ଯୁଗଳ ବରଂ ବଲିଉଡ ଫିଲ୍ମ ଭଳି ଏମାନେ ଦୁଇ ଦେଶର ସୀମାକୁ ପାର କରି ପ୍ରେମକୁ ପାଇବାକୁ ଧାଇଁ ଆସିଲେ ଭାରତ । ଅନଲାଇନ ଲୁଡୁ ରୁ ପାକିସ୍ତାନୀ ଝିଅ ଲାକ୍ରା ଓ ହିନ୍ଦୁସ୍ତାନୀ ପୁଅ ମୂଲାୟମ ଙ୍କ ମଧ୍ୟରେ ପ୍ରେମ ଆରମ୍ଭ ହୋଇଥିଲା । ପରେ ଉଭୟ ବିବାହ ପାଇଁ ନିଷ୍ପତି ନେଇଥିଲେ ।

ଏହା ପରେ ଗତ କିଛି ମାସ ପୂର୍ବେ ସମ୍ପୃକ୍ତ ଯୁବତୀ ଜଣକ ପ୍ରେମିକ ଙ୍କୁ ବାହା ହେବା ପାଇଁ ନେପାଳ ରେ ପହଞ୍ଚି ଥିଲେ । ଆଉ ଉଭୟ ବିବାହ କରିଥିଲେ । କିନ୍ତୁ ଦୁହିଙ୍କର କଥାବାର୍ତ୍ତା ଅନଲାଇନ ଲୁଡୁ ରୁ ଆରମ୍ଭ ହୋଇଥିଲା । ତା ପରେ ପ୍ରେମ ଆରମ୍ଭ ହେଲା । କଥା ଏତେ ବାଟ ବଢି ଯାଇଥିଲା ଯେ ଦିନେ ଲାଜ କରୁଥିବା ଝିଅ ସାତ ଦରିଆ ପାର ହୋଇ ପ୍ରେମିକ କୁ ବାହା ହେବା ପାଇଁ ପାକିସ୍ତାନ ରୁ ଭାରତ ଚାଲି ଆସିଥିଲା ।

ପାଖରେ ଭିଷା ନ ଥିବାରୁ ଗହଣା ବିକିଟଙ୍କା ଯୋଗାଡ କରି ପ୍ରଥମେ ଦୁବାଇ ପରେ କାଠମାଣ୍ଡୁ ଦେଇ ଶେଷରେ ଭାରତରେ ପହଞ୍ଚି ଥିଲେ ପ୍ରେମିକା ନିଜ ପ୍ରେମିକ ପାଖରେ । ଭାରତରେ ପହଞ୍ଚିବା ପରେ ଲାକ୍ରା ନିଜ ପ୍ରେମିକ ଙ୍କୁ ବାହା ମଧ୍ୟ ହୋଇଥିଲେ । ହେଲେ ପରିବାର ଲୋକେ ଏହା ଜାଣିବା ପରେ ଲାକ୍ରା କୁ ପାକିସ୍ତାନ କୁ ଫେରାଇ ଆଣିବାକୁ ନିଷ୍ପତିୟ ନେଇଥିଲେ ।

ନିଜ ପରିବାର ପାଖକୁ ଶେଷରେ ଫେରିଥିଲେ ଲାକ୍ରା । ଯଦିଓ ଲାକ୍ରା ନିଜ ପରିବାର ପାଖକୁ ଫେରି ଯାଇଛନ୍ତି କିନ୍ତୁ ତାଙ୍କର ଏଭଳି ବିପଦ ପୂର୍ଣ୍ଣ ଯାତ୍ରା କୁ ପରିବାର ଲୋକେ ଏବେ ବି ବିଶ୍ଵାସ କରିପାରୁ ନାହାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button