ମନୋରଞ୍ଜନ

ବିବାହ କାର୍ଯ୍ୟ ହେଉଥିଲା, ସମସ୍ତେ ଥିଲେ ପ୍ରସ୍ତୁତ… ଏହା ପରେ ହେଲା କିଛି ଏମିତି ଯେ ବିନା ବିବାହରେ ବର ହେଲା ଫେରାର

ସାମୁହିକ ବିବାହ ସମାରୋହ ପଣ୍ଡାଲ ରେ ଗୁରୁବାର ଦିନ ୧୪ ନଭମ୍ବର ଦିନ ଗୋଟେ ମହିଳା ଏହି ସମାରୋହରେ ହଙ୍ଗାମା କଲେ ଯାହା ପରେ ବର ବିନା ବିବାହ କରି ପଳାଇଲା, ପୋଲିସ ଏହି ବିଷୟ ଉପରେ ତଦନ୍ତ କରୁଛନ୍ତି । ଏହି ମାମଲା ବିକାସ ଖଣ୍ଡ ରେ ଆୟୋଜିତ ମୁଖ୍ୟମନ୍ତ୍ରୀ ସାମୁହିକ ବିବାହ କାର୍ଯ୍ୟକ୍ରମ ସହ ଯୁଡିତ, ଏହି ଆୟୋଜନ ଏଠାର ରାଜକୁମାର ଇଣ୍ଟର କଲେଜ ରେ ଗୁରୁବାର ଦିନ ଆୟୋଜିତ କରା ଯାଇଥିଲା ।

ତେବେ ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଘଟଣା କଣ-

ଦୂର ଦୂର ରୁ ଆସିଥିବା ଦମ୍ପତ୍ତିମାନଙ୍କ ବିବାହ କାର୍ଯ୍ୟ ହେଉଥିଲା ହଟାତ ଅତ୍ରରା ଥାନା କ୍ଷେତ୍ର ର ଗୋଟେ ଗାଁ ର ୨୮ବର୍ଷୀୟ ବିଧବା ମହିଳା ପଣ୍ଡାଲ ରେ ପହଞ୍ଚିଲା ଏବଂ ହଙ୍ଗାମା କରିବା ଆରମ୍ଭ କଲା । ଏହି ମହିଳା କମାସୀନ ଥାନା କ୍ଷତ୍ରରୁ ଆସିଥିବା ଗୋଟେ ବର ଉପରେ ଆରୋପ ଲଗାଇଲା କି ସେ ତା ସହ ଶାରୀରିକ ସମ୍ବନ୍ଧ ରଖିବା ଓ କଥିତ ରୂପରେ ତାକୁ ଗର୍ଭବତୀ କରିବା ପରେ ଏବେ ସେ ଆଉ କାହା ସହ ବିବାହ କରୁଛି ।

ହଙ୍ଗାମା ଦେଖି ଖଣ୍ଡ ବିକାସ ଅଧିକାରୀମାନେ ଏହି ବିବାହ ଅଟକାଇ ଦେଲେ ଓ ତୁରନ୍ତ ପୋଲିସ କୁ ସୂଚନା ଦେଲେ । ଏହା ପରେ ଆରୋପି ବର ସୁଯୋଗ ପାଇଁ ସେଠାରୁ ଖସି ପଳାଇଲା ।

ଖଣ୍ଡ ବିକାସ ଅଧିକାରୀ ମନୋଜ ସିଂହ କହିବା ଅନୁଯାଇ “ଗୁରୁବାର ଦିନ ନରେନୀ ର ରାଜକୁମାର ଇଣ୍ଟର କଲେଜ ପରିସର ରେ ଆୟୋଜିତ ମୁଖ୍ୟମନ୍ତ୍ରୀ ସାମୁହିକ ବିବାହ କାର୍ଯ୍ୟକ୍ରମ ଚାଲୁଥିବା ସମୟରେ ଜଣେ ମହିଳା ଆସି ହଙ୍ଗାମା କଲେ ଓ କହିଲେ ଯେ କମାସୀନ କ୍ଷେତ୍ର ର ଜଣେ ଯୁବକ ୧୧ମାସ ଧରି ତାଙ୍କ ସହ ଶାରୀରିକ ସମ୍ବନ୍ଧ ରଖିଛି ଓ ବିବାହ ପାଇଁ ମିଛ କହି ଆସୁଛି ଓ ଆଜି ସେହି ଲୋକ ଅନ୍ୟ କାହା ସହ ବିବାହ କରୁଛି ।

ମହିଳା ଅଭିଯୋଗ ଶୁଣି ଆଧିକାରୀ ମାନେ ଏହି ବିବାହ ଅଟକାଇ ଦେଲେ ଓ ମୁଁ ପୋଲିସ କୁ ସୂଚନା ଦେଇଥିଲି କିନ୍ତୁ ପୋଲିସ ଆସିବା ଆଗରୁ ବର ଫେରାର ହୋଇ ଯାଇଥିଲା । ନରେନୀ ଥାନା ପ୍ରଭାରି ନିରିକ୍ଷକ (ଏସଏଚଓ) ଦୀପକ କୁମାର ପାଣ୍ଡେ କହିଲେ ଯେ, “ଖଣ୍ଡ ବିକାସ ଅଧିକାରୀ ମାଧ୍ୟମରୁ ମହିଳାଙ୍କ ଅଭିଯୋଗ ସେ ପାଇଯାଇଛନ୍ତି ଏବଂ ବର ସମ୍ବନ୍ଧିମାନଙ୍କ ଠାରୁ ପଚରା ପଚାରି ଚାଲିଛି ।”

Related Articles

Leave a Reply

Your email address will not be published. Required fields are marked *

Back to top button