ଦେଶ ବିଦେଶ

ନିର୍ମାଣାଧିନ ଟନେଲ ଭୁଶୁଡ଼ିବା ଘଟଣା: ଶ୍ରମିକଙ୍କୁ ଉଦ୍ଧାର ପାଇଁ ନୂଆ ମେସିନରେ ଡ୍ରିଲିଂ ଜାରି

ଉତ୍ତରକାଶୀରେ ନିର୍ମାଣାଧିନ ଟନେଲ ଭୁଶୁଡ଼ିବା ଘଟଣା ସାମ୍ନାକୁ ଆସିଥିଲା। ଏହି ଟନେଲରେ ୪୧ ଶ୍ରମିକ ଫସି ରହିଛନ୍ତି। ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧୀନ ଟନେଲରେ ଫସିରହିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର ପାଇଁ ରେସକ୍ୟୁ ଚାଲିଛି। ନୂଆ ମେସିନରେ ଡ୍ରିଲିଂ ଜାରି ହୋଇଛି। ଉପରୁ ଆରମ୍ଭ ହୋଇଛି ଡ୍ରିଲିଂ।ଏଥିପାଇଁ ବଡ଼ ବଡ଼ ମେସିନକୁ ନିୟୋଜିତ କରାଯାଇଛି।

ଏହାରି ମଧ୍ୟରେ ଟନେଲରେ ଫସିଥିବା ଶ୍ରମିକଙ୍କ ପ୍ରଥମ ସିସିଟିଭି ଫୁଟେଜ ସାମ୍ନାକୁ ଆସିଥିଲା। ୬ ଇଞ୍ଚ ପାଇପ ଯୋଗେ ପଠାଗଲା ଖେଚୁଡ଼ି ଓ ପାଣି। ୱାକିଟକି ସାହାଯ୍ୟରେ ଶ୍ରମିକଙ୍କ ସହ ଯୋଗାଯୋଗ କରାଯାଉଛି। ଏଣ୍ଡୋସ୍କୋପି କ୍ୟାମେରା ସହାୟତାରେ ଭିତର ସମ୍ପୂର୍ଣ୍ଣ ଚିତ୍ର ଦେଖିବାକୁ ମିଳିଛି।

ଫସିଥିବା ଶ୍ରମିକଙ୍କୁ ବାହାର କରିବାକୁ ଆଇଟିବିପି, ଏନଡିଆରଏଫ, ଏସଡିଆରଏଫ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବା ପାଇଁ ଆମେରିକୀୟ ମେସିନ ଅଣାଯାଇଛି। ଶ୍ରମିକଙ୍କ ପାଖକୁ ପାଇପ ଯୋଗେ ଖାଦ୍ୟ, ଅମ୍ଳଜାନ ପଠାଯାଉଛି। ୧୦ ଦିନ ହେଲା ଉତରାଖଣ୍ଡର ଉତରକାଶୀ ସିଲକ୍ୟାରୀ ସୁଡଙ୍ଗରେ ଫସିଛନ୍ତି ୪୧ ଶ୍ରମିକ। ଏପର୍ଯ୍ୟନ୍ତ ସେମାନଙ୍କୁ ଉଦ୍ଧା କରାଯାଇପାରିନାହିଁ। ଉଦ୍ଧାର ପାଇଁ କରାଯାଇଥିବା ଯୋଜନାର ସୁଫଳ ମିଳିପାରିନାହିଁ।

ଉଦ୍ଧାର କରିବାରେ ସାହାଯ୍ୟ କରିବାକୁ ନରୱେ ଏବଂ ଥାଇଲାଣ୍ଡରୁ ଆସିଛନ୍ତି ବିଶେଷଜ୍ଞ ଟିମ୍। ସେହିପରି ଫସିରହିଥିବା ୪୦ ଶ୍ରମିକଙ୍କ ତାଲିକା ଜାରି କଲା ପ୍ରଶାସନ। ଏହି ଟନେଲରେ ଫସିଛନ୍ତି ୫ ଓଡ଼ିଆ ଶ୍ରମିକ। ଫସିଥିବା ୪୦ ଶ୍ରମିକଙ୍କ ମଧ୍ୟରେ ୫ ଜଣ ଓଡ଼ିଶାର ବୋଲି ଖବର ମିଳିଛି। ଏହି ୫ ଓଡ଼ିଆ ଶ୍ରମିକ ହେଲେ ତପନ ମଣ୍ଡଳ, ଭଗବାନ ପତ୍ରା, ବିଶ୍ବେଶ୍ବର ନାୟକ, ରାଜୁ ନାୟକ ଓ ଧୀରେନ୍। ସେମାନଙ୍କ ମଧ୍ୟରେ ୩ ଜଣ ଶ୍ରମିକ ମୟୂରଭଞ୍ଜ ଜିଲ୍ଲାର ବୋଲି ଜଣା ପଡିଛି।

ସୂଚନା ଅନୁସାରେ, ପ୍ରାୟ ସାଢ଼େ ୪ କିଲୋମିଟର ଲମ୍ବର ଏହି ଟନେଲର ୧୫୦ ମିଟର ଭାଗ ଦବି ଯାଇଥିଲା। ଏହି ଟନେଲ ସିଲକ୍ୟାରାରୁ ଦଣ୍ଡାଲଗାଓଁକୁ ସଂଯୋଗ କରିବା ପାଇଁ ନିର୍ମାଣ କରାଯାଉଥିଲା। ଚାରଧାମ ରୋଡ୍ ପ୍ରୋଜେକ୍ଟରେ ଏହି ଟନେଲ ନିର୍ମାଣ କରାଯାଉଛି, ଯାହା ଫଳରେ ଉତ୍ତରକାଶୀରୁ ଯମୁନୋତ୍ରୀ ଧାମର ଦୂରତା ୨୬ କିଲୋମିଟର ହ୍ରାସ ପାଇ ପାରିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button