ବିଚାର

ମଣିଷ କର୍ମର ଫଳ କେମିତି ଭୋଗି ଥାଏ, ଆସନ୍ତୁ ଜାଣିବା

ବନ୍ଧୁଗଣ ଆଜି କର୍ମଫଳ ଓ ଧର୍ମ ଉପରେ ଗୋଟିଏ ଛୋଟ କାହାଣୀ କହିବି । ବନ୍ଧୁଗଣ କର୍ମ ଓ ଧର୍ମ ସମସ୍ତଙ୍କ ଠାରୁ ଉପରେ। ଥରେ ଗୋଟିଏ ଲୋକ ମାଛ ଧରୁଥିଲା। ଗୋଟିଏ ଯୋ-ଦ୍ଧା ଆସି ସେହି ଲୋକଟିକୁ ମାରପିଟ କରି ମାଛକୁ ନେଇଗଲା। ମାଛଟି ବଞ୍ଚି ଥିଲା। ସେ ଯୋ-ଦ୍ଧା ହାତକୁ କାମୁଡି ଦେଲା। ସେ ଡାକ୍ତରଖାନା ଗଲା ଓ ତାର ହାତକୁ ବ୍ୟାଣ୍ଡେଜ କଲା। ଡାକ୍ତର କହିଲେ ଏହି ଘାଆ କେବେ ଶୁଖିବ ନାହିଁ। ତେଣୁ ଆପଣଙ୍କ ଆଙ୍ଗୁଳିକୁ କାଟିବାକୁ ପଡ଼ିବ। ବ୍ୟାଣ୍ଡେଜ କରାଗଲା ଏବଂ ଖୋଲାଗଲା। କିନ୍ତୁ ଘାଆଟି ଶୁଖି ନଥିଲା। ପୁଣି ଡାକ୍ତର କହିଲେ ଏବେ ହାତ ପାପୁଲିକୁ କାଟିବାକୁ ପଡ଼ିବ। ନଚେତ ତୁମକୁ କ୍ୟାନ୍ସର ହୋଇଯିବ। ସେ ଯୋ-ଦ୍ଧାର ହାତ ପାପୁଲି କାଟିବାକୁ ପଡ଼ିଲା। କିଛିଦିନ ପରେ ବ୍ୟାଣ୍ଡେଜ ଖୋଲା ଗଲା ଏବଂ ଦେଖାଗଲା ଘାଆ ଶୁଖି ନାହିଁ। ଡାକ୍ତର କହିଲେ ଏବେ ହାତ କଟାଯିବ। ଏହା ଶେଷ ଅବସ୍ଥାକୁ ପହଞ୍ଚି ଯାଇଛି। ଯୋ-ଦ୍ଧା ଜଣକ କହିଲା ଏବେ କଣ ସାମାନ୍ୟ ଘାଆ ପାଇଁ ହାତଟି କାଟିବାକୁ ପଡ଼ିବ? ଡାକ୍ତର କହିଲେ ତୁମେ ନିଜ ଜୀବନରେ କାହା ସହିତ ଖରାପ କରିଥିଲ ନା କଣ ? ସେତେବେଳେ ଯୋ-ଦ୍ଧାର ମନେ ପଡ଼ିଲା , ଯାହାକୁ ମାରି ସେ ମାଛ ଆଣିଥିଲା। ସେ ସେହି ଲୋକ ପାଖରୁ କ୍ଷମା ମାଗିବା ପାଇଁ ଲୋକଟିକୁ ଖୋଜିଲା। ପଶ୍ଚାତାପ ନି-ଆଁରେ ସେ ଜଳୁ ଥିଲା। ସେ ଚି-ତ୍କାର କହି କହି ଚାଲିଲା ଯେ ମୁଁ ଜଣକୁ ପିଟିଥିଲି ବୋଲି ମୋର ଗୋଟେ ହାତ ଚାଲି ଗଲା। ଖୋଜି ଖୋଜି ସେହି ଲୋକଟିକୁ ପାଇଲା। ତାକୁ କହିଲା ତୁମେ ମୋତେ କାମ ଅଭିଶାପ ଦେଲ ନା କଣ ତୁମେ କିଛି ଯାଦୁ ବିଦ୍ୟା ଶିଖିଛ? ସେହି ଲୋକଟି ଯୋ-ଦ୍ଧାକୁ କହିଲା – ତୁମେ ସେଦିନ ମୋତେ ମାରପିଟ କରି ଯିବାପରେ ମୁଁ ଆକାଶକୁ ଅନେଇ କହିଥିଲି ହେ ଭଗବାନ ସେ ତାର ଶକ୍ତି ଦେଖେଇ ଦେଲା ଏବେ ତୁ ତୋର ଶକ୍ତି ଦେଖା। ବାସ୍ ଏତିକି କହିଥିଲି। ଭଗବାନ ତାର ଶକ୍ତି ଦେଖାଇ ଦେଲେ ।

Google

ବନ୍ଧୁ ଆପଣଙ୍କୁ ଯଦି କେହି କଷ୍ଟ ଦେଉଛି ତାହେଲେ ଭଗବାନଙ୍କ ପାଖକୁ ଦରଖାସ୍ତ ଦିଅନ୍ତୁ। ଭଗବାନଙ୍କ ଘରେ ଡେରି ହୋଇ ପାରେ କିନ୍ତୁ ଅନ୍ଧାର ନୁହେଁ। ତେଣୁ କାହାକୁ କେବେ କଷ୍ଟ ଦିଅନ୍ତୁ ନାହିଁ। ଆମେ ସମସ୍ତେ ପରମାତ୍ମାଙ୍କ ସନ୍ତାନ।

Related Articles

Leave a Reply

Your email address will not be published. Required fields are marked *

Back to top button