ସ୍ୱାସ୍ଥ୍ୟ

ଅଧିକ ଲେମ୍ବୁପାଣି ପିଉଥିଲେ ସାବଧାନ ଦେଖନ୍ତୁ କଣ ହୋଇପାରେ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ପ୍ରାୟତଃ ଲୋକ ମାନଙ୍କୁ ଲେମ୍ବୁ ପାଣି ପିଇବା ପାଇଁ ଖୁବ୍ ଭଲ ଲାଗିଥାଏ। ଦେହ ପାଇଁ ମଧ୍ଯ ଏହା କେତେ ମାତ୍ରାରେ ଲାଭ ଦାୟକ ଅଟେ ତାହା ମଧ୍ଯ ସମସ୍ତେ ଜାଣିଥାନ୍ତି।
ସକାଳୁ ଉଠି ଗରମ ପାଣିରେ ଲେମ୍ବୁ ମିଶାଇ ପିଇବା ଦ୍ବାରା ଶରୀରର ଓଜନ ମଧ୍ୟ କମ୍ ହୋଇ ଯାଇଥାଏ। ଏହା ଆମକୁ ଫିଟ୍ ରଖିବାରେ ମଧ୍ଯ ସାହାଯ୍ୟ କରେ। ଏଥି ସହିତ ଲେମ୍ବୁ ଖାଦ୍ୟ କୁ ମଧ୍ଯ ହଜମ କରିଥାଏ। ଯାହାଦ୍ଵାରା ପେଟ ସହ ଜଡ଼ିତ ଅନେକ ରୋଗ ମାନଙ୍କୁ ମଧ୍ଯ ଦୁର କରିଥାଏ ଲେମ୍ବୁ।
ଏତେ ସବୁ ଲାଭ ଥିବାରୁ ଲେମ୍ବୁ ପାଣି ପିଇବା ପାଇଁ ଲୋକ ମାନେ ମଧ୍ୟ ଖୁବ୍ ଭଲ ପାଇଥାନ୍ତି। କିନ୍ତୁ ଅଧିକା ଲେମ୍ବୁପାଣି ପିଇବା ମଧ୍ଯ ସ୍ବାସ୍ଥ୍ୟ ପାଇଁ ବିପଦ ସାବ୍ୟସ୍ତ ହୋଇ ପାରେ। ଯେକୌଣସି ଜିନିଷର ଅତ୍ୟଧିକ ବ୍ୟବହାର କ୍ଷତିକାରକ ଅଟେ।
ଲେମ୍ବୁ ପାଣିକୁ ମଧ୍ଯ ଅତ୍ୟଧିକ ପିଇବା ଦ୍ବାରା ଏହା ଆମ ଶରୀର ର ଲାଭ କରିବା ବଦଳରେ ଏହା ଆମ ଶରୀରର କ୍ଷତି ଘଟାଇ ଥାଏ। ଆପଣ ମାନେ ଜାଣିଥିବେ କି ଲେମ୍ବୁ ହେଉଛି ଭିଟାମିନ ସି ର ଗନ୍ଥାଘର , ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ସି ରହିଥାଏ।
କିନ୍ତୁ ଲେମ୍ବୁର ଅତ୍ୟଧିକ ବ୍ୟବହାର ଦ୍ବାରା ଶରୀରର ନ୍ୟୁଟ୍ରେଣ୍ଟ ର ସ୍ତର ବଢି ଯାଇଥାଏ। ଏହା ଆମକୁ କ୍ଷତି ପହଞ୍ଚାଇ ଥାଏ।
ଏହାଦ୍ବାରା ଅନେକ ଅଙ୍ଗ ମଧ୍ଯ ଅକାମୀ ହୋଇ ଯିବାର ଆଶଙ୍କା ଥାଏ। ଏଥି ପାଇଁ ଡାକ୍ତର ମାନେ ଲେମ୍ବୁ କୁ ସୀମିତ ମାତ୍ରାରେ ସେବନ କରିବା ପାଇଁ ପରାମର୍ଶ ଦେଇଥାନ୍ତି। ଭିଟାମିନ ସି ର ମାତ୍ରା ବଢ଼ିଲେ ଆସିଡିକ୍ ସିକ୍ରେଶନ ର ମାତ୍ର ମଧ୍ୟ ବଢ଼ିଥାଏ। ଏହା ଛଡ଼ା ଅଧିକ ମାତ୍ରାରେ ଲେମ୍ବୁ ପାଣି ପାଇଲେ ଏଥିରେ ଥିବା ସାଇଟ୍ରକ୍ ଏସିଡ ପାଟିରେ ଘାଆ ସୃଷ୍ଟି କରିଥାଏ । ତେଣୁ ଆବଶ୍ୟକ ମାତ୍ରାରେ ଲେମ୍ବୁ ବ୍ୟବହାର କରିବା ଉଚିତ।

Related Articles

Leave a Reply

Your email address will not be published. Required fields are marked *

Back to top button