ଓଡିଶା

କାହିଁକି ଦ୍ରୁତ ଗତିରେ ବଢିଚାଲିଛି ସୁନାଦର ?

ନୂଆଦିଲ୍ଲୀ: କ୍ରମାଗତ ଭାବେ ସୁନା ଦରରେ ବୃଦ୍ଧି ପରିଲକ୍ଷିତ ହେଉଛି ବିଶ୍ବସ୍ତରରେ ଚାଲିଥିବା ଭୂ-ରାଜନୈତିକ ଉତ୍ତେଜନା ଏବଂ ବଜାର ଉପରେ ସନ୍ଦେହଜନକ ଦୃଷ୍ଟିକୋଣ ସୁନା ଦର ବୃଦ୍ଧିର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ କାରଣ ବୋଲି ବିଶ୍ୱାସ କରାଯାଉଛି।

ଗତ କିଛି ମାସ ଧରି ସୁନା ଦର କ୍ରମାଗତ ଭାବେ ବୃଦ୍ଧି ପାଉଥିଲା। କେତେବେଳେ ଏହାର ମୂଲ୍ୟରେ ସାମାନ୍ୟ ହ୍ରାସ ଘଟିଥିଲା ତ କେତେବେଳେ ଦର ବୃଦ୍ଧି ପାଇଥିଲା। ତେବେ ୨୦୨୪ ମାର୍ଚ୍ଚ ପରଠାରୁ ସୁନା ମୂଲ୍ୟରେ ଜବରଦସ୍ତ ବୃଦ୍ଧି ଘଟିଛି । ଏହାପରେ ଏପ୍ରିଲ ମାସ ବେଳକୁ ସୁନା ଏହାର ସର୍ବକାଳୀନ ସର୍ବୋଚ୍ଚ ରେକର୍ଡ ଭାଙ୍ଗିବା ସହ ଏକ ନୂଆ ରେକର୍ଡ ସୃଷ୍ଟି କରିଛି।

ଆପଣଙ୍କ ସୂଚନା ପାଇଁ, ସୁନା ଦରରେ ହଠାତ୍ ବୃଦ୍ଧି କୁ ନେଇ ବିଭିନ୍ନ ବିଶେଷଜ୍ଞଙ୍କ ଭିନ୍ନ ଭିନ୍ନ ମତ ରହିଛି । ଅର୍ଥନୈତିକ ଅସ୍ତ୍ର ଭାବରେ ଡଲାରର ଭୂମିକାକୁ ନେଇ ଉଦ୍ବେଗ ପ୍ରକାଶ ପାଇବା କାରଣରୁ ଏହା ହେଉଛି ବୋଲି କେତେକ କହିଛନ୍ତି। ସେମାନଙ୍କ ମଧ୍ୟରୁ କେତେକ କହୁଛନ୍ତି ଯେ ଫେଡେରାଲ ରିଜର୍ଭ ଦ୍ୱାରା ସୁଧ ହାର ହ୍ରାସ କୁ ନେଇ ଲୋକମାନେ ନିଶ୍ଚିତ ଅଛନ୍ତି ଏବଂ ସେଥିପାଇଁ ସୁନା ଦର ବୃଦ୍ଧି ପାଉଛି । ଆଗାମୀ ନିର୍ବାଚନ ଏବଂ ମୁଦ୍ରାର ଦୁର୍ବଳତା ଭଳି ଅନେକ କାରଣ ଦର୍ଶାଯାଇଛି, ଯାହା ସୁନା ଦର ବୃଦ୍ଧି କରିପାରେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button